-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
09-Dec-2020
(ପ୍ରେରଣା ଖବର) ଭୁବନେଶ୍ୱର : କ୍ରିକେଟ୍ ଜଗତରୁ ସନ୍ୟାସ ନେଲେ ପାର୍ଥିବ ପଟେଲ୍ । ସମସ୍ତ ପ୍ରକାର କ୍ରିକେଟରୁ ସେ ଅବସର ନେଉଥିବା ଘୋଷଣା କରିଛନ୍ତି । ୧୮ ବର୍ଷର କ୍ରିକେଟିଂ ଯାତ୍ରାରେ ଯବନିକା ପକାଇବା ନେଇ ସେ ନିଜେ ଟୁଇଟ୍ କରି ଜଣାଇଛନ୍ତି । ଓ୍ୱିକେଟ୍ କିପର୍ ତଥା ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲ୍ ମାତ୍ର ୧୭ ବର୍ଷ ବୟସରେ ନିଜର ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଯାତ୍ରା ଆରମ୍ଭ କରିଥିଲେ । ୨୦୦୨ରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ୍ ସିରିଜରେ ସେ ପ୍ରଥମେ ସୁଯୋଗ ପାଇଥିଲେ । ଟିମ୍ ଇଣ୍ଡିଆରେ ସେ ୨୫ଟି ଟେଷ୍ଟ୍, ୩୮ଟି ଦିନିକିଆ ଓ ୨ଟି ଟି-ଟ୍ୱେଣ୍ଟିଂ ମ୍ୟାଚ୍ ଖେଳିଛନ୍ତି । ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ୍ ମ୍ୟାଚରେ ଶେଷ ଥର ପାଇଁ ଟିମ୍ ଇଣ୍ଡିଆ ପକ୍ଷରୁ କ୍ରିକେଟି ପଡିଆକୁ ଓହ୍ଲାଇଥିଲେ । ଅବସର ଘୋଷଣା ସହ ସେ ବିସିସିଆଇ ଓ ଗୁଜରାଟ କ୍ରିକେଟ୍ ଆସୋସିଏସନକୁ କୃତଜ୍ଞତା ଜଣାଇଛନ୍ତି ।