-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||     

HOME   ରାଜ୍ୟ

ସକମା ପଞ୍ଚାୟତରେ ସବୁ ଗାଁର ସମସ୍ୟା ଶୁଣିଲେ ନରସିଂହ, ପାଣି, ବିଜୁଳି, ରାସ୍ତା ସମସ୍ୟା ନିଶ୍ଚୟ ପୁରଣ ହେବ- ନରସିଂହ

01-Feb-2023



ବଲାଙ୍ଗୀର(ଅନ୍ତର୍ଯ୍ୟାମୀ ସାହୁ)- ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଦର ବ୍ଲକର ସକ୍‌ମା ପଞ୍ଚାୟତ ର ସମସ୍ତ ଗାଁ କୁ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଗସ୍ତ କରି ଲୋକଙ୍କ ସମସ୍ୟା ଶୁଣିଥିଲେ । ସକମା ପଞ୍ଚାୟତ ଅନ୍ତର୍ଗତ ସକମା, କୁଟୁରାପାଲି, ରାନିପାଲି ଓ ଫାସଡର ବିଭିନ୍ନ ସ୍ଥାନରେ ଗାଁ ଲୋକଙ୍କ ସହିତ ସଭା ଓ ଆଲୋଚନା ମାଧ୍ୟମରେ ସେଠାରେ ଥିବା ବିଭିନ୍ନ ସମସ୍ୟା ଶୁଣିଥିଲେ । ବିଶେଷ କରି ଆଗାମୀ ବିଧାନସଭା ଅଧିବେଶନ ପୂର୍ବରୁ ବିଧାୟକ ଶ୍ରୀ ମିଶ୍ର ଲୋକଙ୍କ ଠାରୁ ମତ ଓ ସମସ୍ୟା ଶୁଣିଥାନ୍ତି । ଏହି କ୍ରମରେ ସେ ପ୍ରଥମେ ସକ୍‌ମା ଠାରେ ସେଠାକାର ବାସିନ୍ଦା ଠାରୁ ସମସ୍ୟା ଶୁଣିଥିଲେ । ସେଠାରେ ଥିବା ଏକ ଅର୍ଦ୍ଧ ନିର୍ମିତ ଚେକ୍ ଡ୍ୟାମକୁ ସମ୍ପୁର୍ଣ୍ଣ କରିବା, ଏକ ପୋଖରୀକୁ ସୌନ୍ଦର୍ଯିକରଣ କରବା ତଥା ଏକ ଗ୍ରାମ୍ୟ ରାସ୍ତା ପାଇଁ ଲୋକେ ଦାବି କରିଥିଲେ । ଯାହାକି ବିଧାୟକ ଶ୍ରୀ ମିଶ୍ର ବିଭାଗୀୟ ଯନ୍ତ୍ରୀଙ୍କ ସହିତ କଥା ହୋଇ ନିଜ ଉନ୍ନୟନ ପାଣ୍ଠିରୁ ପୋଖରୀ ରାସ୍ତା ନିର୍ମାଣ ପାଇଁ ପ୍ରତିଶୃତି ଦେଇଥିଲେ ।

ପରେ କୁଟୁରାପାଲି ଠାରେ ମଧ୍ୟ ଅନୁରୁପ ଭାବରେ ଲୋକେ ବିକଳାଙ୍ଗ ଭତ୍ତା, ହରିଜନପଡାର କମ୍ୟୁନିଟି ସେଣ୍ଟର ଏବଂ ଘରକୁ ଘର ଟେପ୍ ଯୋଗେ ପିଇବା ପାଣି କେବେ ଲାଗିବ ବୋଲି ପ୍ରଶ୍ନ କରିଥିଲେ । ପିଇବା ପାଣି ସମସ୍ୟାକୁ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ବେଳେ ଜଣାଯାଇଥିଲା ପିଇବା ପାଣି ପହଞ୍ଚାଇବା ପାଇଁ ବିଭାଗ ତରଫରୁ ଟେଣ୍ଡର ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଅଛି । ମାସେ ଭିତରେ ତାର କାମ ଆରମ୍ଭ ହେବ ବୋଲି ବିଭାଗ ତରଫରୁ ବିଧାୟକ ଶ୍ରୀ ମିଶ୍ରଙ୍କ ଉତ୍ତର ରଖାଯାଇଥିଲା । ହରିଜନପଡାର ବାସୀନ୍ଦାମାନେ ଏକ କମ୍ୟୁନିଟି ସେଣ୍ଟର କରିଥିବା ଦାବି ଶ୍ରୀ ମିଶ୍ର ଶିଘ୍ର ପୁରଣ କରାଯିବ ବୋଲି କହିଥିଲେ ଏବଂ ଗାଁରେ ଥିବା ବିକଳାଙ୍ଗ ଓ ବିଧବାଙ୍କ ସହ ୩୫ ବର୍ଷରୁ ଉର୍ଦ୍ଧ୍ୱ ଅବିବାହିତା ଝିଅଙ୍କ ଏକ ତାଲିକା କରି ଶୀଘ୍ର ସରପଞ୍ଚ କିମ୍ବା ତାଙ୍କ ପାଖକୁ ଦରଖାସ୍ତ ସହ ପଠାଇଲେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଗାଁ କୁ ପଠାଇ ଯେତେ ଶିଘ୍ର ହେବ ଭତ୍ତା ପାଇବାର ବନ୍ଦୋବସ୍ତ କରିବେ ବୋଲି ଦୃଢ ପ୍ରତିଶୃତି ଦେଇଥିଲେ । ପରେ ପରେ ରାନୀପାଲି ସଭାରେ ଗାଁ ଲୋକଙ୍କ ଦାବି ମୁତାବକ ଦୁଇଟି ହାଇମଷ୍ଟ ଲାଇଟ ମାସେ ଭିତରେ ଲଗାଯିବ ବୋଲି କହିବା ସହ ମୁଖ୍ୟ ରାସ୍ତାରୁ ଗାଁ ଭିତରକୁ ଏକ କଂକ୍ରିଟ ରାସ୍ତା ନିର୍ମାଣ ଶୀଘ୍ର ୍ର ହେବ ବୋଲି କହିଥିଲେ ।

ଅନୁରୂପ ଭାବେ ଫାସଡରେ ମଧ୍ୟ ବିଧାୟକ ଶ୍ରୀ ମିଶ୍ର ଲୋକଙ୍କ ସମସ୍ୟା ଶୁଣିଥିଲେ । ଏ ସମସ୍ତ ଗ୍ରାମରେ ଏକ ସାଧାରଣ ସମସ୍ୟା ହେଲା ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନେକ ଯୋଗ୍ୟ ହିତାଧିକାରୀଙ୍କ ନାଁ ତାଲିକାରୁ କଟିଯାଇଛି । ବିଭାଗ ତରଫରୁ ଅଭିଯୋଗ ପାଇଁ ତାରିଖ ତଥା ନୂତନ ଦରଖାସ୍ତ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲେ ହେଁ ବିଭାଗୀୟ ସଚେତନତା ର ଅଭାବରୁ ଗରିବ ଲୋକେ ନାଁ ଅଭିଯୋଗ କରିଛନ୍ତି ନାଁ ନୂତନ ଭାବରେ ଦରଖାସ୍ତ ପକାଇ ପାରିଛନ୍ତି ତେଣୁ ଏ ସବୁ ଉପରେ ସରକାର ସମ୍ବେଦନଶିଳତା ସହ ଗରିବଙ୍କ କଥା ଶୁଣୁ ନଚେତ ଆଗକୁ ଗରିବ ଲୋକ ତାତିଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଥିଲେ । ତା ସହ ତାଲିକାରୁ କଟିଯାଇଥିବା ଲୋକଙ୍କୁ ନୂତନ ଭାବରେ ଏକ ଦରଖାସ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଏବଂ ତାର ଏକ କପି ତାଙ୍କୁ ଶିଘ୍ର ପ୍ରଦାନ କରିବା ପାଇଁ କହିଥିଲେ । ଆଜି ବିଧାୟକଙ୍କ ସହି ଗ୍ରାମାଞ୍ଚଳ ଗସ୍ତ ସମୟରେ ସକମା ସରପଞ୍ଚ ଉଗ୍ରସେନ ବରାଡ, ସମିତି ସଭ୍ୟ ସଂଜିବ ପ୍ରଧାନ, ପ୍ରୀୟବ୍ରତ ପଣ୍ଡା, ପଛିନ୍ଦ୍ର ମହାକୁର, ଗୋପୀନାଥ ପଟେଲ, ଧନୁର୍ଯ୍ୟୟ ସିଂହ, ପ୍ରଶନ୍ନ ବେହେରା ଓ ରଘୁମଣି ସ୍ୱାଇଁ ଙ୍କ ସମେତ ଅନେକ ଲୋକ ସାମିଲ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   20-Sep-2026

You Might Also Like