-+91-9937148622 |

prerana_bgr@rediffmail.com |

  Friday 2nd October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   (01-Oct-2026)       ||      ମହାବୀର ପଡା ରେ ବରିଷ୍ଟ ନାଗରିକ ଦିବସ ପାଳିତ   (01-Oct-2026)       ||      ଅନ୍ତର୍ଜାତୀୟ କରାଟେରେ ଶରଣ୍ୟା ସାହୁ ଓ ଶ୍ରେୟାନ୍ସ ସାହୁଙ୍କ ଉଲ୍ଲେଖନୀୟ ସଫଳତା ପାଈଁ ଲାୟନ୍ସ କ୍ଲବ ଟିଟିଲାଗଡ ତରଫରୁ ଦିଆଗଲା ସମ୍ବର୍ଦ୍ଧନା    (01-Oct-2026)       ||      ବଲାଙ୍ଗିରରେ ଜାତୀୟ ଲନ୍ ବଲ ଚାମ୍ପିଅନସିପ୍ ♦️ଅକ୍ଟୋବର ୨୩ରୁ ୨୬ ଯାଏ ପ୍ରତିଯୋଗିତା   (01-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ଅଷ୍ଟମ ଦିବସ ରେ ପୁରୀ ଓ କଟକ ଵିଜୟୀ*- *ଗୀତ ନାଚ ରେ ଜମିଲା ଗାନ୍ଧି ଷ୍ଟାଡିୟମ୍* -   (01-Oct-2026)       ||      ଚାକିରୀ ଜୀବନରୁ ଅବସର ନେଲେ ସୁଜାତା ମ୍ୟାଡ଼ମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Oct-2026)       ||      ଲୋଇସିଂହା ଠାରେ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ    (01-Oct-2026)       ||      ଟିଟିଲାଗଡରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ – ୨୦୨୬   (01-Oct-2026)       ||      ଗନ୍ଧରେଲ ରାଧାକୃଷ୍ଣମନ୍ଦିର ପରିସରରେ ସ୍ୱଚ୍ଛସର୍ବେକ୍ଷଣ କାର୍ଯ୍ୟକ୍ରମ   (01-Oct-2026)       ||      ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ଶେଷ • ୨୦୨୬-୨୭ରେ ୧୩୦୦ କୋଟି ଟଙ୍କା କାରବାର ଲକ୍ଷ୍ୟ • ଦୁଗ୍ଧ ସଂଗ୍ରହ ଓ ବିପଣନ ବ୍ୟବସ୍ଥା ସମ୍ପ୍ରସାରଣ ଉପରେ ଗୁରୁତ୍ୱ · ଚାଷୀଙ୍କ ଆର୍ଥିକ ବିକାଶକୁ ପ୍ରାଥମିକତା   (01-Oct-2026)       ||      ମା କୁଶଙ୍ଗାଇ ଙ୍କ ଷୋହଳ ପୂଜା ପାଇଁ ପ୍ରସ୍ତୁତି ବୈଠକ   (01-Oct-2026)       ||      *ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମ*   (01-Oct-2026)       ||      ବରପାଲି ଗଙ୍ଗାଧର କଳା ପରିଷଦ ତରଫରୁ ନୁଆଁ ଖାଇ ଭେଟଘାଟ କାର୍ଯ୍ୟକ୍ରମ - ୨୦୨୬   (01-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ର ସୁବର୍ଣ୍ଣପୁର ଜୋନ୍ ର ସପ୍ତମ ଦିବସ ମ୍ୟାଚ୍ ରେ ବରଗଡ଼ ଦଳ ୬-୦ ଓ ସୁବର୍ଣ୍ଣପୁର ଦଳ ୧-୦ ରେ ଵିଜୟୀ*-   (01-Oct-2026)       ||      ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   (30-Sep-2026)       ||      କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   (30-Sep-2026)       ||      ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ    (30-Sep-2026)       ||      ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି    (30-Sep-2026)       ||      ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା    (30-Sep-2026)       ||      ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   (30-Sep-2026)       ||     

HOME   ରାଜ୍ୟ

ଜରି ଢଙ୍କା କୁଡ଼ିଆରେ ବିତୁଛି ନିରୀହ ମହିଳା ଛଉ ଗୌଡ଼ଙ୍କ ଜୀବନ,ନିରୀହ ମହିଳା ଛଉ ଗୌଡ଼ ଙ୍କ ଭଙ୍ଗା କୁଡ଼ିଆ ପ୍ରତି ସରକାର ଙ୍କ ନଜର ପଡିବ କେବେ ?

22-Jul-2023



କଳାହାଣ୍ଡି(ଦୁଷ୍ମନ୍ତ କୁମାର ପଣ୍ଡା ): ସ୍ଥାନୀୟ ରାଜନେତା ଓ ସରକାରୀ ବାବୁଙ୍କ ମନୋବଳ ଅଭାବ ଯୋଗୁଁ ସରକାରୀ ବାସ ଗୃହରୁ ବଞ୍ଚିତ ନିରୀହ ମହିଳା ଛଉ ଗୌଡ଼ । ଭଙ୍ଗା ମାଟି କାନ୍ଥ ଓ ଜରି ଢ଼ଙ୍କା କାନ୍ଥ ଘରେ ଜୀବନ ବିତୁଛି ଛଉ ଗୌଡ ର ଜୀବନ। ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ  ରେଙ୍ଗସାପାଲି ଗ୍ରାମପଞ୍ଚାୟତ ପିତାଗୁଡା ଗ୍ରାମର ନିରୀହ ବେସାହାରା ମହିଳା ଛଉ ଗୌଡ଼ ଙ୍କ ଭାଗ୍ୟରେ ଦେଖାଦେଇଛି ଜରି ଢଙ୍କା ଭଙ୍ଗା କୁଡ଼ିଆ |ଏହି କୁଡ଼ିଆରେ ଏହି ନିରୀହ ମହିଳା ବସବାସ କରି ଜୀବନ କୁ ବଞ୍ଚାଇବାରେ ରାହା ଖୋଜୁଛନ୍ତି |ଏହି ବ୍ଲକର ବିଭିନ୍ନ ରାଜନେତା ଠାରୁ ଆରମ୍ଭ କରି ସରକାର ଙ୍କ ସରକାରୀ କର୍ମଚାରୀ ବିଭିନ୍ନ ଉନ୍ନୟନ ମୂଳକ କାମ ଠିକ ଚାଲୁଛି ବୋଲି ଡିମଡ଼ିମି ପିଟିଖେଲୁ ଥିବା ବେଳେ ଆଜି ଏହି ବ୍ଲକ ର ବେସାହାରା ମହିଳା ନିଜ ଆର୍ଥିକ ଅନାଟନ ଯୋଗୁଁ ଜରି ଢଙ୍କା କୁଡ଼ିଆ ରେ ରହି ଜୀବନ କୁ ବଞ୍ଚାଇ ଆସୁଥିବା ଖବର କେମିତି ଡିମଡ଼ିମି ପିଟୁଥିବା ରାଜନେତା ଓ ସରକାରୀ ବାବୁଙ୍କ ଦୃଷ୍ଟି ଗୋଚର କେମିତି ହେଉ ନାହିଁ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଅଭିଯୋଗ ଉଠାଇଛନ୍ତି |ଏଥିରୁ ସ୍ପଷ୍ଟ ବାରି ହେଉଛି ଯେ, ସରକାରୀ ବାବୁଙ୍କ ସହ ରାଜନେତା ମାନେ ନିଜର ସ୍ୱାର୍ଥ ପାଇଁ କିଛି ମାତ୍ରାରେ ଉନ୍ନୟନ ମୂଳକ କାମ କରି ବାଃ ବାଃ ପ୍ରକାଶ କରୁଥିବା କେତେ ଯୁକ୍ତିଯୁକ୍ତ ତାହା ସହଜେ ଅନୁମୟ ହୋଇଛି |ନିରୀହ ମହିଳା ଛଉ ଗୌଡ଼ ଙ୍କ ପାଇଁ ସରକାରୀ ଆବାସ ଯୋଜନା ପାଇବାରେ ଦିବା ସ୍ୱପ୍ନ ପାଲଟିଛି  । ସରକାର ସମସ୍ତ ଗରିବ ଲୋକମାନଙ୍କୁ ମୁଣ୍ଡ ଗୁଞ୍ଜିବାକୁ ପକାଘର ଯୋଗାଇ ଦେବାକୁ ଘୋଷଣା କରିଛନ୍ତି | ଏଥି ପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକାଘର ଯୋଜନା କାର୍ଯ୍ୟକାରୀ କରିଛନ୍ତି | ହେଲେ ଲୋକ ପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ପଞ୍ଚାୟତ କର୍ମଚାରୀଙ୍କ ଉଦାସୀନତା ମନୋଭାବ ଯୋଗୁଁ ପ୍ରକୃତ ଗରିବ ହିତାଧିକାରୀମାନେ ଏହି ଯୋଜନା ପାଇବାରୁ ବଞ୍ଚିତ ହୋଇ ରହୁଛନ୍ତି। ଉପରୋକ୍ତ ଲେଖାର  ଘଟଣା ଉଦାହରଣ ସୂରୁପ ଗୋଲାମୁଣ୍ଡା ବ୍ଲକ ରେଙ୍ଗସାପାଳି ପଞ୍ଚାୟତ ପିତାଗୁଡା ଗ୍ରାମରେ ଦେଖିବାକୁ ମିଳିଛି |ଏହି ଗ୍ରାମରେ ଛଉ ଗଉଡ଼ ନାମକ ବେସାହାରା ମହିଳାଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଟିଏ ନାହିଁ । ଏବେ ଭଙ୍ଗା ଦଦରା ଗୋଟିଏ କୁଡ଼ିଆ ଘରେ ବିପଦ ସଂକୁଳ ଅବସ୍ଥାରେ ରହି ଦୁଆର ଦୁଆର ଭିକ୍ଷାବୃତ୍ତି କରି ବହୁ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି । ଅସହାୟ ଛଉ ଗଉଡ଼ଙ୍କ ପରିବାର କହିଲେ ସାହା ଭାରସା କେହି ନାହିଁ । ଏଭଳି ପରିସ୍ଥିତିରେ ଘର ଖଣ୍ଡେ କରିବାକୁ ବି ଛଉ ଗଉଡ଼ ମହିଳାଙ୍କ ହାତରେ ଅର୍ଥର ଅନାଟନ ଦେଖାଦେଇଛି । ଦୀର୍ଘବର୍ଷ ହେଲା ଭଙ୍ଗା ଦଦରା ଜରି ଢଙ୍କା ମାଟି କୁଡ଼ିଆ ଘରେ ଖରା, ବର୍ଷା ଓ ଶୀତ ରେ ଜୀବନ କୁ ବାଜି ଲଗାଇ ଭଗବାନ ଙ୍କୁ ଭରଷା କରି ମୁଣ୍ଡ ଗୁଞ୍ଜି ଆସୁଛନ୍ତି । ଚଳିତ ମାସର  ବର୍ଷାରେ ସେହି କୁଡିଆ ମଧ୍ୟ ସପୂର୍ଣ ଭାଙ୍ଗି ଚୁରମାର ହୋଇ ଯାଇଛି । ଏପଟେ ବ୍ଲକ ପ୍ରଶାସନ ପକ୍ଷରୁ ଘର ଘର ଚାଲ କାର୍ଯ୍ୟକ୍ରମ କରି ଅଭିଯୋଗ ହେଲା ମାତ୍ରେ କିଛିଟା ସମାଧାନ ମଧ୍ୟ କରୁଛନ୍ତି କିନ୍ତୁ ଏହି ମହିଳାଙ୍କ ପାଇଁ କାହାର ନଜର ପଡ଼ୁନାହିଁ । ଏହି ନିରୀହ ମହିଳା ଛଉ ଗୌଡ଼ ଙ୍କୁ  ଯଥାଶୀଘ୍ର  ପ୍ରଶାସନ ପକ୍ଷରୁ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   01-Oct-2026
  ଜିଲ୍ଲା  
ମହାବୀର ପଡା ରେ ବରିଷ୍ଟ ନାଗରିକ ଦିବସ ପାଳିତ   01-Oct-2026
  ଜିଲ୍ଲା  
ଅନ୍ତର୍ଜାତୀୟ କରାଟେରେ ଶରଣ୍ୟା ସାହୁ ଓ ଶ୍ରେୟାନ୍ସ ସାହୁଙ୍କ ଉଲ୍ଲେଖନୀୟ ସଫଳତା ପାଈଁ ଲାୟନ୍ସ କ୍ଲବ ଟିଟିଲାଗଡ ତରଫରୁ ଦିଆଗଲା ସମ୍ବର୍ଦ୍ଧନା   01-Oct-2026
  ଜିଲ୍ଲା  
ବଲାଙ୍ଗିରରେ ଜାତୀୟ ଲନ୍ ବଲ ଚାମ୍ପିଅନସିପ୍ ♦️ଅକ୍ଟୋବର ୨୩ରୁ ୨୬ ଯାଏ ପ୍ରତିଯୋଗିତା   01-Oct-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍ ଅଷ୍ଟମ ଦିବସ ରେ ପୁରୀ ଓ କଟକ ଵିଜୟୀ*- *ଗୀତ ନାଚ ରେ ଜମିଲା ଗାନ୍ଧି ଷ୍ଟାଡିୟମ୍* -   01-Oct-2026
  ଜିଲ୍ଲା  
ଚାକିରୀ ଜୀବନରୁ ଅବସର ନେଲେ ସୁଜାତା ମ୍ୟାଡ଼ମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   01-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ   01-Oct-2026
  ଜିଲ୍ଲା  
ଟିଟିଲାଗଡରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ – ୨୦୨୬   01-Oct-2026
  ଜିଲ୍ଲା  
ଗନ୍ଧରେଲ ରାଧାକୃଷ୍ଣମନ୍ଦିର ପରିସରରେ ସ୍ୱଚ୍ଛସର୍ବେକ୍ଷଣ କାର୍ଯ୍ୟକ୍ରମ   01-Oct-2026
  ରାଜ୍ୟ  
ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ଶେଷ • ୨୦୨୬-୨୭ରେ ୧୩୦୦ କୋଟି ଟଙ୍କା କାରବାର ଲକ୍ଷ୍ୟ • ଦୁଗ୍ଧ ସଂଗ୍ରହ ଓ ବିପଣନ ବ୍ୟବସ୍ଥା ସମ୍ପ୍ରସାରଣ ଉପରେ ଗୁରୁତ୍ୱ · ଚାଷୀଙ୍କ ଆର୍ଥିକ ବିକାଶକୁ ପ୍ରାଥମିକତା   01-Oct-2026
  ଜିଲ୍ଲା  
ମା କୁଶଙ୍ଗାଇ ଙ୍କ ଷୋହଳ ପୂଜା ପାଇଁ ପ୍ରସ୍ତୁତି ବୈଠକ   01-Oct-2026
  ଜିଲ୍ଲା  
*ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମ*   01-Oct-2026

You Might Also Like