-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

ବିନିକା ପାପକ୍ଷୟ ଲୋକ ମହୋତ୍ସବ ଉଦଘାଟିତ,ଶୋଭାଯାତ୍ରାରେ ଦୁଲକିଲା ସହର

01-Feb-2023



ବିନିକା(ହିମାଂଶୁ ଶେଖର ପୁଟେଲ)ଐତିହାସିକ କିମ୍ବଦନ୍ତୀ ଅନୁସାରେ ଦୁରାରୋଗ୍ୟରେ ପୀଡ଼ିତ ରାଜା ଦ୍ଵିତୀୟ ଅନଙ୍ଗ ଭୀମଦେବ ପ୍ରଭୁଙ୍କ ସ୍ବପ୍ନାଦେଶ ପାଇ ନଦୀ କୁଲେ କୂଳେ ଆସି ଏଠାରେ ଅବସ୍ଥାନ ପୂର୍ବକ ସ୍ନାନ କରିବାରୁ ତାଙ୍କ ପାପ କ୍ଷୟ ହୋଇଥିଲା ଫଳରେ ସେହି ସ୍ଥାନର ନାମକରଣ କଲେ ପାପକ୍ଷୟ ଘାଟ ।ଏହି ପାପନାଶିନୀ ପୀଠର ମାଟି ମହାନ ହୋଇଥିବାରୁ ପାଖ ପଡିଶା ଠାରୁ ଆରମ୍ଭ କରି ଦୂରଦୂରାନ୍ତରୁ ଲୋକେ ଆସି ଏଠାରେ ସ୍ନାନ କରି ନିଜର ପାପ କୁ ଦୂର କରିଥାନ୍ତି । ତେଣୁ ଏହି ମାଠିର କଳା,ସଂସ୍କୃତି,ଐତିହ୍ୟ, ପରମ୍ପରାକୁ ଉଜ୍ଜୀବିତ କରିବା ନେଇ ଆଜିଠାରୁ ଆରମ୍ଭ ହୋଇଛି ପାପକ୍ଷୟ ଲୋକ ମହୋତ୍ସବ । ଏହା ୪ଦିନ ଧରି ଚାଲିବ ।କରୋନା କଟକଣା ଯୋଗୁଁ ଦୁଇ ବର୍ଷ ପରେ ଏହି ମହୋତ୍ସବ ହେଉଥିବାରୁ ସାରା ବିନିକାବାସି ବେଶ ଉତଫୁଲିତ 
ଆଜି ଦିନ ୧୨ଘଣ୍ଟା ସମୟରେ ପର୍ଯ୍ୟଟନ ସ୍ଥଳୀ ପୁଣ୍ୟପୀଠ ପାପକ୍ଷୟ ଠାରେ ପୁରୋହିତ ମନୋଜ ପଣ୍ଡାଙ୍କ ଦ୍ଵାରା ପୂଜାର୍ଚ୍ଚନା ପରେ କମିଟି ସଦସ୍ୟ,କଳାପ୍ରେମୀ ଓ ଅଞ୍ଚଳର ସଚେତନ ଯୁବକ ମାନଙ୍କର ମଶାଲ ଶୋଭାଯାତ୍ରା ବାହାରି ବିନିକାର ଇଷ୍ଟଦେବୀ ମା ନାରାୟଣୀଙ୍କ ମନ୍ଦିରକୁ ପହଞ୍ଚିଥିଲା ସେଠାରେ ପୂଜକଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ।ଏହି ଶୋଭାଯାତ୍ରାରେ ଦଣ୍ଡ ନୃତ୍ୟ,ଘୁମୁରା ନାଚ,ଖଞ୍ଜଣି,କିର୍ତ୍ତନ୍ୟ,ବାଡିଖେଳ କରମା ନୃତ୍ୟ ସହରକୁ ଦୂଳକାଇ ଦେଇଥିଲା ସେହିପରି "ଅଞ୍ଚଳର ଏକତା ଅମର ମହୋତ୍ସବ ପାପକ୍ଷୟ ଯାହାର ନାଁ, ଅଟଳ ପଣ୍ଡା ଯାହାର ମୁରଧାନି ବିନକା ମାଏଠ  ମାଁ" ଆଦି ଧ୍ୱନିରେ ପ୍ରକମ୍ବିତ ହୋଇଥିଲା ଶୋଭାଯାତ୍ରା ମହୋତ୍ସବ ପେଣ୍ଡାଲକୁ ପହଁଚିବା ପରେ ଶତାଧିକ କଲାପ୍ରେମୀଙ୍କ ଉପସ୍ଥିତିରେ ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ,ବିଡ଼ିଓ ବ୍ୟାସଦେବ ବେହେରା ମଞ୍ଚରେ ପୂଜାର୍ଚ୍ଚନା ପୂର୍ବକ ଫିତା କାଟି ଉଦ୍ଘାଟନ କରିଥିଲେ । ଶୋଭାଯାତ୍ରାରେ ସାମିଲ ହୋଇଥିବା ସାଂସ୍କୃତିକ ଦଳ ତାଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ । ସେହିପରି ସନ୍ଧ୍ୟାରେ ମହୋତ୍ସବରେ ଯୋଗଦେଇଥିବା ଅତିଥି ମାନଙ୍କ ଦ୍ଵାରା ମଞ୍ଚରେ ମାଁ ନାରାୟଣୀ,ଲକ୍ଷ୍ମୀ,ସରସ୍ଵତୀ ଏବଂ ଜଗନ୍ନାଥଙ୍କ ଠାରେ ଦୀପ ପ୍ରଜ୍ଜ୍ୱଳନ ପରେ ପାପକ୍ଷୟ ଲୋକ ମହୋତ୍ସବ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଥିଲା ।ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ବିନିକା ଆଦର୍ଶ ବିଦ୍ୟାଳୟ ଛାତ୍ରୀମାନେ ।ପରେ ମହୋତ୍ସବ କମିଟୀ ସଭାପତି ସୁଧାଂଶୁ ଶେଖର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଟିତ ଏହି ମହୋତ୍ସବରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା,ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ,ବିନିକା ବିଡିଓ ବ୍ୟାସଦେବ ବେହେରା,ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅଞ୍ଚଳର ଲୋକ ସଂସ୍କୃତି,କଳାକୁ ପୁନର୍ଜୀବିତ କରିବା ସହ ଏ ମାଟିର ଐତିହ୍ୟକୁ ବଜାଜ ରଖିବା,ନିଜ ନିଜ ମଧ୍ୟରେ ଏକତା ସୃଷ୍ଟି କରିବା ଏହି ମହୋତ୍ସବର ମହନୀୟତାକୁ ପ୍ରତିପାଦନ କରୁଛି ବୋଲି ଅତିଥି ମାନେ ପ୍ରକାଶ କରିଥିଲେ ।ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ଅରୁଣ କୁମାର ମେହେରଙ୍କୁ ପାପକ୍ଷୟ ସମ୍ମାନରେ ସମ୍ମାନିତ କରାଯାଇଥିଲା ।ସେହିପରି ପେଣ୍ଡାଲରେ ପ୍ରଦର୍ଶନ କରିଥିବା କଳାକାର ଓ ନୃତ୍ୟ ଦଳ ମାନଙ୍କୁ ମଧ୍ୟ ମାନପତ୍ର ପ୍ରଦାନ କରାଯାଇଥିଲା ।ଉତ୍ସବରେ ଧର୍ମରାଜ ପଣ୍ଡା ସମ୍ମାନ ପତ୍ର ପଠନ କରିଥିବା ବେଳେ ଅତିଥି ପରିଚୟ ପ୍ରଦାନ କରିଥିବା ବେଲେ ହିମାଂଶୁ ଭୁଷଣ ପଣ୍ଡା ମଞ୍ଚ ପରିଚାଳନା ଏବଂ ଶେଷରେ ମାନସ ବେହେରା   ଧନ୍ୟବାଦ ଅର୍ପଣ କରିଥିଲେ ।ପରେ ରେଶ୍ମାରାଣୀ ଦାଶ ଓ ଦେବାନନ୍ଦ ଦାଶଙ୍କ କଣ୍ଠରେ ସୁ ମଧୁର ସଙ୍ଗୀତ ପରିବେଷଣ,ଲୋଇସିଂହାର ସଙ୍ଗୀତ ସାଧନା,ବରଗଡ଼ ଚେତନା କଳା ପରିଷଦ ତରଫରୁ ଲୋକନୃତ୍ୟ ପରିବେଷଣ ଉପସ୍ଥିତ ଦର୍ଶକ ଓ କଳାପ୍ରେମୀଙ୍କୁ ବାନ୍ଧି ରଖିଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like