-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
26-Jun-2023
ବଲାଙ୍ଗୀର, ଆଜି ଅପରାହ୍ନରେ ବଲାଙ୍ଗୀର ଟିକ୍ରାପଡାର ବରିଷ୍ଠ ଆଇନଜୀବୀ ତଥା ଜଷ୍ଟିସ ସଂଜୟ ମିଶ୍ରଙ୍କ ପିତା ମାର୍କଣ୍ଡ ମିଶ୍ରଙ୍କ ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଦୀର୍ଘ ଦିନ ହେଲା ଶ୍ରୀ ମିଶ୍ର ଶଯ୍ୟାଶାୟୀ ଥିଲେ । ଗତ ୧୫ ତାରିଖ ଶନିବାର ଦିନ ମାର୍କଣ୍ଡ ମିଶ୍ରଙ୍କ ଧର୍ମପତ୍ନୀ ଜ୍ୟୋତିର୍ମୟୀ ମିଶ୍ରଙ୍କ ପରଲୋକ ହୋଇଥିବା ବେଳେ ଆଜି ସ୍ତ୍ରୀ ଙ୍କ ଦଶାହ ତିଥିରେ ସ୍ୱାମୀଙ୍କ ବିୟୋଗ ବଲାଙ୍ଗୀରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା । ଆଜି ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବଲାଙ୍ଗୀରର ବହୁ ବିଶିଷ୍ଟ ବ୍ୟକ୍ତିଗଣ ତାଙ୍କ ବାସଭବନ କୁ ଆସି ଶେଷ ଦର୍ଶନ କରିଥିଲେ । ଆଜି ସ୍ଥାନୀୟ ବିଭୂତି ପଡା ସ୍ମଶାନ ଘାଟ ଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା । ବଡପୁଅ ଜଷ୍ଟିସ ସଂଜୟ ମିଶ୍ର ମୁଖାଗ୍ନି ଦେଇଥିଲେ । ସ୍ମଶାନ ଘାଟରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ସମେତ ମିଶ୍ର ପରିବାରର ସମସ୍ତ ଭାଇବନ୍ଧୁ, ଆଇନଜୀବୀ ମାନେ ଉପସ୍ଥିତ ଥିଲେ । ଆଇନଜୀବୀ ମାର୍କଣ୍ଡ ମିଶ୍ରଙ୍କ ବିୟୋଗରେ ବଲାଙ୍ଗୀର ନାଗରିକ କମିଟିର ସାଧାରଣ ସଂପାଦକ ମନୋରଂଜନ ସାହୁ, ଓକିଲ ସଂଘର ସଭାପତି ଅମରେଶ ତ୍ରିପାଠୀ,ଆଇନଜୀବୀ ଗୋପାଳ ଚନ୍ଦ୍ର ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର ମିଶ୍ର,ବଲାଙ୍ଗୀର ଜୁଡିସିଆଲ ଅଫିସରବୃନ୍ଦ, ବିଜେପି ନେତ୍ରୀ ପଙ୍କଜିନୀ ପଣ୍ଡା, ସୁଶୀଲ ତ୍ରିପାଠୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ମାର୍କଣ୍ଡ ମିଶ୍ରଙ୍କ ବିୟୋଗରେ ବଲାଙ୍ଗୀରରେ ଶୋକର ଛାୟା ଖେଳିଯାଇଛି ।