-+91-9937148622 |

prerana_bgr@rediffmail.com |

  Wednesday 24th June 2026 |

| | | |

R.N.I. Regd No. ODIODI/2010/46693

Breaking News

ପୁଇଁତଲା ପ୍ରଗତି ଏଫ୍‌ପିସିର ଡାଲି ଓ ଧାନ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟିତ    (23-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ   (23-Jun-2026)       ||      ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ରତାଖଣ୍ଡି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ   (23-Jun-2026)       ||      ନୂଆବଜାର ବେଆଇନ ଫୁଡ୍ ମାର୍କେଟ୍‌କୁ ତୁରନୁ ଉଛେଦ କରାଯାଉ । ଦୁର୍ଘଟଣା ପରେ ଦୁର୍ଘଟଣା ବଢ଼ିବାରେ ଲାଗିଛି ।   (23-Jun-2026)       ||      ନୂତନ ଆୟକର ଆଇନ-୨୦୨୫ ସଂପର୍କରେ ସଚେତନତା ସୃଷ୍ଟି  କରିବା ପାଇଁ ବୈଠକ   (23-Jun-2026)       ||      ବରପାଲିରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ   (23-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଝାରମୁଣ୍ଡା ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ କାର୍ଯ୍ୟକ୍ରମ   (23-Jun-2026)       ||      ବଲାଙ୍ଗୀର ଟି ଡି ଏମ୍ ଙ୍କ ମନୋମୁଖୀ କାରବାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲା ଘରୋଇ ବସ ମାଲିକ ସଂଘ♦️ ବିନା ରୁଟ ପରମିଟ୍ ରେ ଦେବଗଡ଼ ଯାଉଥିବା ବସ୍ କୁ ବିରୋଧ କରି ଅଟକାଇଲେ    (23-Jun-2026)       ||      ବିକାଶ ଧାରା, ଓଡିଶା ସାରା ବକଟି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Jun-2026)       ||      ଡାବୁଗାଁ ବ୍ଲକ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକମ ମଧ୍ୟ ଚାଲୁ...... କିନ୍ତୁ ବ୍ଲକବାସୀଙ୍କୁ ସୂଚନା ଦେବା ଏଲଇଡି ମଧ୍ୟ ମରାମତି ହେଉ   (23-Jun-2026)       ||      ସ୍କୁଲ ପାଖରେ ମଦ ବିକ୍ରି କୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ    (23-Jun-2026)       ||      ଚୌଦ୍ୱାର ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (23-Jun-2026)       ||      ବିକାଶ ଧାରା ଓଡିଶା ସାରା ଉପଲକ୍ଷେ ସାଲେଭଟା ପଂଚାୟତ ପରିସରରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ   (23-Jun-2026)       ||      ଆସନ୍ତା ଜୁଲାଇ ୧୨ ରେ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ହେବ ଓଜେୟୁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ   (23-Jun-2026)       ||      ବରପାଲିରେ ଜିଲ୍ଲାପାଳଙ୍କ ନିକଟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (23-Jun-2026)       ||      ବରପାଲିରେ ଜିଲ୍ଲାପାଳଙ୍କ ନିକଟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (23-Jun-2026)       ||      ନିଜ ଜନ୍ମ ମାଟିରେ ଡଃ ନିବେଦିତା ରଥଙ୍କୁ ଅଭୁତପୂର୍ବ ସଂବର୍ଦ୍ଧନା   (23-Jun-2026)       ||      ଜିଲ୍ଲା ସ୍ତରୀୟ STEM ଶିକ୍ଷା କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୃଜନ କ୍ଷମତାର ପ୍ରଦର୍ଶନ ଅନୁଷ୍ଠିତ   (23-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ବେନ୍ଦ୍ରା ପଂଚାୟତ ପରିସରରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ    (22-Jun-2026)       ||      ଗାଁ ସ୍କୁଲରେ ପହଞ୍ଚି କାର୍ଯ୍ୟରତ ଶିକ୍ଷକଙ୍କ ସହ ଆଲୋଚନା କଲେ ଡି.ଇ.ଓ ♦️ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ଜୋର୍   (22-Jun-2026)       ||     

HOME   ରାଜନୀତି

ମିଥ୍ୟା ତଥ୍ୟ ଉପସ୍ଥାପନ କରୁଛି ଶାସକ ଦଳ, ମୁଖ୍ୟମନ୍ତ୍ରୀ ଙ୍କୁ ମିଛୁଆ କହି ଆକ୍ଷେପ।

13-Dec-2020



ଭୁବନେଶ୍ୱର,(ଶୁଭାଶିଷ ନାୟକ): ରାଷ୍ଟ୍ରୀୟ ସାଧାରଣ ସଂପାଦିକା ତଥା ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ବିଧାନସଭା ଉତ୍ତରଆଧାରରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ଏହା ପରେ ବିଜେଡି ମୁଖପାତ୍ର ସସ୍ମିତପାତ୍ର ତାଙ୍କୁ ମିଛୁଆ ବୋଲି ଆକ୍ଷେପ କରିଛନ୍ତି । ଏଥିରୁ ସ୍ପଷ୍ଟ ଯେ, ଶାସକ ବିଜେଡିର ବିଭିନ୍ନ ବିଭାଗୀୟ ମନ୍ତ୍ରୀ ମାନେ ବିଧାନସଭାରେ ମିଥ୍ୟା ତଥ୍ୟ ରଖୁଛନ୍ତି । ତେବେ ଶାସକ ବିଜେଡିର ନେତାମାନେ ହେଉଛନ୍ତି ଅଭ୍ୟାସଗତ ମିଛୁଆ । ସେମାନେ ଗଣମାଧ୍ୟମ ସାମ୍ନାରେ ହେଉ ଅବା ବିଧାନସଭାରେ ସବୁଠି ମିଛ ତଥ୍ୟ ରଖି ରାଜ୍ୟବାସୀଙ୍କୁ ଭ୍ରମିତ କରିଆସୁଛନ୍ତି ।ବିଜେଡି ପ୍ରବକ୍ତା ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତର ନରଖି ବ୍ୟକ୍ତିଗତ ଭାବେ ମହିଳାଙ୍କ ଉପରେ ଅପଶଦ୍ଦ ପ୍ରୟୋଗ କରି ତାଙ୍କୁ ମିଛୁଆ ଆକ୍ଷେପ କରିବା ରାଜନୈତିକ ସୌଜନ୍ୟତା ଦୃଷ୍ଟିରୁ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ବୋଲି ବିଜେପି ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି । 
ବିଜେଡି ସରକାର ଆଜି ପର୍ଯ୍ୟନ୍ତ ଜନତାଙ୍କୁ ଦେଇଥିବା ଗୋଟିଏ ବି ପତିଶୃତି ପାଳନ କରିନାହିଁ । ୨୦୧୪ରେ ବିଜେଡି ସରକାର ଗରିବ ଲୋକଙ୍କୁ ପକ୍କା ଘର ଯୋଗଇବା ନେଇ ପ୍ରତିଶୃତି ଦେଇଥିଲା । ପୁଣିଥରେ ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି କଚ୍ଚା ଘରକୁ ପକ୍କା କରିବା ନେଇ ରାଜ୍ୟବାସୀଙ୍କୁ ପ୍ରତିଶୃତି ଦେଇ ଭୋଟ ହାତେଇଥିଲା । ଏହାସତ୍ୱେ ଆଜି ବି ଗରିବ ଲୋକଟିଏ ପକ୍କା ଘର ପାଇବାରୁ ବଂଚିତ ରହିଛି । ଫନି ବାତ୍ୟାରେ ହଜାର ହଜାର ଲୋକଙ୍କ ଘର ନଷ୍ଟ ହୋଇଥିଲେ ବି କେନ୍ଦ୍ର ସରକାରଙ୍କ ସହାୟତା ଦେବା ପରେ ବାତ୍ୟା କ୍ଷତିଗ୍ରସ୍ତ ଲୋକଙ୍କୁ ପକ୍କା ଘର ଖଣ୍ଡେ ମିଳିଲା ନାହିଁ । ଗ୍ରାମାଂଚଳରେ ଏବେ ବି ୨ଲକ୍ଷ ଘର ନିର୍ମାଣ ହେବା ପାଇଁ ବାକି 
ରହିଛି । ଏହା ଏହା କଣ ମିଛ କି ବୋଲି ଡ.ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି । ଗରିବ ଲୋକଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଛନ୍ତି । ୫ ଲକ୍ଷ ପର୍ଯ୍ୟନ୍ତ ମେଡିକାଲ ସୁବିଧା ଗରିବ ଲୋକଙ୍କୁ ମିଳିବା ନେଇ ଏହି ଯୋଜନାରେ ବ୍ୟବସ୍ଥା ରହିଛି । କିନ୍ତୁ ମୋଦି ନାଁ ନେଇଯିବା ଭୟରେ ରାଜ୍ୟ ସରକାର ଓଡିଶାରେ ଏହାକୁ ଲାଗୁ କରୁନାହାଁନ୍ତି । ରାଜ୍ୟ ସରକାର ଓଏସଟିଏଫକୁ ବନ୍ଦ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିଥିଲେ ସୁଦ୍ଧା ଏଥିରେ କମ୍ ଟଙ୍କାର ବ୍ୟବସ୍ଥା ଥିବାରୁ ଗରିବ ଲୋକମାନେ ଏହାର ସୁବିଧା ଉଠାଇ ପାରୁନାହଁନ୍ତି । ଏହା କଣ ମିଛ କି ବୋଲି ସେ ପ୍ରଶ୍ନ କରିଛନ୍ତି।


ଓଡିଶାର ଏବେ ୧୨୪୨ ଗାଁକୁ ରାସ୍ତା ନାହିଁ । ଓଡିଶାର ପାଖାପାଖି ୯୦ ପ୍ରତିଶତ ଘରକୁ ପିଇବା ପାଣି ପହଂଚି ନାହିଁ । ରାଜ୍ୟବାସୀଙ୍କୁ ପାଇପ ଯୋଗେ ଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । ୧୨୫୦ ପଂଚାୟତରେ ପିଇବା ପାଇଁ ଉପଯୁକ୍ତ ପାନୀୟ ଜଳ ମିଳୁନାହିଁ ଏବଂ ୧୫୦୦ ପଂଚାୟତରେ ପାଇପ ଲାଇନ ପଂହଚି ନାହିଁ । ଏହା କଣ ମିଛ କି ? ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ କାଳିଆ ସହାୟତା ଦେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏବେ କୁଆଡେ ଗଲା ସେ ପ୍ରତିଶୃତି । ମୋଦି ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧୀ ଯୋଜନାରେ କୃଷକମାନଙ୍କୁ ୬ ହଜାର ଟଙ୍କା ସହାୟତା ଦେଉଥିବାବେଳେ 
କାଳିଆ ଯୋଜନାରେ ରାଜ୍ୟସରକାର ଚାଷୀଙ୍କୁ ୪ ହଜାର ଟଙ୍କା ସହାୟତା ନଦେଇ ପ୍ରତାରଣା କରୁଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧୀ ଯୋଜନାରେ ୩୬ ଲକ୍ଷ ଚାଷୀଙ୍କୁ ପ୍ରଥମ କିସ୍ତିରେ ସହାୟତା ମିଳିଥିବାବେଳେ ଏବେ ଏହା କମି ୨୦ ଲକ୍ଷରେ ପହଂଚିଛି । ଏହା କଣ ମିଛ ବିଗତ ବର୍ଷରେ ରାଜ୍ୟରେ ଦୂର୍ନୀତି ଓ ଭ୍ରଷ୍ଟାଚାର ବୃଦ୍ଧି ପାଇବାରେ ଲାଗିଛି । କୋଇଲା, ଜଙ୍ଗଲ, ଚିଟଫଣ୍ଡ, ଜମି ଭଳି ଅନେକ ଦୂର୍ନୀତିରେ ବିଜେଡି ନେତାମାନଙ୍କର ସଂପୃକ୍ତି ରହିଛି । ଏହା କଣ ମିଛ କି ବୋଲି ଡ. ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି । 


ଶାସକ ବିଜେଡି ଓଡିଶା ଲୋକଙ୍କୁ ଆଉ ମିଛ କହି ଭ୍ରମିତ ନକରି ବିକାଶ ମୂଳକ କାର୍ଯ୍ୟ ଉପରେ ଧ୍ୟାନ ଦେବା ଆରମ୍ଭ କରିବା 
ଦରକାର । ବିରୋଧୀ ମାନଙ୍କ ସମାଲୋଚନାକୁ ଗ୍ରହଣ କରି ଲୋକଙ୍କ ସ୍ୱାର୍ଥରେ କାର୍ଯ୍ୟ କରିବା ସରକାରଙ୍କ ଦାୟୀତ୍ୱ । କିନ୍ତୁ ଏଠି ସରକାରୀ ତଥ୍ୟ ଅନୁଯାୟୀ ବିରୋଧୀ ଅଭିଯୋଗ କଲେ ବିଜେଡି ମୁଖପାତ୍ରମାନେ ବ୍ୟକ୍ତିଗତ ସ୍ତରକୁ ଆସି ନିଜ ଦୁର୍ବଳତାକୁ ଲୁଚାଇ ବିରୋଧୀଙ୍କୁ ମିଛୁଆ କହିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଡ. ସାମନ୍ତସିଂହାର କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପୁଇଁତଲା ପ୍ରଗତି ଏଫ୍‌ପିସିର ଡାଲି ଓ ଧାନ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟିତ   23-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ   23-Jun-2026
  ଜିଲ୍ଲା  
ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ରତାଖଣ୍ଡି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ   23-Jun-2026
  ଜିଲ୍ଲା  
ନୂଆବଜାର ବେଆଇନ ଫୁଡ୍ ମାର୍କେଟ୍‌କୁ ତୁରନୁ ଉଛେଦ କରାଯାଉ । ଦୁର୍ଘଟଣା ପରେ ଦୁର୍ଘଟଣା ବଢ଼ିବାରେ ଲାଗିଛି ।   23-Jun-2026
  ଜିଲ୍ଲା  
ନୂତନ ଆୟକର ଆଇନ-୨୦୨୫ ସଂପର୍କରେ ସଚେତନତା ସୃଷ୍ଟି  କରିବା ପାଇଁ ବୈଠକ   23-Jun-2026
  ଜିଲ୍ଲା  
ବରପାଲିରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ   23-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଝାରମୁଣ୍ଡା ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ କାର୍ଯ୍ୟକ୍ରମ   23-Jun-2026
  ଜିଲ୍ଲା  
ବଲାଙ୍ଗୀର ଟି ଡି ଏମ୍ ଙ୍କ ମନୋମୁଖୀ କାରବାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲା ଘରୋଇ ବସ ମାଲିକ ସଂଘ♦️ ବିନା ରୁଟ ପରମିଟ୍ ରେ ଦେବଗଡ଼ ଯାଉଥିବା ବସ୍ କୁ ବିରୋଧ କରି ଅଟକାଇଲେ   23-Jun-2026
  ଜିଲ୍ଲା  
ବିକାଶ ଧାରା, ଓଡିଶା ସାରା ବକଟି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Jun-2026
  ଜିଲ୍ଲା  
ଡାବୁଗାଁ ବ୍ଲକ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକମ ମଧ୍ୟ ଚାଲୁ...... କିନ୍ତୁ ବ୍ଲକବାସୀଙ୍କୁ ସୂଚନା ଦେବା ଏଲଇଡି ମଧ୍ୟ ମରାମତି ହେଉ   23-Jun-2026
  ଜିଲ୍ଲା  
ସ୍କୁଲ ପାଖରେ ମଦ ବିକ୍ରି କୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ   23-Jun-2026
  ଜିଲ୍ଲା  
ଚୌଦ୍ୱାର ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   23-Jun-2026

You Might Also Like