-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
10-Dec-2020
କଳାହାଣ୍ଡି,ଜୟପାଟଣା(ତ୍ରିନାଥ ବେଶ୍ରା)- ବିଶ୍ୱ ମାନବିକ ଅଧିକାର ଦିବସ ଉପଲକ୍ଷେ ନାଗରିକ ବିକାଶ ସଂଗଠନ ତଥା ମହିଳା ଶ୍ରମଜୀବୀ ମଞ୍ଚ, ଓଡିଶା ଓ ଓଡିଶା ଶ୍ରମଜୀବୀ ମଞ୍ଚ ର ମିଳିତ ଆନୁକୂଲ୍ୟରେ କଳାହାଣ୍ଡି ଜିଲ୍ଲା ର ଜୟପାଟଣା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ - ଓ ଚଯ୍ୟା ସାମନ୍ତ ରାଏ ଙ୍କୁ ମହିଳା ହିଂସା ରୋକିବା ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା |ଦାବିପତ୍ର ରେ ବିଶେଷ କରି ପ୍ରମୁଖ ଆଠ ଗୋଟି ଦାବି ବିଷୟରେ ସରକାରଙ୍କୁ ଅବଗତ କରାଯାଇଅଛି|ସଂଗଠନ ସଭାନେତ୍ରୀ ଶ୍ରୀମତୀ ଲବିତା ନାଗ, ଓ ସଂଗଠନ ର କର୍ମୀ ଦିଲିପ୍ ଛତ୍ରିଆ,ନବୀନ ସୁନାନୀ, ପର୍ଶୁରାମ ଠାକୁର, ଗୋକୁଳ ଛତ୍ରିଆ ଉପସ୍ଥିତ ରହି ବିଡ଼ିଓ ଙ୍କ ଜରିଆରେମୁଖ୍ୟ ମନ୍ତ୍ରୀ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ |