-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
06-Oct-2023
ମୁରିବାହାଲ(ସୁଦାମ ଚରଣ ବଘାର): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଗାଁରେଇ ସିଲେଟପଡା ଗ୍ରାମର ଜୈନେକ ଯୁବତୀ ଙ୍କୁ ଗୁରୁବାର ଦିନ ଛୁରୀ ଦ୍ୱାର ଆକ୍ରମଣ ହୋଇଥିବା ମୁରିବାହାଲ ଥାନା ରେ ଅଭିଯୋଗ ହୋଇଛି l ଅଭିଯୋଗ ଆନୁଯାୟୀ ଦୀନେଶ ତାଣ୍ଡି (୨୫) ଓ ତାଙ୍କ ସ୍ତ୍ରୀ ମେଘା ତାଣ୍ଡି (୨୦) ଉଭୟେ ଦୁଇଜଣ ମିଶି ଗଁରେଇ ସାପ୍ତାହିକ ବଜାର କୁ ଯାଇଥିଲେ ଓ ଫେରୁଥିବା ସମୟରେ ଫଟାମୁଣ୍ଡା ଗାଁ ରାସ୍ତା ର ଏକ ନିଛାଟିଆ ସ୍ଥାନରେ ସିଲେଟପଡା ଗ୍ରାମର ଗଣେଶ ତାଣ୍ଡି, ଗୌତମ ତାଣ୍ଡି ଓ ମୁଟୁ ତାଣ୍ଡି ଓ ଅନ୍ୟ ୫ ଜଣ ମିଶି ସଂଘବଦ୍ଧ ଭାବରେ ଦୁଇଜଣଙ୍କୁ ରାସ୍ତାରେ ଅଟକାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ମାଡିପିତ ସହିତ ଧମକୀ ଦେଇଥିଲେ l କେତେକ ଭଦ୍ରବ୍ୟକ୍ତି ଙ୍କର ହସ୍ତକ୍ଷେପ ପରେ ଉକ୍ତ ସ୍ଥାନରୁ ଉଭୟ ଦମ୍ପତ୍ତି ଜୀବନ ବଞ୍ଚାଇ ସେଇଠୁ ଘରକୁ ପଳାଇବାରେ ସକ୍ଷମ ହୋଇଥିଲେ କିନ୍ତୁ ଉକ୍ତ ଅଭିଯୁକ୍ତ ମାନେ ପୁଣି ଦୀନେଶ ତାଣ୍ଡି ଘରକୁ ଯାଇ ଅତର୍କିତ ଭାବରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ଯେଉଁଥିରେ ଦୀନେଶ ତାଣ୍ଡି ଙ୍କ ଭଉଣୀ ବର୍ଷା ତାଣ୍ଡି (୧୭) ଙ୍କୁ ଏକ ଛୁରୀ ସାହାଯ୍ୟ ରେ ଆକ୍ରମଣ କରିଥିଲେ ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଛି l ଏହାପରେ ଉକ୍ତ ବିଷୟକୁ ନେଇ ମୁରିବାହାଲ ଥାନାରେ ଲିଖିତ ଅଭିଯୋଗ ହୋଇଛି l ଅଭିଯୋଗ କୁ ଭିତ୍ତି କରି ୨୪୬/୨୩ ରେ ଏକ ମାମଲା ରୁଜୁ ହୋଇଛି ବୋଲି ମୁରିବାହାଲ ଥାନା ଅଧିକାରୀ ସିପୋରା ସରାୟ ଲୁଗୁନ ଜଣାଇଛନ୍ତି ।