-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
09-Dec-2020
(ପ୍ରେରଣା ଖବର) ଭୁବନେଶ୍ୱର: ମହଙ୍ଗା ପଡ଼ିଲା ଟ୍ରାଫିକ ନିୟମ ଉଲ୍ଲଂଘନ କରିବା। ୨୬ ହଜାର ଟଙ୍କା ଫାଇନ୍ ଗଣିଲେ ସ୍କୁଟି ଚାଳକ। ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ପରିବହନ ବିଭାଗ ଏହି ଜରିମାନା କରିଛି। ଗାଡ଼ି ଚାଳକ ଜଣକ ନାବାଳକ ହୋଇଥିବା ବେଳେ ହେଲ୍ମେଟ୍ ମଧ୍ୟ ପିନ୍ଧି ନଥିଲେ। ଏପରିକି ଗାଡ଼ି ପଛରେ ବସିଥିବା ବ୍ୟକ୍ତି ଜଣକ ମଧ୍ୟ ହେଲ୍ମେଟ୍ ପିନ୍ଧି ନଥିଲେ। ନାବାଳକ ହୋଇ ଗାଡ଼ି ଚଳାଉଥିବାରୁ ୨୫ ହଜାର ଟଙ୍କା ଫାଇନ୍ ଓ ନାବାଳକ ଜଣକ ନିଜେ ଏବଂ ତାଙ୍କ ପଛରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧିନଥିବାରୁ ୧ ହଜାର ଟଙ୍କା ଜରିମାନା କରାଯାଇଛି। ସମୁଦାୟ ୨୬ ହଜାର ଟଙ୍କା ଫାଇନ୍ କଟା ଯାଇଛି। ଆସନ୍ତା ଜାନୁଆରୀରୁ ରାଜ୍ୟରେ ପୁଣିଥରେ ଗାଡ଼ି ଚେକିଂ ଜୋରଦାର କରାଯିବ। ହେଲମେଟ୍, ସିଟ୍ ବେଲ୍ଟ ଇତ୍ୟାଦି ଜୋରଦାର ଚେକିଂ ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କିଛି ଦିନ ତଳେ କହିଥିଲେ।