-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
10-Dec-2020
ଭୁବନେଶ୍ୱର,(ଶୁଭାଶିଷ ନାୟକ)- ରାଜନୈତିକ ଦଳ ଭିତରେ ଗୋଷ୍ଠୀ କନ୍ଦଳ କିଛି ନୂଆ କଥା ନୁହେଁ। ଓଡ଼ିଶା ରାଜନୀତିରେ ଦଳ ମଧ୍ୟରେ ବିଭିନ୍ନ ସମୟରେ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳେ। ବିପକ୍ଷ ଦଳର ସବୁବେଳେ ଖିଅ କାଢୁଥିବା ବିଜେପି ଦଳର ନେତା ମନ୍ତ୍ରୀଙ୍କ କାର୍ଯ୍ୟଭଙ୍ଗୀ ଦେଖିଲେ ଗୋଷ୍ଠୀ କନ୍ଦଳର ଗନ୍ଧ ବାରି ହେଉଛି। ସିଧାକଥା କହିଲେ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ, ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ୩ ଦିନିଆ ଓଡିଶା ଗସ୍ତରେ ଆସିବା ଅବସରରେ ତାଙ୍କୁ ମେ ଫେୟାର ହୋଟେଲରେ ସ୍ୱାଗତ କରିବା ବେଳର ଦୁଇଟି ଫଟୋ ସୋସିଆଲ ମିଡିଆରେ ଅପଲୋଡ଼ କରିଥିଲେ।
ଉକ୍ତ ଦୁଇଟିରୁ ଗୋଟିଏ ଫୋଟରେ ଡି. ପୁରନ୍ଦେଶ୍ୱରୀ ଓ ଶ୍ରୀ ପ୍ରତାପଙ୍କ ବ୍ୟତୀତ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ମଧ୍ଯ ଦେଖିବାକୁ ମିଳିଥିଲା। ହେଲେ କିଛି ସମୟ ପରେ ସାଂସଦ ଅପରାଜିତା ଥିବା ଫଟୋଟି ଡିଲିଟ କରି ଦିଆଯାଇଥିଲା। ଗୋଟିଏ ଫଟୋ ପୋଷ୍ଟ ହେଇଥିଲା ଯେଉଁଥିରେ ଅପରାଜିତା ନ ଥିଲେ । ଯାହାକୁ ନେଇ ଏବେ ରାଜନୈତିକ ବିଶେଷଜ୍ଞମାନେ ଦଳରେ ଭିତରେ ଥିବା ଗୋଷ୍ଠୀ କନ୍ଦଳର ଗନ୍ଧ ବାରି ପାରୁଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ଏବେ ରାଜ୍ୟ ବିଜେପିର ତିନିଟି ଗୋଷ୍ଠୀ ମୁଣ୍ଡ ଟେକୁଛି। ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଷଡ଼ଙ୍ଗୀଙ୍କ ଆନୁଗତ୍ୟମାନେ ନିଜ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରୁଛନ୍ତି। ଯଦିଓ ଦଳ ପକ୍ଷରୁ କିଛି ଜଣାପଡୁନି ହେଲେ ଭିତରେ ଥିବା ଗୋଷ୍ଠୀ ପଦାରେ ପଡ଼ିଲାଣି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।