-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
13-Dec-2020
(ପ୍ରେରଣା ଖବର) କଂଟାବାଞ୍ଜି : ଜଣେ ଆଦିବାସୀ ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ କରାଯାଇଥିବା ବିଷୟରେ ବଲାଙ୍ଗୀର ଜିଲ୍ଲା କଂଟାବାଞ୍ଜି ଥାନାରେ ରବିବାର ଅଭିଯୋଗ ହୋଇଛି । ଏନେଇ ପୁଲିସ କେସ ନମ୍ବର ୨୯୬/୨୦ରେ ମାମଲା ରୁଜୁ କରି ଶୁକମୁନି ଚିନାଗୁନ (୧୯ବର୍ଷ) ନାମକ ଜଣେ ଯୁବକଙ୍କୁ ଅଟକ ରଖିଛି।ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୧୧ ତାରିଖ ରାତି ୧୦ଟା ସମୟରୁ ୧୭ ବର୍ଷୀୟା ଉକ୍ତ ନାବାଳିକାଙ୍କ ପତ୍ତା ମିଳି ନଥିଲା । ପରିବାର ଲୋକ ବହୁତ ଖୋଜାଖୋଜି କଲା ପରେ ତାକୁ ମୁରିବାହାଲ ଥାନା ସୁକୁନିପଦର ଗାଁର ଶୁକମନି ଅପହରଣ କରି ନେଇ ନିଜ ଘରେ ରଖିଥିବା ଜାଣି ପାରିଥିଲେ । କଂଟାବାଞ୍ଜି ପୁଲିସ ଏସ୍ଡିପିଓ ସରୋଜ ମହାପାତ୍ର ଏହି ମାମଲାର ତଦନ୍ତ କରୁଛନ୍ତି । ସୋମବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।