-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||     

HOME   ରାଜ୍ୟ

ଯୋଗିନୀ ପୀଠ ରାଣୀପୁର ଝରିଆଲ ମହାଶିବରାତ୍ରୀ ର ଦ୍ବିତୀୟ ସଂନ୍ଧ୍ୟାରେ ମହାଦୀପ ଦର୍ଶନ ସହ ଭାରତୀୟ କ୍ଲାସିକାଲ ନୃତ୍ୟରେ ଝୁମିଲେ ଶ୍ରଦ୍ଧାଳୁ ଓ ଭକ୍ତ

20-Feb-2023



ବଙ୍ଗୋମୁଣ୍ଡା (ଅନୀଲ କୁମାର ତ୍ରିପାଠୀ) ସମଗ୍ର ଦେଶରେ ଥିବା ଯୋଗିନୀ ପୀଠ ମାନଙ୍କ ମଧ୍ଯରେ ଅନ୍ୟତମ ରାଣୀପୁର ଝରିଆଲ। କାହିଁ କେତେ ଆବାହମାନ କାଳରୁ ଲୋକଙ୍କ ଆସ୍ଥା ଓ ବିଶ୍ବାସର ପ୍ରତିକ ସୋମେଶ୍ବର ମହାଦେବଙ୍କ ପୀଠ। ଆଉ ଏହି ପୀଠର ମୁଖ୍ଯ ଯାତ୍ରା ମାନଙ୍କ ମଧ୍ଯରେ ମହାଶିବରାତ୍ରୀ ଅନ୍ୟତମ। କାହିଁକି ନା ଏହି ପୀଠରେ ଗୋଟିଏ ପଟେ ୬୪ ଯୋଗିନୀ ଓ ଅନ୍ୟପଟେ ରହିଛି ସୋମେଶ୍ବର ମହାଦେବଙ୍କ ପୀଠ ତେଣୁ ଏହି ପୀଠରେ ଥରୁଟିଏ ମହାଦେବଙ୍କ ଦର୍ଶନ କରିବା ପାଇଁ ଚାଳି ଆସନ୍ତି ବହୁସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ । ସେଥିପାଇଁତ ଚଳିତ ବର୍ଷ ମହା ଜାଗର ଯାତ୍ରା ଧୂମ ଧାମରେ ପାଳିତ ହୋଇଯାଇଛି। ହଜାର ହଜାର ଶ୍ରଦ୍ଧାଳୁ ଓ ଭକ୍ତ ରାତ୍ରି ୧୦ ଟା ରେ ସୋମେଶ୍ୱର

ମହାଦେବଙ୍କ ମହାଦୀପ ଦର୍ଶନ ପାଇଁ ଏକତ୍ରୀତ ହୋଇଥିଲେ । ମୁଖ୍ଯ ମନ୍ଦିର ପୂଜକ ଜଗମୋହନ ତ୍ରିପାଠୀଙ୍କ ମନ୍ତ୍ର ଉଚ୍ଚାରଣ ଓ ତତ୍ତ୍ଵାବଧାନରେ ରାମଚନ୍ଦ୍ର ତ୍ରିପାଠୀ ଓ ସିନ୍ଧେକେଲା ଥାନା ଏସଆଇ ଜୟଶଙ୍କର ଆଚାର୍ଯ୍ଯ ମନ୍ଦିର ଉପରକୁ ମହାଦୀପ ଉଠାଇଥିଲେ । ଏହି ସମୟରେ ଓଁ କାର ଧ୍ୱନିରେ ମନ୍ଦିର ବେଢା ପ୍ରକମ୍ପିତ ହୋଇ ଉଠିଥିଲା। ଏହି ଉପଲକ୍ଷେ ଚଉଷଠି ଯୋଗିନୀ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ  ସାଂସ୍କୃତିକ ଉତ୍ସବରେ ଗୁରୁଶ୍ରୀ ସୁବାଷ ଚନ୍ଦ୍ର ସ୍ବାଇଁଙ୍କ ଭୁବନେଶ୍ବର ସ୍ଥିତ ନୃତ୍ୟାଙ୍ଗନା ଡ୍ୟାନ୍ସ ଏକାଡେମୀ ଦ୍ବାରା  ଭାରତୀୟ କ୍ଲାସିକାଲ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଆଲବମ ଗାୟକ ନିଲେଶ ବାଗଙ୍କ ଦ୍ବାରା ଭଜନ ପରିବେଷଣ ହୋଇଥିଲା।  ଏଥିରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ସମ୍ମାନିତ ଅତିଥି ଭାବରେ କଣ୍ଟାବାଞ୍ଜି ଏନଏସି ଅଧ୍ୟକ୍ଷ ବରିୟାମ ସିଂହ ସାଲୁଜା, ସିନ୍ଧେକେଲା ଆଇଆଇସି ବି.ରୁଦ୍ରିଆ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ସିନ୍ଧେକେଲା ସମିତି ସଭ୍ୟ ଭୋଳନାଥ ବେହେରା, ମନ୍ଦିର କମିଟି ସଭାପତି ମାଣିକଲାଲ ଜୈନ, ସଂଯୋଜକ କ୍ଷୀରସିନ୍ଧୁ ଭୋଇ, ଗୋପୀ ସାହୁ, ମଞ୍ଜେସ

ମେହେର, କୃଷ୍ଣ ସାହୁ, ମନ୍ଦିର କମିଟି ଆବାହକ ଅନିଲ କୁମାର ତ୍ରିପାଠୀ, ଅଲଣ୍ଡା ସରପଞ୍ଚ ପ୍ରତିନିଧି ଯୁବରାଜ ବାଗ ପ୍ରମୁଖ ମଞ୍ଚାସିନ ଥିଲେ । ମଞ୍ଚ ପରିଚାଳନା କରିଥିଲେ ସନ୍ତୋଷ କୁମାର ତ୍ରିପାଠୀ ଓ ବିକାଶ ପନିକା। ନିତ୍ୟାନନ୍ଦ ପୃଷେଠ, ସାମ୍ବାଦିକ ଅଶୋକ କୁମାର ଭୋଇ, ଜ୍ୟୋତି ସାହୁ , ଲଲିତ ସାହୁ , କିଶୋର ସାହୁ, ପର୍ମାନନ୍ଦ ଭୋଇ, ଇନ୍ଦ୍ରଧନୁ ସାଂସ୍କୃତିକ ଅନୁଷ୍ଠାନ ର ପିଆରଓ ତ୍ରିନାଥ ବାରିକ ଓ କୋଷାଧ୍ୟକ୍ଷ କାହ୍ନା ଅଗ୍ରୱାଲ , ଗୌରାଙ୍ଗ ମହାନନ୍ଦ, ପହଲେଶ୍ବର ପୁଟେଲ, ଓମଦେବ ସାହୁଙ୍କ ସହ ମନ୍ଦିର କମିଟିର ସମସ୍ତ ସଦସ୍ଯ ସହଯୋଗ କରିଥିଲେ।  ନୃତ୍ୟ ଦଳ ଦ୍ୱାରା ଶିବ ତାଣ୍ଡବ ନୃତ୍ୟ, ମହିଷାସୁର ମର୍ଦ୍ଦିନୀ, ତାରକାସୁର ବଧ   ଖଡ଼ିଆଳ ଡ୍ୟାନ୍ସ ଗ୍ରୁପ ଦ୍ବାରା ଆଧୁନିକ ନୃତ୍ୟ ତଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ନୃତ୍ୟର ତାଳେ ତାଳେ ଭକ୍ତ ଓ ଶ୍ରଦ୍ଧାଳୁ ଝୁମିଥିଲେ। ଶେଷରେ ଆବାହକ ଶ୍ରୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026

You Might Also Like