-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
06-Oct-2023
ବେଲପଡା (ପୁର୍ଣ୍ଣ ଶଶୀ ଶେଖର ରାଓ) ଅକ୍ଟୋବର ୨ ତାରିଖ ଦିନ ଜାତୀୟ ପିତା ମହାତ୍ମାଗାନ୍ଧୀ ଙ୍କ ଜନ୍ମଦିନ ଉପଲକ୍ଷେ ସାରା ଭାରତରେ ସ୍ବଛତା ର ବାର୍ତ୍ତା ଦିଆଯାଇଥିବା ବେଳେ ତାହା କେତେ ଯେ କାର୍ଯ୍ୟକାରୀ ହେଉଛି କେଜାଣି। ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ସଲଣ୍ଡି ଗାଁ ରେ ମଧ୍ୟ ଭାରତୀୟ ଜନତା ପାର୍ଟିର ସଦସ୍ୟ ମାନେ ସ୍ବଛତା ର ବାର୍ତ୍ତା ଦେଇ ଗାଁ ଦାଣ୍ଡରେ ସଫାଇ କାର୍ଯ୍ୟକ୍ରମ କରିଥିବା ସୋସିଆଲ ମିଡ଼ିଆରେ ଫଟୋ ପୋଷ୍ଟ କରିଥିଲେ। କିନ୍ତୁ ଗ୍ରାଉଣ୍ଡ ଜିରୋ କୁ ପରଖି ଦେଖିଲେ ଗାଁ ର ପ୍ରବେଶ ସ୍ଥାନରେ ହିଁ ଅଲିଆ ଆବର୍ଜନା ରେ ପରିପୂର୍ଣ୍ଣ ହେଇଛି। ଯାହାକି ଗାଁ ର ସୌନ୍ଦର୍ଯ୍ୟତା ହାନି ହେବା ସହ ଦୁର୍ଗନ୍ଧ ବାହାରୁଥିବା ଶୁଣିବାକୁ ମିଳୁଛି। ସେଥିପାଇଁ ଗାଁ ର ଭଦ୍ରବ୍ୟକ୍ତି ମାନେ ସ୍ବଛତା ର ବାର୍ତ୍ତା ଦେଉଥିବା ବ୍ୟକ୍ତି ମାନେ ନିଜକୁ ଦେଖେଇ ହେବା ପାଇଁ ସୋସିଆଲ ମିଡ଼ିଆରେ ଫଟୋ ଛାଡୁଛନ୍ତି ବୋଲି ଉପହାସ କରୁଥିବା ଦେଖିବାକୁ ମିଳୁଛି।