-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||     

HOME   ରାଜନୀତି

ଝରିଗାଁ ନିର୍ବାଚନ ମଣ୍ଡଳୀରେ ୨୦୨୪ ରେ ପରିବର୍ତ୍ତନ ଚାହୁଁଛନ୍ତି ଜନତା, ଜିଲ୍ଲାର ହେଭିିୱେଟ୍‌ ନେତାଙ୍କ ନିର୍ବାଚନମଣ୍ଡଳୀ ହେଉଛି ଝରିଗାଁ

19-Aug-2023



ନବରଙ୍ଗପୁର: ଝରିଗାଁ ନିର୍ବାଚନ ମଣ୍ଡଳୀ ହେଉଛି ବିଜେଡିର ଗଡ଼ । ତେବେ ବିଜେଡି ହାତରୁ ଏହି ଆସନ ଛଡାଇ ନେବାପାଇଁ ଆଗରୁ କଂଗ୍ରେସ ଓ ବିଜେପିର ସବୁ ରଣକୌଶଳ ଫେଲ୍‌ ମାରିଛି କିନ୍ତୁ ଏଥର ପରିସ୍ଥିତ କିଛି ଅଲଗା ପରିବର୍ତ୍ତନ ଚାହୁଁଛନ୍ତି ଝରିଗାଁ ନିର୍ବାଚନ ମଣ୍ଡଳୀର ଜନତା। ନିର୍ବାଚନମଣ୍ଡଳୀ ଗଠନ ହେବା ପରଠୁ ଅର୍ଥାତ୍‌ ୨୦୦୯ ନିର୍ବାଚନରୁ ଲଗାତାର ବିଜେଡି ଏଠି ବାଜିମାତ୍‌ କରିଆସୁଛି ।
ଏହି ନିର୍ବାଚନ ମଣ୍ଡଳୀରେ ସାଂସଦ ରମେଶ ଚନ୍ଦ୍ର ମାଝୀ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଏବଂ ବିଜେପି ରାଜ୍ୟ ଉପସଭାପତି ବଳଭଦ୍ର ମାଝୀଙ୍କ ଗାଁ ରହିଛି। ପ୍ରଦୀପ ବିଜେଡିରେ ସାମିଲ ହେବା ପରେ ବିଜେଡି ଆହୁରି ଶକ୍ତିଶାଳୀ ହଇଯାଇଛି । ଏଠାରେ ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ସାନଭାଇ ହୋଇଥିବାରୁ ପ୍ରକାଶ ଚନ୍ଦ୍ର ମାଝୀ ପ୍ରଥମ ଥର ପାଇଁ ୨୦୧୯ରେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହଇଥିଲେ।କିନ୍ତୁ  ଏହି ପାଞ୍ଚବର୍ଷ ମଧ୍ୟରେ ବିକାଶ ଦେଖି ପାରିଲେନି ଝରିଗାଁ ବାସୀ।  ଆଗାମୀ ନିର୍ବାଚନରେ ବି ଗଡ଼ ବଜାୟ ରଖିବା ଲକ୍ଷ୍ୟରେ ରହିଛି ବିଜେଡି କିନ୍ତୁ ପରିବର୍ତ୍ତନ ଚାହୁଁଚି ଜନତା । *ପ୍ରତି ନିର୍ବାଚନରେ ଝରିଗାଁ ନିର୍ବାଚନମଣ୍ଡଳୀ ପାଇଁ ଚନ୍ଦାହାଣ୍ଡି ପ୍ରାର୍ଥୀଙ୍କୁ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳୁଛି । ଏଥର ଝରିଗାଁ ବ୍ଲକର ଭୋଟରଙ୍କ ମୁଡ୍‌ ବଦଳିଥିବା କୁହାଯାଉଛି। କାରଣ ଝରିଗାଁ ନାଁରେ ରହିଛି ନିର୍ବାଚନ ମଣ୍ଡଳୀ । ତେଣୁ ଏଥର ଝରିଗାଁ ବ୍ଲକର ଭୋଟର ଝରିଗାଁ ଅଂଚଳର ପ୍ରାର୍ଥୀଙ୍କୁ ସୁଯୋଗ ଦେବାକୁ ଚାହୁଁଛନ୍ତି ।
ଚନ୍ଦାହାଣ୍ଡି ତୁଳନାରେ ଝରିଗାଁ ବ୍ଲକର ଭୋଟର ସଂଖ୍ୟା ୨ ଗୁଣରୁ ଅଧିକ । ଚନ୍ଦାହାଣ୍ଡି ବ୍ଲକରେ ଭୋଟର ସଂଖ୍ୟା ୫୧ ହଜାର ୩୫୨ । ଝରିଗାଁ ବ୍ଲକରେ ଏହି ସଂଖ୍ୟା ୧ ଲକ୍ଷ ଉପରେ । ଏଭଳି ଚର୍ଚ୍ଚା ଚାଲିଛି ଝରିଗାଁରେ । ତେବେ ଦିନକୁ ଦିନ ବଦଳୁଥିବା ରାଜନୈତିକ ସମୀକରଣ ଏବଂ ଚର୍ଚ୍ଚାରେ କେତେ ଦୂର ସତ୍ୟତା ରହିଛି, ତାହା ଆଗାମୀ ଦିନରେ ହିଁ ସ୍ପଷ୍ଟ ହେବ । ସାଂପ୍ରତିକ ପରିସ୍ଥିତିରେ ଭୋଟର ଝରିଗାଁରୁ ପ୍ରାର୍ଥୀ ଆଶା କରୁଛନ୍ତି । ଏହାକୁ ଆଖିରେ ରଖି ବିଜେଡି ଏଥର ନୂଆ ଚେହେରାକୁ ମୈଦାନକୁ ଓହ୍ଲାଇବ ନା ପୁରୁଣା ମୁହଁକୁ ପୁଣିଥରେ ସୁଯୋଗ ଦେବ, ତାହା ଏଯାଏଁ ସ୍ପଷ୍ଟ ହୋଇନି । କଂଗ୍ରେସ ଟିକଟ ଆଶାୟୀ ତାଲିକାରେ ରହିଛନ୍ତି ୩ଜଣ । ସେମାନେ ହେଲେ ଦୁଇଥରର କଂଗ୍ରେସ ପ୍ରାର୍ଥୀ ଉଲ୍ଲଧର ମାଝୀ, ଅଖିଳ ଭାରତୀୟ ଆଦିବାସୀ କଂଗ୍ରେସ କମିଟିର ରାଷ୍ଟ୍ରୀୟ ଯୁଗ୍ମ ସଂପାଦିକା ତଥା ପିସିସି ସଂପାଦିକା ହାରାବତୀ ଗଣ୍ଡ ଏବଂ ପୂର୍ବତନ ସରପଞ୍ଚ ତଥା ବରିଷ୍ଠ ନେତା ମହେଶ୍ୱର ଭତ୍ରା । ସେହିପରି ବିଜେପିରେ ୪ ଜଣ ଆଶାୟୀ ତାଲିକାରେ ଥିବା ଚର୍ଚ୍ଚା ହେଉଛି ।ସେମାନେ ହେଲେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ନରସିଂହ ଭତ୍ରା, ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ଶ୍ୟାମ ସୁନ୍ଦର ମାଝୀ, ଚନ୍ଦାହାଣ୍ଡି ସମିତି ସଭ୍ୟ ଇଂ ପୌରୁଷ ମାଝୀ, ରାଜ୍ୟ ମହିଳା ମୋର୍ଚ୍ଚା ସଂପାଦିକା ବାସନ୍ତୀ ମାଝୀ ପ୍ରମୁଖ । ଦଳ ଏମାନଙ୍କ ମଧ୍ୟରୁ କାହାକୁ ଟିକଟ ଦେବ ନା ନୂଆ ଚେହେରାକୁ ପ୍ରାଧାନ୍ୟ ଦେବ- ତାହା ଆଗାମୀ ଦିନରେ ହିଁ ଜଣା ପଡିବ । ପାଞ୍ଚବର୍ଷର ବିଜେଡି ଶାସନ ପରେ ଏବେ ପରିବର୍ତ୍ତନ ଚାହୁଁଛନ୍ତି ନିର୍ବାଚନ ମଣ୍ଡଳୀର ଜନ ସାଧାରଣ।କାରଣ ବର୍ତ୍ତମାନ ମଧ୍ୟ ଏହି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମକୁ ରାସ୍ତା ନାହିଁ, ଆଜିପର୍ଯ୍ୟନ୍ତ ପାନୀୟ ଜାଳର ସମସ୍ୟା ସମାଧାନ ହଇ ପାରିଲା ନାହିଁ,ଆଜିବି ଗର୍ଭବତୀ ଖଟିଆରେ ବୁହାହଇ ମେଡିକାଲ ଯାଉଛନ୍ତି।ଛାତ୍ରଛାତି ନଇ ପର8 ହଇ ପାଟପଢିବାକୁ ଜାଉଛନ୍ତି ।ସ୍ୱାଧୀନତାର ୭୭ ବର୍ଷ ପରେବି ବିକାଶ ଦେଖି ପାରିଲାନି ଝରିଗାଁ ନିର୍ବାଚନ ମଣ୍ଡଳୀ।ଏଭଳି ଅନେକ ସମସ୍ୟା ରହିଛି ଏହି ଅଂଚଳରେ।
(ରିପୋର୍ଟ : ମିହିର ଶଙ୍କର ପାତ୍ର,ନବରଙ୍ଗପୁର)


News Comment




Photo in News

Advertisment
Lastest News
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026

You Might Also Like