-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
13-Dec-2020
(ପ୍ରେରଣା ଖବର) ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ସମୟରେ ଦୁଇଜଣ ନକ୍ସଲଙ୍କର ମୃତ୍ୟୁ ଘଟିଥିବାର ଖବର ମିଳିଛି। ସ୍ୱାଭିମାନ ଅଞ୍ଚଳର ଗଜଳମାମୁଡ଼ି ପଞ୍ଚାୟତର ଅଳମପକା ଏବଂ ସିଗାଭରାମ ନିକଟରେ ଗୁଳିବିନିମୟ ଚାଲିଥିବା ଜଣାଯାଇଛି। ବିଏସଏଫ, ଏସଓଜି ଓ ଡିଭିଏଫ ପକ୍ଷରୁ ମିଳିତ ଅପରେସନ ହୋଇଛି। ସର୍ଚ୍ଚ ଅପରେସନ୍ ବେଳେ ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ ହୋଇଛି । ମୃତ ନକ୍ସଲଙ୍କ ଚିହ୍ନଟ ଚାଲିଛି। ଦୁଇ ମୃତ ନକ୍ସଲ ଛତିଶଗଡ଼ ଅଞ୍ଚଳର ବୋଲି ଜଣାପଡ଼ିଛି।ମୃତକଙ୍କ ମଧ୍ୟରୁ ଜଣେ ମହିଳା ଓ ଜଣେ ପୁରୁଷ ବୋଲି ଜଣାପଡ଼ିଛି।