-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ରାଜନୀତି

ବ୍ରହ୍ମପୁର: ମହାନଗରରେ କଂଗ୍ରେସ ମଂଗ ଧରିବ କିଏ?

13-Dec-2020



(ପ୍ରେରଣା ଖବର) ବ୍ରହ୍ମପୁର: ଦୁଇବର୍ଷ ହେଲା ବିନା ଜନପ୍ରତିନିଧିରେ ପ୍ରାଶାସନିକ ଅଧିକାରୀଙ୍କ ଦ୍ବାରା ବ୍ରହ୍ମପୁର ମହାନଗର ନିଗମ ପରିଚାଳିତ ହେଉଛି। ଆସନ୍ତାବର୍ଷ ପୌର ନିର୍ବାଚନ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ପରିପ୍ରେକ୍ଷୀରେ ପ୍ରମୁଖ ରାଜନୈତିକ ଦଳମାନେ ମହାନଗରରେ ସେମାନଙ୍କ ସଂଗଠନକୁ ମଜ୍‌ବୁତ୍ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିସାରିଲେଣି। କିନ୍ତୁ ପ୍ରମୁଖ ଜାତୀୟ ଦଳ କଂଗ୍ରେସ୍‌ ଅନ୍ୟମାନଙ୍କ ତୁଳନାରେ ବେଶ୍ ପଛରେ ପଡ଼ିଯାଇଛି। ଦୁଇ ବର୍ଷ ହେଲା ମହାନଗରରେ ନିଜର ସ୍ଥିତି ବଜାୟ ରଖିବା ପାଇଁ ସଂଘର୍ଷ କରୁଛି। ଜିଲ୍ଲାର ଏକମାତ୍ର କଂଗ୍ରେସ୍‌ ବିଧାୟକ ରମେଶ ଜେନାଙ୍କୁ ଦଳର ଜିଲ୍ଲା ସଭାପତି ପଦ‌ରେ ନିଯୁକ୍ତ କରାଗଲା ପରେ କର୍ମୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା। କିନ୍ତୁ ସେ ଦାୟିତ୍ବ ନେବାର ପ୍ରାୟ ଦୁଇ ମାସ ବିତିଯାଇଥିଲେ ମଧ୍ୟ ମହାନଗରରେ ସଂଗଠନକୁ ମଜ୍‌ବୁତ୍‌ କରିବା ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ନେଲା ଭଳି ଅନୁମେୟ ହେଉନାହିଁ। ଏକ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ହୋଇ ୨୦୧୧ମସିହାରେ ସେ ଗିରଫ ହୋଇଥିଲେ। ଏହି ମାମଲାର ବିଚାରଣା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ତେବେ ଏହି ମାମଲାରେ ରମେଶଙ୍କୁ ଜାମିନ୍ ମିଳିଥିବା ବେଳେ କୋର୍ଟଙ୍କ ବିନା ଅନୁମତିରେ ବ୍ରହ୍ମପୁରରେ ପ୍ରବେଶ ନକରିବାର ସର୍ତ୍ତ ମଧ୍ୟ ରହିଛି। ଫଳରେ ସେ ଦଳର ଜିଲ୍ଲା ସଭାପତି ହେଲାପରେ ବି ଏହା ମଧ୍ୟରେ ହୋଇଥିବା ଏକାଧିକ ଦଳୀୟ କାର୍ଯ୍ୟକ୍ରମରେ ସେ ଯୋଗ ଦେଇପାରିନାହାନ୍ତି। ଏପରିକି ଗୋପାଳପୁର ବିଧାୟକ ଡ.ପ୍ରଦୀପ ପାଣିଗ୍ରାହୀ ଗିରଫ ହେବା ପରେ ତାଙ୍କର ବେଆଇନ୍‌ କାର୍ଯ୍ୟକଳାପ ଏବଂ କ୍ଷମତାର ଦୁରୁପଯୋଗ କରି ରମେଶଙ୍କ ପ୍ରତି ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ, ସେ ସମ୍ପର୍କରେ ରମେଶ ଜେନା ପ୍ରେସ୍‌ମିଟ୍‌ ଡାକିଥିଲେ। ଏଥିପାଇଁ ତାଙ୍କୁ ବ୍ରହ୍ମପୁର ପରିବର୍ତ୍ତେ କୁକୁଡ଼ାଖଣ୍ଡି ବ୍ଲକରେ ସ୍ଥାନ ବାଛିବାକୁ ପଡ଼ିଥିଲା। ଅନ୍ୟପକ୍ଷେ ୨୦୧୮ ଏପ୍ରିଲ୍‌ରେ ପ୍ରମୁଖ ନେତାମାନେ ସେମାନଙ୍କ ଅନୁଗାମୀଙ୍କ ସହ ଦଳବଦଳ କରିବା ପରେ ଯେଉଁମାନେ ପୁଣିଥରେ ଦଳ ପାଇଁ ଶକ୍ତି ଗୋଟାଇବାକୁ ଉଦ୍ୟମ ଜାରି ରଖିଥିଲେ, ଦଳୀୟ କାର୍ଯ୍ୟକ୍ରମରେ ଏବେ ସେମାନଙ୍କ ଦେଖାମିଳୁନି। ଏପରିକି ଦଳର ମହାନଗର ସଭାପତି ପ୍ରମୋଦ ଜେନାଙ୍କ ମଧ୍ୟ ଏସବୁ କାର୍ଯ୍ୟକ୍ରମରେ ଦୃଶ୍ୟ ହେଉନାହାନ୍ତି। ଏସମ୍ପର୍କରେ ତାଙ୍କ ପ୍ରତିକ୍ରିୟା ନେବାରୁ କିଛି ବ୍ୟକ୍ତଗତ କାମ ପାଇଁ ସେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇପାରି ନଥିବା ବେଳେ ସେ ସର୍ବଦା କଂଗ୍ରେସ୍‌ରେ ଅଛନ୍ତି ବୋଲି ପ୍ରକାଶ କରିଥିଲେ। ମହାନଗରରେ ଦଳର ସଂଗଠନକୁ ସଜାଡ଼ି ପାଇଁ ପିସିିସି ପକ୍ଷରୁ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯାଉଥିବା ସମ୍ପର୍କରେ ସୂଚନା ଦେଇଥିଲେ। ମହାନଗରରେ ଦଳର ସ୍ଥିତି ସୁଧାରିବା ପାଇଁ କିଏ ଦାୟିତ୍ବ ନେବ, ସେନେଇ ଏଯାବତ୍‌ ସସ୍‌ପେନ୍ସ ଜାରି ରହିଛି। ୨୦୧୩ରେ ବିଏମ୍‌ସିର ୱାର୍ଡ଼ ସଂଖ୍ୟା ୩୬ରୁ ୪୦କୁ ବୃଦ୍ଧି ପାଇବା ସହ ଏଥିପାଇଁ ହୋଇଥିବା ପୌର ନିର୍ବାଚନରେ କଂଗ୍ରେସ୍‌ ୧୫ଟି ୱାର୍ଡ଼କୁ ହାତେଇ ପାରିଥିଲା। ପରେ ୨୬ନଂ ୱାର୍ଡ଼ର ନିର୍ବାଚିତ କଂଗ୍ରେସ୍‌ କର୍ପୋରେଟରଙ୍କ ଦେହାନ୍ତ ଯୋଗୁଁ ଉପନିର୍ବାଚନ ହୋଇଥିଲା। ଏହି ଆସନରେ କଂଗ୍ରେସ୍‌ ପୁଣି ଜିତିବା‌େର ସକ୍ଷମ ହୋଇନଥିଲା। ଏହି ଆସନକୁ ଜିତି ବିଜେପି ଖାତା ଖୋଲିଥିଲା। ତେବେ ବିଏମସିରେ ଏକ ଦୃଢ଼ ବିରୋଧୀ ଦଳର ଭୂମିକା ତୁଲାଉଥିବା କଂଗ୍ରେସ୍‌କୁ ପୁଣି ଝଟ୍‌କା ଲାଗିଥିଲା ୨୦୧୬ରେ। ସେହିବର୍ଷ ଜଣେ କର୍ପୋରେଟର୍‌ଙ୍କ ଘର ଉପରକୁ ବୋମା ମାଡ଼ ଘଟଣା ଅଭିଯୁକ୍ତଙ୍କୁ ଭୁବନେଶ୍ବର ସ୍ଥିତ ବାସଭବନରେ ରଖିଥିବା ଅଭିଯୋଗରେ ଦଳର ବର୍ତ୍ତମାନ ସଭାପତି ରମେଶ ଜେନାଙ୍କୁ ପୁଲିସ୍‌ ଗିରଫ କରିଥିଲା। ଏହାପରେ ତାଙ୍କ ନାଁରେ ଗୋଟିଏ ପରେ ଗୋଟିଏ ବିଭିନ୍ନ ମାମାଲା ରୁଜୁ ହୋଇଥିଲା। ଖାଲି ସେତିକି ନୁହେଁ ବ୍ରହ୍ମପୁରରେ ତାଙ୍କର ବିଶେଷ ଅନୁଗତ ଥିବା ଦୁଇ କର୍ପୋରେଟର୍‌ ଆର୍‌.ମୁରଲୀମୋହନ ଏବଂ ରଣଜିତ୍ ନାୟକଙ୍କୁ ମଧ୍ୟ ଶ୍ରୀ ଜେନାଙ୍କ ବିରୋଧରେ ରୁଜୁ ହୋଇଥିବା ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ପୁଲିସ ଗିରଫ କରିଥିଲା। ଆଉ ଏହିଠାରୁ ଆରମ୍ଭ ହୋଇଯାଇଥିଲା କଂଗ୍ରେସ୍‌ ଦୁର୍ଗର ପତନ। ଦୁଇ କର୍ପୋରେଟର୍‌ କୋର୍ଟରୁ ସର୍ତ୍ତମୂଳକ ଜାମିନ୍‌ ପାଇ ଜେଲ୍‌ରୁ ମୁକୁଳିଲା ପରେ ଶାସକ ଦଳ ବିଜେଡିରେ ସାମିଲ୍‌ ହୋଇଯାଇଥିଲେ। ୨୦୧୮ ଏପ୍ରିଲ୍‌ରେ ପୁଣି ଘଟିଥିଲା ଆଉ ଏକ ବଡ଼ ଘଟଣା। ‌ରାଜନୈତିକ ସମୀକରଣରେ ବଡ଼ ପରିବର୍ତ୍ତନ ଦେଖାଦେଲା। ସହରରେ କଂଗ୍ରେସ୍‌ର ଚେହେରା ସାଜିଥିବା ଯୁବ ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ଦଳ ଉପରୁ ଆସ୍ଥା ହରାଇ ବିଜେଡିରେ ଯୋଗ ଦେଇଥିଲେ। କେବଳ ସେତିକି ନୁହେଁ ଏହି ଦୁଇ ନେତାଙ୍କ ଅନୁଗାମୀ ହୋଇ କଂଗ୍ରେସ୍‌ର ଜିଲ୍ଲା ସଭାପତି ଭଗବାନ ଗନ୍ତାୟତ, ଦଳର ଅନ୍ୟ ସମସ୍ତ କର୍ପୋରଟେର୍‌ ଓ ଶହ ଶହ କର୍ମୀ ଦଳ ଛାଡ଼ି ଦେଇଥିଲେ। ଏହା ପରେ ବିଏମସିରେ ଦଳ ପାଇଁ ପ୍ରତିନିଧିତ୍ବ କରିବା ପାଇଁ ଜଣେ ବି କର୍ପୋରେଟର୍‌ ବଳକା ନଥିଲା। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପୂର୍ବରୁ ଦଳରେ ଅଣଦେଖା ‌ହେଉଥିବା ନେତାମାନେ ଆଗଭର ହୋଇଥିଲେ। କଂଗ୍ରେସ୍‌ ପ୍ରତି ଆସ୍ଥା ରଖୁଥିବା କର୍ମୀ ଏବଂ ଲୋକଙ୍କୁ ଏକାଠି କରି ଦଳକୁ ସଜାଡ଼ିବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ। କିନ୍ତୁ ୨୦୧୯ ସାଧାରଣ ନିର୍ବାଚନରେ ଉଭୟ ବିଧାୟକ ଏବଂ ସଂସଦ ପ୍ରାର୍ଥୀ ଚୟନକୁ ନେଇ ପୁଣି ଦଳରେ ଫାଟ ସୃଷ୍ଟି ହୋଇଥିଲା। ଯାହାର ପରିଣାମ ନିର୍ବାଚନ ଫଳାଫଳରେ ସ୍ପ‌ଷ୍ଟ ପ୍ରତିଫଳିତ ହୋଇଥିଲା। ଏକଦା ସହରରେ କଂଗ୍ରେସ୍‌ ପକ୍ଷରୁ ‌ହେଉଥିବା ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ କର୍ମୀ ଯୋଗ ଦେଉଥିବା ବେଳେ ୨୦୧୯ରେ ବ୍ରହ୍ମପୁରର ଦଳୀୟ ବିଧାୟକ ପ୍ର‌ାର୍ଥୀ ମାତ୍ର ୫ ହଜାର ୩୮୧ଖଣ୍ଡ ଭୋଟ ପାଇବାକୁ ସକ୍ଷମ ହୋଇଥିଲେ। ଏହି ସାଧାରଣ ନିର୍ବାଚନର ପ୍ରାୟ ବର୍ଷକ ପରେ କଂଗ୍ରେସ୍‌ ପକ୍ଷରୁ ଗଂଜାମ ଜିଲ୍ଲାରେ ନିଜର ସ୍ଥିତିକୁ ପୁନଃ ସୁଦୃଢ଼ କରିବା ପାଇଁ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ ଦାୟିତ୍ବ ଦିଆଯାଇଛି। ତାଙ୍କର ବ୍ରହ୍ମପୁର ସହରରେ ମଧ୍ୟ ଲୋକପ୍ରିୟତା ରହିଛି। କିନ୍ତୁ ମା’ଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେବାପାଇଁ ମଧ୍ୟ ତାଙ୍କୁ କୋର୍ଟଙ୍କ ଅନୁମତି ନେବାକୁ ପଡ଼ୁଛି। ଏପରିସ୍ଥଳେ ବାହାରେ ରହି ସେ ମହାନଗରରେ କିପରି ଦଳର ସଂଗଠନକୁ ମଜ୍‌ବୁତ୍ କରିବେ, ଏବେବି ଦଳ ପ୍ରତି ଆନୁଗତ୍ୟ ରଖିଥିଲେମଧ୍ୟ ସଂଗଠନ ଠାରୁ ଦୂରେଇ ରହିଥିବା ନେତା ଓ କର୍ମୀଙ୍କୁ କିପରି ଏକ୍‌ଜୁଟ୍‌ କରିବେ ଏହା ନିଶ୍ଚିତ ଭାବେ ବିଧାୟକଙ୍କ ପାଇଁ ଏକ ବଡ଼ ଆହ୍ବାନ୍। ତେବେ ଆଗାମୀ ପୌର ନିର୍ବାଚନ ପୂର୍ବରୁ ମହାନଗରରେ କଂଗ୍ରେସ୍‌ର ଚେହେରା କିଏ ହେବ ‌ତାହା ଦେଖିବାକୁ ବାକି ରହିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like