-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
23-Sep-2026
କଣ୍ଟାବାଞ୍ଜି(ପ୍ରେରଣା ଖବର): ତୁରେକେଲା ବ୍ଳକ ସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ତୁରେକେଲା ଆଶ୍ରମ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।ବ୍ଳକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀଙ୍କ ତତ୍ତ୍ୱାବଧାନରେ ଉଦଘାଟନୀ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପାର୍ଥବ ମହାନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ଜଗବନ୍ଧୁ ମାଝୀ ମୁଖ୍ୟ ଅତିଥି, ସିଆରସିସି ପ୍ରେମରାଜ ପାଣିଗ୍ରାହୀ, ଧନସିଂ ମାଝୀ, ଗୁରୁ ପ୍ରସାଦ ଛତ୍ରିଆ,ଦୀନେଶ ମହାନନ୍ଦ, କୃତିବାସ ବରିହା, ଗଜୟ କୁମାର ଦାଶ, ଅନୁପ କୁମାର ଦାସ,ଗଜିନ୍ଦ୍ର ହରିଜନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।ହିଆଲ ସିଆରସିସି ବିରଞ୍ଚି ନାରାୟଣ ଦାଶ ସଭା ପରିଚାଳନା କରିଥିଲେ।ବିଘ୍ନନାଶକ ଗଣେଶଙ୍କ ଫଟୋଚିତ୍ରରେ ଧୂପଦୀପ ପ୍ରଦାନ କରାଯାଇଥିଲା।ତାପରେ ଏଗାରଗୋଟି କ୍ଳଷ୍ଟରରୁ ଆସିଥିବା କୃତି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା।ବକ୍ତୃତା ପ୍ରତିଯୋଗିତାରେ ଶିକ୍ଷକ ରବୀନ୍ଦ୍ର ରଥ,ଗଜୟ ଦାଶ, କ୍ଷିତିଶଚନ୍ଦ୍ର ପଣ୍ଡା ଓ ଚିତ୍ରାଙ୍କନରେ ଶିକ୍ଷକ କିଶୋର ବରିହା,ବିଘ୍ନେଶ୍ୱର ମାଝୀ ,ଲକ୍ଷ୍ମୀପ୍ରିୟା ସେନ ବିଚାରପତି ଭାବରେ ବିଚାର କରିଥିଲେ।ଉଦଯାପନୀ ସଭାରେ ବିଆରସିସି ଫକୀର ଚରଣ ବିଶିଙ୍କ ସଭାପତିତ୍ୱରେ ସରପଞ୍ଚ ଜଳନ୍ଧର ମହାକୁଡ଼ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ବିରଞ୍ଚି ନାରାୟଣ ଦାଶଙ୍କ ପରିଚାଳନାରେ କୃତି ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ଓ ସ୍ମୃତି ଫଳକ ଦେଇ ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ସୁକାନ୍ତି ମାଝୀ,ଏମ ବିନିତା,ସଙ୍ଗୀତା ସାହୁ, ରମେଶ ଚନ୍ଦ୍ର ମାଝୀ,ଗୋପାଳ ଧରୁଆ, ଅର୍ଜୁନ ଧରୁଆ,ଅଗସ୍ତି ସୁନା, ପ୍ରମୋଦ ଦଳେଇ,ସତ୍ୟ ଧରୁଆ,ଶମ୍ଭୁପ୍ରାସାଦ ବିଶି ସମେତ ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା ସହଯୋଗ କରିଥିଲେ।