-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ରାଜ୍ୟ

ବନ ବିଭାଗର ବଡ଼ ଦୁର୍ନୀତି; ଭିଜିଲାନ୍ସ ପଞ୍ଝାରେ ୧୦ରୁ ଅଧିକ ଅଧିକାରୀ

13-Dec-2020



(ପ୍ରେରଣା ଖବର) ଭୁବନେଶ୍ୱର:ଆୟ ବର୍ହିଭୂତ ସମ୍ପର୍ତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ ଏବେ ଜେଲ୍‌ରେ ଦିନ କାଟୁଛନ୍ତି ଆଇଏଫ୍ଏସ୍ ଅଭୟକାନ୍ତ ପାଠକ। ଖାଲି ଅଭୟ ନୁହଁନ୍ତ ଗଲା କିଛି ବର୍ଷରେ ୧୦ରୁ ଅଧିକ ବନ ବିଭାଗ ଅଧିକାରୀ ଭିଜିଲାନ୍ସ ପଞ୍ଝାରେ କଏଦ ହୋଇଛନ୍ତି। ଫରେଷ୍ଟରଙ୍କଠାରୁ ଡିଏଫ୍ଓ ଯାଏ ଅଳ୍ପ ବହୁତ ଅଧିକାରୀଙ୍କ ନାଁରେ ଲାଗିଛି ଦୁର୍ନୀତିର ଛିଟା। ହେଲେ ଗଞ୍ଜାମ ଜିଲ୍ଲା ଲିଙ୍କ୍ ଥିବା ଅଧିକାରୀଙ୍କ ତାଲିକା ଏବେ ଲମ୍ବା ହେବାରେ ଲାଗିଛି। ଦୁଇ ବର୍ଷରେ ୧୦ ଜଣ ଅଧିକାରୀଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ନିଜ ରାଡାରକୁ ଆଣିଛି। ଆଉ ଏହାପରେ ରାଜନୀତି ବି ଜୋର ଧରିଛି। ରାଜ୍ୟ ସରକାର ଓ ଭଞ୍ଜନଗର ବିଧାୟକ ତଥା ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀଙ୍କୁ ନିଶାନା କରିଛି ବିଜେପି। ଦୁଇ ବର୍ଷରେ ଗାର୍ଡଠୁ ଆରମ୍ଭ କରି ଡିଏଫ୍ଓ  ଆୟ ବର୍ହିିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି।  ଖୋଦ୍ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀଙ୍କ ଜିଲ୍ଲାରେ ଏହି ତାଲିକା ବେଶ ଲମ୍ବା। ୨୦୧୮ରୁ ଏଯାଏ ବ୍ରହ୍ମପୁର ଭିଜିଲାନ୍ସ ଜାଲରେ ଧରାପଡ଼ିଲେଣି ବନ ବିଭାଗର ୧୦ ଜଣ କର୍ମଚାରୀ ଓ ଅଧିକାରୀ। କାହାକୁ ଲାଞ୍ଚ ନେଉଥିବା ବେଳେ ତ ପୁଣି କିଏ ଆୟଠୁ ଅଧିକ ସମ୍ପର୍ତ୍ତି ରଖିବା ଅଭିଯୋଗରେ ଭିଜିଲାନ୍ସ ରାଡାରକୁ ଆସିଛନ୍ତି। ଜିଲ୍ଲାରେ ଜଙ୍ଗଲ ବିଭାଗକୁ କୋଟି କୋଟି ଟଙ୍କା ଖର୍ଚ୍ଚ ପାଇଁ ଆସୁଛି। ହେଲେ ତାହା କେତେ ଖର୍ଚ୍ଚ ହେଉଛି ଓ ବାବୁଙ୍କ ପକେଟକୁ କେତେ ଯାଉଛି ତା ହିସାବ ଏବେ କରୁଛି ଭିଜିଲାନ୍ସ।
୧୬ ମେ ୨୦୧୮ରେ ପୁରୁଷୋତ୍ତମପୁର ବିଟ୍ ଅଞ୍ଚଳରେ ଫରେଷ୍ଟର୍ ଥିବା ଶିବ ବେହେରା ୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିଲେ। ୨୬ ଜୁନ୍ ୨୦୧୯ ବିକ୍ରମ କୁମାର ସାହୁ ବୌଦ୍ଧ କେନ୍ଦୁ ଲିଫ୍ ଡିଭିଜନ୍‌ରେ ମ୍ୟାନେଜର୍ ଭାବେ ଥିବା ବେଳେ ୧୨ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଧରିଥିଲା। ଖାଲି ସେତିକି ନୁହେଁ, ଚିଲିକା ରେଞ୍ଜର ଜୁନିୟର୍ ଆକାଉଣ୍ଟାଣ୍ଟ୍ ନବୀନ ବିଷୋୟୀ, ପାରାଳାଖେମୁଣ୍ଡିର ଫରେଷ୍ଟର୍ ଦିବାକର ଲେଙ୍କା… ଏମିତି ଲମ୍ବା ତାଲିକା ଭିଜିଲାନ୍ସ ପାଖରେ ରହିଛି। ଏବେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ବିଜେପି ସିଧାସଳଖ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ଟାର୍ଗେଟ କରିଛି। ଦୁର୍ନୀତି ଗସ୍ତ ଅଧିକାରୀଙ୍କ ସିଧା ସମ୍ପର୍କ ମନ୍ତ୍ରୀଙ୍କ ସହ ଥିବା ବିଜେପି ଆରୋପ ଲଗାଇଛି । ଏହାର ଜବାବ ବି ରଖିଛି ବିଜେଡି। କୋଟିପତି ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ୨୦୦୪ରୁ ୧୩ ଯାଏ ଗଞ୍ଜାମ ଦାୟିତ୍ୱରେ ଥିଲେ। ଏହାପୂର୍ବରୁ ୨୦୧୬ରେ ଗିରଫ ହୋଇଥିବା ଆଠଗଡ଼ ଡିଏଫ୍ଓ ସୁଧାଂଶୁ ମିଶ୍ର ବି ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟ କରିଛନ୍ତି। ଏଠୁ ବଦଳି ହେବା ପରେ ତାଙ୍କୁ ଗିରଫ କରିଥିଲା ଦୁର୍ନୀତି ନିବାରଣ ସଂସ୍ଥା। ବନ ବିଭାଗ ଅଧିକାରୀଙ୍କ ନାଁରେ ବଢ଼ୁଥିବା ଭିଜିଲାନ୍ସ ମାମଲା ଓ ତାସହ ଗଞ୍ଜାମ ଲିଙ୍କ୍ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like