-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
05-Oct-2023
ସମ୍ବଲପୁର:(ସଂଜୀବକୁମାରପାଣିଗ୍ରାହୀ) ପରୀକ୍ଷା ପେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ପିଲାଙ୍କ ଭବିଷ୍ୟତ ଓ ଯୁବ ପିଢୀଙ୍କ ସମୟର ଆହ୍ୱନ ସମୟରେ ଜଣେ ଅବିଭାବକ ଭାବେ ପ୍ରେରଣାମୟୀ ମାର୍ଗଦର୍ଶକ ଭାବେ ନିଜର ପରାକାଷ୍ଠା ପ୍ରଦର୍ଶନ କରିଥିବାରୁ ବାହାମ ପଞ୍ଚାୟତର ବଡତୁରାଙ୍ଗ ଗ୍ରାମର ମହିଳ ଉଦ୍ୟୋଗୀ ଶାନ୍ତି ମେହେରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।ଆସନ୍ତା ୨୫ ବର୍ଷର ଅମୃତକାଳ ଯାତ୍ରା ପାଇଁ ବିକଶିତ ଭାରତ ପାଇଁ ବିଶାଳ ସଂକଳ୍ପ,କ୍ରିତଦାସ ମାନସିକତାରୁ ମୁକ୍ତି,ନିଜ ଐତିହ୍ୟକୁ ନେଇ ଗର୍ବ କରିବା,ଏକତାକୁ ସୁଦୃଢ କରିବା ଓ କର୍ତ୍ତବ୍ୟକୁ ସର୍ବାଧିକ ପ୍ରାଥମିକତା ଦେବା ଭଳି ୫ଟି ନୀତିକୁ ଅନୁସରଣ କରିବାକୁ ପ୍ରଧାନମନ୍ତ୍ରୀ ଏକ ସ୍ୱତନ୍ତ୍ର ଚିଠରେ ପରାମର୍ଶ ଦେଇଛନ୍ତି ।ପ୍ରଧାନମନ୍ତ୍ରୀଙ୍କ ଏଭଳି ଚିଠି ଶ୍ରୀମତୀ ଶାନ୍ତିଙ୍କ ପାଖରେ ପହଞ୍ଚିବା ପରେ ସବୁ ମହଳରେ ଉତ୍ସାହ ପ୍ରକାଶ ପାଇଛି।