-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||     

HOME   ଜୀବନଶୈଳୀ

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କର ଆଜି ୭୩ ତମ ଜନ୍ମଦିନ। ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ କିଛି ଗହନ କଥା

09-Dec-2020



(ପ୍ରେରଣା ଖବର ବ୍ୟୁରୋ) - କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କର ଆଜି ୭୩ ତମ ଜନ୍ମଦିନ। ଇଟାଲିର ଏକ ଛୋଟ ଗାଁରେ ଅତି ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିବା ସୋନିଆ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଘରକୁ ବୋହୂ ହୋଇ ଆସିବା ଏବଂ ପ୍ରଧାନମନ୍ତ୍ରୀଙ୍କ ପତ୍ନୀର ମାନ୍ୟତା ପାଇବା ତଥା କଂଗ୍ରେସ ପରି ଏକ ଜାତୀୟ ଦଳ ମୁଖ୍ୟ ହେବା….ଯେମିତି ପରୀ ରାଇଜର କାହାଣୀ।
ସୋନିଆଙ୍କର ଭାରତ ସହ ସମ୍ପର୍କ ଏକ ସାଧାରଣ ପ୍ରେମ କାହାଣୀରୁ ଆରମ୍ଭ ହୋଇଥିଲା। ତିନି ଭଉଣୀଙ୍କ ମଧ୍ୟରେ ମଝିଆଁ ଥିଲେ ସୋନିଆ। ତାଙ୍କ ଅନ୍ୟ ଦୁଇ ଭଉଣୀଙ୍କ ନାମ ପାଓଲା ଓ ଷ୍ଟେଫାନୋ। ଇଟାଲିର ଟ୍ୟୁରିନ ସହରରେ ତାଙ୍କର ଘର। ସୋନିଆଙ୍କ ବାପା ତିନି ଭଉଣୀଙ୍କୁ ପାରମ୍ପରିକ ଢଙ୍ଗରେ ବଡ କରିଥିଲେ। କଟକଣା ସତ୍ତ୍ୱେ ସୋନିଆଙ୍କ ବାପା ଥିଲେ ଆଧୁନିକ ଚିନ୍ତାଧାରାର। ତେଣୁ ସୋନିଆଙ୍କୁ ବିଦେଶରେ ପାଠ ପଢିବାର ସୁଯୋଗ ମିଳିଥିଲା। ସୋନିଆ ଇଂରାଜୀ ଶିଖିବାକୁ ଚାହୁଁଥିଲେ। ତେଣୁ ସେ ଇଂଲଣ୍ଡ ଯିବା ପାଇଁ ବାପାଙ୍କୁ  ଅନୁମତି ମାଗିଥିଲେ। ସୋନିଆ କେମ୍ବ୍ରିଜର ଲାଙ୍ଗୁଏଜ କଲେଜରେ ନାମ ଲେଖାଇଥିଲେ। ପ୍ରଥମେ ପ୍ରଥମେ ସେଠାରେ ରହିବା, ଖାଇବା ନେଇ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ହେଲେ କିଛି ଦିନ ପରେ କେମ୍ବ୍ରିଜ୍‌ରେ ଏକ ଗ୍ରୀକ୍‌ ରେଷ୍ଟୁରାଣ୍ଟର ସନ୍ଧାନ ପାଇଥିଲେ। ଅଧିକାଂଶ ସମୟ ସେ ସେଠାକୁ ଖାଇବାକୁ ଯାଉଥିଲେ। ରାଜୀବ ଗାନ୍ଧି ମଧ୍ୟ ସେଠାକୁ ଆସୁଥାନ୍ତି। ଜଣେ ବନ୍ଧୁଙ୍କ ମାଧ୍ୟମରେ ଦୁହିଁଙ୍କର ପ୍ରଥମ ସାକ୍ଷାତ ହୋଇଥିଲା।

ଦିନେ ଲଞ୍ଚ ସମୟରେ ସୋନିଆ ଏକୁଟିଆ ଖାଇବା ପାଇଁ ରେଷ୍ଟୁରାଣ୍ଟ ଆସିଥିଲେ। ତାଙ୍କ ପାଖରେ ବସିବା ପାଇଁ ସିଟ୍‌ ନ ଥିଲା। ରାଜୀବ ତାଙ୍କ ବନ୍ଧୁ ଏଲୋକ୍ସିକ୍ସଙ୍କୁ  ରାଉଣ୍ଡ ଟେବୁଲ୍‌ରେ ଅପେକ୍ଷା କରିଥିଲେ। ସେତେବେଳେ ସୋନିଆ ତାଙ୍କ ପାଖ ସିଟ୍‌ରେ ବସିଲେ କିଛି ଅସୁବିଧା ହେବ କି ବୋଲି ପଚାରିଥିଲେ। ତୁରନ୍ତ ରାଜୀବ କହିଲେ ‘ ବିଲୁକୁଲ୍‌ ନୁହେଁ।’*ବାସ୍‌, ତା ପରଠାରୁ ଦୁହିଁଙ୍କ ବନ୍ଧୁତା ଏତେ ବଢିଗଲା ଯେ ଚେଷ୍ଟା କରି ବି କେହି ସେମାନଙ୍କୁ ଅଲଗା କରିପାରି ନ ଥିଲେ। ଏ ସମ୍ପର୍କରେ ସୋନିଆ କୁହନ୍ତି, ’ମୁଁ ଏଥିପାଇଁ ରାଜୀବଙ୍କୁ ଦୋଷ ଦିଏ ନାହିଁ। ସେ ନିଜେ ସେତିକି ସୁନ୍ଦର ଥିଲେ।’

କହିବାକୁ କହିଲେ, ରାଜୀବ ଏବଂ ସୋନିଆଙ୍କ ସମ୍ପର୍କ ଏହି ରେଷ୍ଟୁରାଣ୍ଟରୁ ହିଁ ଆରମ୍ଭ ହୋଇଥିଲା। ଏହି ସମ୍ପର୍କ ଥିଲା ଅତୁଟ। ସବୁ ପ୍ରେମ କାହାଣୀ ପରି ସେମାନଙ୍କ ସମ୍ପର୍କରେ ମଧ୍ୟ ଜୁଆର ଭଟ୍ଟା ଆସିଥିଲା। ଦୁହେଁ ଯେତେବେଳେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ ସେତେବେଳେ ପରିବାର ଲୋକେ ସହଜରେ ଗ୍ରହଣ କରିପାରି ନ ଥିଲେ। କାରଣ ରାଜୀବ ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରାଙ୍କ ପୁଅ ଥିଲେ ଆଉ ସୋନିଆ ଥିଲେ ଜଣେ ସାଧାରଣ ପରିବାରର ଝିଅ।ସୋନିଆଙ୍କ ବାପା ମଧ୍ୟ ଏହି ବାହାଘର ପାଇଁ ରାଜି ନ ଥିଲେ। ନିଜ ଝିଅକୁ ଅନ୍ୟ ଏକ ଦେଶକୁ ଛାଡ଼ିବାକୁ ସେ ଚାହୁଁ ନ ଥିଲେ। ତାଙ୍କର ଭୟ ଥିଲା, କାଳେ ତାଙ୍କ ଝିଅକୁ ସେମାନେ ସ୍ୱୀକାର ନ କରିବେ ! ହେଲେ ସୋନିଆ-ରାଜୀବଙ୍କ ଭଲ ପାଇବା ଆଗରେ ସବୁକିଛି ହାର ମାନିଲା। ରାଜୀବଙ୍କ ସହ ସାକ୍ଷାତ ପରେ ସୋନିଆଙ୍କ ବାପା ବାହାଘର ପାଇଁ ରାଜି ହୋଇଥିଲେ।

ବାହାଘର ପୂର୍ବରୁ ସୋନିଆ ଭାରତ ଆସିଥିଲେ। ସେତେବେଳେ ଇନ୍ଦିରା ପ୍ରଧାନମନ୍ତ୍ରୀ ଥିଲେ। ସେଥିପାଇଁ ବାହାଘର ନ କରି ସୋନିଆଙ୍କୁ ଘରକୁ ଆଣିବାକୁ ସେ ଚାହୁଁ ନ ଥିଲେ। ସେଥିପାଇଁ ସୋନିଆଙ୍କୁ ଅମିତାଭ ବଚ୍ଚନଙ୍କ ଘରେ ରହିବାକୁ ପଡ଼ିଥିଲା। କାରଣ ସେତେବେଳେ ରାଜୀବ-ଅମିତାଭ ବହୁତ ଭଲ ବନ୍ଧୁ ଥିଲେ। ୧୯୬୮, ଜାନୁଆରୀ ୧୩ରେ ସୋନିଆ ଦିଲ୍ଲୀ ପହଞ୍ଚିଲେ ଏବଂ ଅମିତାଭଙ୍କ ଘରେ ରହିଲେ। ସେଠାରେ ଭାରତୀୟ ପରମ୍ପରା ବିଷୟରେ ଅନେକ କଥା ଶିଖିବାର ସୁଯୋଗ ପାଇଥିଲେ ସୋନିଆ। ଅମିତାଭଙ୍କ ଘରେ ହିଁ ସୋନିଆଙ୍କର ବାହାଘର ହୋଇଥିଲାଶାଶୁ ଇନ୍ଦିରାଙ୍କ ସହ ସୋନିଆଙ୍କ ସମ୍ପର୍କ ବହୁତ ଭଲ ଥିଲା। ଭଲ ପାଇବା ଧୈର୍ଯ୍ୟ ଏବଂ ସହଭାଗୀତା ମଧ୍ୟରେ ସେମାନଙ୍କର ସମ୍ପର୍କ ଗଢି ଉଠିଥିଲା। ତେବେ ଗୋଟିଏ ଜିନିଷରେ ସେ ଇନ୍ଦିରାଙ୍କ ସହ ଭାଗିଦାରୀ ହୋଇପାରି ନ ଥିଲେ ସୋନିଆ। ତାହା ହେଉଛି ରାଜନୀତି।

ଏହା ପରେ ଗୋଟିଏ ଗୋଟିଏ ହୋଇ ଅନେକ ଦୁଃଖଦ ଘଟଣା ଘଟିଗଲା। ବିମାନ ଦୁର୍ଘଟଣାରେ ସଞ୍ଜୟ ଗାନ୍ଧିଙ୍କ ମୃତ୍ୟୁ, ଏହାପରେ ଇନ୍ଦିରାଙ୍କ ହତ୍ୟା ଏବଂ ଶେଷରେ ରାଜୀବଙ୍କ ହତ୍ୟା। ଏସବୁ ଘଟଣା ପରେ ସୋନିଆଙ୍କର ବିଶ୍ୱାସ ହେଲା ଯେ ରାଜୀବ ଏବଂ ତାଙ୍କ ଜୀବନରେ ସବୁଠାରୁ ବଡ ଶତ୍ରୁଥିଲା ରାଜନୀତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026

You Might Also Like

                               
  ଜୀବନଶୈଳୀ  

ସାଇକେଲ ଏକ ପରିଚୟ