-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
10-Dec-2020
ସମ୍ବଲପୁର,(ସଞ୍ଜିବ ପାଣିଗ୍ରାହୀଙ୍କ ରିପୋର୍ଟ): କୁଚିଣ୍ଡା ବ୍ଲକ ଲଇଡାଗୁଣା ବି.ଏସ.ପି. ନେହରୁ ୟୁଥ କ୍ଳବ ର ସାଧାରଣ ବୈଠକ ଅନୁଷ୍ଠିତ ହେଇଯାଇଅଛି l ଏହି ସଭାକୁ କ୍ଲବ ସଭାପତି କପିଳ ବଳୁଆ ଆରମ୍ଭ କପିଥିବା ବେଳେ ନେହରୁ ଯୁବା କେନ୍ଦ୍ରର ଯୁବ ବ୍ଲକ ସଂଯୋଜକ ସରୋଜ ମେହେର ସଭା କାର୍ଯ୍ୟ ପରିଚାଳନା କରିଥିଲେ l ଏହି ଅବସରରେ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ କୁଟୁରାଚୁଆଁ କଲେଜ ର ଅଧକ୍ଷକ ସୁବାଷ ଚନ୍ଦ୍ର ନାୟକ ଓ ଏବଂ ବରିଷ୍ଠ ସାମ୍ବାଦିକ ଗଗନ ଶର୍ମା l ସଭା ରେ ଶ୍ରୀ ନାୟକ ବୃକ୍ଷରୋପଣ, କ୍ଳବ ଗଠନ, ଉନ୍ନତି ଆଲୋକପାତ କରିଥିବା ବେଳେ ଶ୍ରୀ ଶର୍ମା ରକ୍ତଦାନ ଶିବିର ଆୟୋଜନ ଏବଂ ତା ର ଉପକାରିତା ବିଷୟରେ ପ୍ରାଞ୍ଜଳ ଭାବେ ବୁଝେଇ ଥିଲେ l ସଭା ଶେଷରେ କ୍ଲବ ସଂପାଦକ ଭୁବନେଶ୍ୱର କିସାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l