-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||     

HOME   ଜିଲ୍ଲା

ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ

23-Sep-2026



ବଲାଙ୍ଗିର ଜିଲ୍ଲା ସ୍ଥିତ ସିନ୍ଧେକେଲା ଥାନା ଅନ୍ତର୍ଗତ ଦେହେଲି ଗ୍ରାମରେ ମା ଅହଲ୍ୟା ଦେବୀ କଳା ପରିଷଦ ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ "ନୂଆଁଖାଇ ଭେଟଘାଟ" କାର୍ଯ୍ଯକ୍ରମ ଉଦଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସମାଜସେବୀ, ଟ୍ରେଡ ୟୁନିଅନ ଲିଡର ତଥା ଭାରତୀୟ ଡାକ ବିଭାଗର ଉପଡାକପାଳ ରମେଶ ଚନ୍ଦ୍ର ସାହୁ ମୁଖ୍ୟଅତିଥି ହୋଇଥିବା ବେଳେ ଅନୁଷ୍ଠାନର ଉପଦେଷ୍ଟା ବିସମ ସାହୁ ସଭାପତିତ୍ବ କରିଥିଲେ ।

ସମ୍ମାନୀୟ ଅତିଥି ଭାବରେ ତୁକ୍ଲା ଡିଗ୍ରୀ ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ ଦୁଧେଶ୍ୱର୍ ସାହୁ ତଥା ଓଡିଆ ଅଧ୍ୟାପକ ହେମରାଜ ସାହୁ, ସିନ୍ଧେକେଲା ସ୍ଥିତ ପଣ୍ଡା କ୍ଲିନିକ୍ ର ପ୍ରତିଷ୍ଠାତା  ସୁଧାଂଶୁ ଶେଖର ପଣ୍ଡା, ଶିକ୍ଷକ ନରେନ୍ଦ୍ର ସାହୁ, ଗ୍ରାମର ମୁଖ୍ୟ ନରହରି ଭୋଇ ତଥା ଉପେନ୍ଦ୍ର ସାହୁ, ଯୁବନେତା ତଥା "କେଏସ କୋଚିଙ୍ଗ ଇନଷ୍ଟିଚ୍ୟୁଟ"ର ପ୍ରତିଷ୍ଠାତା କ୍ଷମାସାଗର ସାହୁ ମଞ୍ଚାସୀନ ହୋଇଥିଲେ ।
ନିମନ୍ତ୍ରିତ ଅନ୍ୟାନ୍ୟ  ସ୍ୱତନ୍ତ୍ର ଅତିଥି ମଧ୍ୟରେ ବଙ୍ଗୋମୁଣ୍ଡା ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ଭୋଳାନାଥ ବେହେରା ତଥା ଅର୍ଶାତୁଳା ଗ୍ରାମ୍ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ନମିତା ପୁଟେଲ, କାର୍ଯ୍ୟବ୍ୟସ୍ତତା ଯୋଗୁ ଉପସ୍ଥିତ ନ ହୋଇଥିଲେ ସୁଦ୍ଧା, ନିଜର ବାର୍ତ୍ତା ପହଞ୍ଚାଇ ନୂଆଁଖାଇ ଉପଲକ୍ଷେ ସମସ୍ତଙ୍କୁ ସାଧୁବାଦ ଜଣେଇଥିଲେ ଏବଂ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଥିଲେ।

ମୁଖ୍ୟ ଅତିଥି ତଥା ମୁଖ୍ୟ ବକ୍ତା ରମେଶ ଚନ୍ଦ୍ର ସାହୁ ଅନୁଷ୍ଠାନର ମହତ୍ତ୍ୱ ବିଷୟ ରେ ପୁଙ୍ଖାନୁୁପୁଙ୍ଖ ଭାବରେ ସୂଚନା ଦେଇଥିବା ବେଳେ ନୂଆଁଖାଇ ହେଉଛି ମାଟି,କୃଷି ଓ ପ୍ରକୃତିଙ୍କୁ କୃତଜ୍ଞତା ଜଣାଇବାର ନିଆରା ପରମ୍ପରା ବୋଲି ସମ୍ବୋଧନ କରିଥିଲେ।
ସମାଜସେବୀ ତଥା ଅଞ୍ଚଳର ଜଣାଶୁଣା ସମାଜସେବୀ ବିସମ  ସାହୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରି ଅଞ୍ଚଳରେ ଲୁକ୍କାୟିତ ସମସ୍ତ କଳା ପ୍ରତିଭାର ସ୍ଫୁରଣ ପାଇଁ ଦିଗଦର୍ଶନ କରି, ଲୋକକଳା ,ଲୋକନୃତ୍ୟ ବିଷୟରେ ବିସ୍ତୃତ ଭାବରେ ନିଜର ଉଦବୋଧନ ଦେଇଥିଲେ।

ଆୟୋଜିତ ନୃତ୍ୟ ପ୍ରତିଯୋଗିତାରେ ବହୁତ୍ ଦୂରଦୂରାନ୍ତରୁ ଭାଗ ନେଉଥିବା ସମସ୍ତ ପ୍ରତିଯୋଗୀକୁ ସମ୍ମାନିତ କରାଯାଇ ଥିବା ବେଳେ"ଲିଟିଲ୍ ଷ୍ଟାର୍ ଗ୍ରୁପ୍"(ପଳସଖଣ୍ଡ )ପ୍ରଥମ, ପପୁ ସୁନା (ବେଲପଡା)ଦୃତୀୟ ଏବଂ ଗୋପ ଚନ୍ଦନ(ବାହାବାହଲ) ତୃତୀୟ ସ୍ଥାନ ପାଇଁ ପୁରସ୍କୃତ ହୋଇଥିଲେ । ଅନୁଷ୍ଠାନ ପକ୍ଷରୁ ଗ୍ରାମର ବିଭିନ୍ନ କ୍ଷେତ୍ରରେ ଉପଲବ୍ଧି ପାଇଥିବା ବ୍ୟକ୍ତିବିଶେଷ ଯଥା ଜେ.ଏନ.ୟୁ.(ଦିଲ୍ଲୀ)ର ସହାୟକ ପ୍ରଫେସର ଡ଼.ବିକ୍ରମ୍ ସେନ ସାହୁ (ଶିକ୍ଷା କ୍ଷେତ୍ର), ବ୍ୟାଙ୍କ୍ ମ୍ୟାନେଜର ଗୋପବନ୍ଧୁ ସୁନା (ବ୍ୟାଙ୍କିଙ୍ଗ), ଶିକ୍ଷକ

ବିଭୁ ଭୂଷଣ ସୁନା (ଶିକ୍ଷା), ଛାତ୍ରୀ କୁମାରୀ ହରିପ୍ରିୟା ସାହୁ (ଶିକ୍ଷା) ଏବଂ ଏହି ବର୍ଷ ନୂତନ ଭାବରେ ସିଆରପିଏଫ୍ ରେ ଯୋଗଦାନ୍ କରିଥିବା ଲିଙ୍ଗରାଜ ସୁନା (ଦେଶସେବା) ପାଇଁ ସମ୍ମାନିତ କରାଯାଇଥିଲା ।
 ହେମରାଜ ସାହୁ ଏବଂ କୁମାରୀ ହରିପ୍ରିୟା ସାହୁ ମଞ୍ଚ ପରିଚାଳନା କରୁଥିବା ବେଳେ  ଦୁଧେଶ୍ୱର୍ ସାହୁ ଏବଂ  ନରେନ୍ଦ୍ର ସାହୁ, ନୃତ୍ଯ ପ୍ରତିଯୋଗିତାର ବିଚାରପତି ହୋଇଥିଲେ ।

ଏହି କାର୍ଯ୍ୟକ୍ରମରେ  ସୁନ୍ଦର ଭାବରେ ସ୍ୱାଗତ ସଂଗୀତ କୁମାରୀ ସମୀକ୍ଷା ସାହୁ, ସ୍ୱସ୍ତିକା ସାହୁ, ସନ୍ଧ୍ୟା ସାହୁ , କିଶୋରି ସାହୁ ଏବଂ ହରିପ୍ରିୟା ସାହୁ ଗାଇଥିବା ବେଳେ କ୍ୟାମେରା  ରେକର୍ଡିଙ୍ଗ  ରୂପେଶ ସାହୁ କରିଥିଲେ ତଥା ଗୁରେଖ ମାଝି, ହର ଭାଟି, ନିରଞ୍ଜନ ଭାଟି, ଖୁସିରାମ ଭୋଇ, ଗୁରେଖ୍ ମାଝି, ମୁରଲୀ ଭୋଇ , ହେମନ୍ତ ଭୋଇ,  ଛୋଟୁ ସାହୁ, ହରିରାମ ଭୋଇ, ଦୁର୍ଗେଶ ଭୋଇ, ବିଷମ ମାଝି, ଧନିଷ୍ଠ ଭୋଇ, ଉମାଶଙ୍କର ସାହୁ, ଲକ୍ଷ୍ମୀ କାନ୍ତ ଭୋଇ, ଜଗଦୀଶ ଭୋଇ, ଗ୍ରାମର ଗଣେଶ ପୂଜା କମିଟିର ସମସ୍ତ କାର୍ଯ୍ୟକର୍ତ୍ତା, ଯୁବକ ଯୁବତୀ ତଥା ଗ୍ରାମବାସୀ  ସହଯୋଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026

You Might Also Like