-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ରାଜ୍ୟ

ପୁଲିସ୍ ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା ମାମଲା ବନାମ ନବ ଦାସଙ୍କୁ ଗୋପାଳ ଦାସର ଗୁଳିମରାର କାରଣ  ? ଦଶବର୍ଷତଳର ଚାପୁଡାମରାର ପୁଞ୍ଜିଭୂତ ପ୍ରତିଶୋଧ  ଓ  ସଦ୍ୟତମ ଏତଲାର କ୍ରୋଧ  ?

01-Feb-2023



ବଲାଙ୍ଗିର(ମଳୟ ମିଶ୍ରଙ୍କ ରିପୋର୍ଟ): ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ଗାନ୍ଧୀଛକରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ସେଠିକା ଫାଣ୍ଡିର ଏଏସଆଇ ଗୋପାଳ ଦାସ ସ୍ପଷ୍ଟଦିବାଲୋକରେ ଜନଗହଳିପୂର୍ଣ ଭିଡ ମଧ୍ୟରେ ନିଜ ସର୍ଭିସ୍ ରିଭଲଭରରୁ ପାଖକୁ ଯାଇ ସିଧା ଛାତିରେ ଲକ୍ଷ୍ୟ କରି ଗୁଳିମାରି ହତ୍ୟାକାଣ୍ଡ ମାମଲା ରାଜ୍ୟର ଏକ ଚାଞ୍ଚଲ୍ୟକର ଅପରାଧ ଘଟଣା । ଏହାର ଚର୍ଚ୍ଚା ଆଉ ଝାରସୁଗୁଡା କି ବଲାଙ୍ଗୀର ଜିଲ୍ଲା ମଧ୍ୟରେ ସୀମିତ ହୋଇ ରହିନାହିଁ ।  ତେବେ ଏହି ଅତ୍ୟନ୍ତ ସମ୍ବେଦନଶୀଳ ହାଇପ୍ରୋଫାଇଲ୍ ମର୍ଡରକେସ୍ ର ସାଙ୍ଗେ ସାଙ୍ଗେ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ କରାଇବାର ତିନିଦିନ ବିତିଯାଇଥିଲେ ହେଁ, ଘଟଣାସ୍ଥଳରୁ ଏହାର ଏକମାତ୍ର ଅଭିଯୁକ୍ତ କର୍ତ୍ତୃବ୍ୟରତ ପୁଲିସ୍ ଅଧିକାରୀ ଗୋପାଳ କୃଷ୍ଣ ଦାସକୁ ସ୍ଥାନୀୟଲୋକଙ୍କ ସହାୟତାରେ ପୁଲିସ୍ ସଙ୍ଗେ  ସଙ୍ଗେ ଗିରଫ କରିଥିଲା । ସେ ଏହା ଘଟାଇଥିବା ସ୍ବୀକାର କରିଥିବା କ୍ରାଇମବ୍ରାଞ୍ଚ ଘୋଷଣା କରିଥିଲେ ହେଁ , ଅଦ୍ୟାବଧି ଏହି ହତ୍ୟାର କାରଣ ଜଣାପଡିପାରି ନଥିବା ବିସ୍ମୟର ବିଷୟ  । ଏବେ ବି ରାଜ୍ୟବାସୀ ଏହାର ରହସ୍ୟ ସମ୍ପର୍କରେ ଜାଣିପାରି ନାହାଁନ୍ତି ।  ଗଣମାଧ୍ୟମ ଏ ହତ୍ୟାକାଣ୍ଡର ବିଭିନ୍ନ ଖବର ପରିବେଷଣ କରି ଚାଲିଛି ଓ ମୁଖ୍ୟମନ୍ତ୍ରୀ, ପୁଲିସ୍ ଡିଜି ମୁହଁ ଖୋଲୁ ନଥିବାରୁ ଲୋକଙ୍କ ଭିତରେ ଏହାର କାରଣକୁ ନେଇ ନାନାଦି କଳ୍ପନାଜଳ୍ପନା ପ୍ରକାଶ ପାଇବା ସହ ରାଜନୀତି ସରଗରମ ହୋଇ ଉଠିଛି ।

ତେବେ ଇତିମଧ୍ୟରେ ବିଭିନ୍ନ ମିଡିଆରେ ଯେଉଁସବୁ ଖବର ଓ ସ୍ଥାନୀୟ ଲୋକଙ୍କମଧ୍ୟରେ ସମର୍ଥିତ ବା  ଅସମର୍ଥିତ ସୂତ୍ରରୁ ଯେଉଁସବୁ ଚର୍ଚ୍ଚା ପ୍ରକାଶ ପାଇଛି, ତାହାକୁ ତର୍ଜମା କଲେ , ଯାହା ମନକୁ ଆସୁଛି, ସେସବୁ କଣ ସତରେ ନିରାଧାର  ? 

ଏଥି ମଧ୍ୟରେ ଅଭିଯୁକ୍ତର ନିଜ ବାସସ୍ଥାନ ବ୍ରହ୍ମପୁରର ତା'ର ସହପାଠୀ ବା ସାଙ୍ଗ ଏକ ମିଡିଆ ଚ୍ୟାନେଲରେ ଯେଉଁ ଦଶବର୍ଷ ତଳର ଯେଉଁ ହେଲମେଟ୍ ଚେକିଂ ବେଳର ତତ୍କାଳୀନ କଂଗ୍ରେସ ବିଧାୟକ ଥିବା ନବ ଦାସ ଦି' ଚାପୁଡା ମାରିଥିବା କଥା ପ୍ରକାଶ କରିଛନ୍ତି, ସେ ଦିଗ ପ୍ରତି ତଦନ୍ତକାରୀ ସଂସ୍ଥା, ସରକାର ବା ଅନ୍ୟାନ୍ୟ ଗଣମାଧ୍ୟମର ଗୁରୁତର ଭାବରେ ଗ୍ରହଣ କରି ଭଲଭାବରେ ଅନୁଧ୍ୟାନ ନକରି ଛାଡିଦେବାର ଏତେ ଉଦାସୀନତା କାହିଁକି  ? ଯଦି ଉକ୍ତ କଥା ସତ ହୋଇଥାଏ, ହୁଏତ ଏହି କାରଣରୁ କୁହାଯାଉଥିବା ପ୍ରାୟ ଠିକ୍ ସେତିକି ବର୍ଷତଳରୁ ଗୋପାଳର ମାନସିକ ଭାରସାମ୍ୟ ବିଗିଡିଥିବା ଅସମ୍ଭବ ନୁହେଁ  ! ସର୍ବସାଧାରଣ ସ୍ଥାନରେ ଜଣେ କର୍ତ୍ତବ୍ୟରତ ପୁଲିସ୍ ଅଧିକାରୀଙ୍କୁ କ୍ଷମତାବଳରେ ବଳୀୟାନ କୁହାଯାଉଥିବା ବାହୁବଳୀନେତା ନବ ଦାସଙ୍କର ବିନାଦୋଷରେ ଚାପୁଡାମରା ଆଘାତ ଅପମାନକୁ ଦଶବର୍ଷ କାହିଁକି , ଜଣେ ସାରାଜୀବନ ଭୁଲି ନ ପାରିବା ସ୍ବାଭାବିକ୍  । ହୁଏତ ଗୋପାଳ ଦୀର୍ଘ ଦଶବର୍ଷତଳର ସେଇ   ପୁଞ୍ଜିଭୂତ କ୍ରୋଧର ନିଆଁରେ ଭିତରେ ଭିତରେ ଚାପିରଖି ଜଳୁଥିଲା  ? ହୁଏତ ସେ ନବ ଦାସଙ୍କ ଏତେ ନିକଟତର ହେବାର ମୁହାଁମୁହିଁ ସୁଯୋଗ ପାଇପାରି ନଥିଲା  ?  ହୁଏତ ପୂର୍ବଯୋଜନା ନଥିଲେ ବି ହଠାତ୍ ପାଖରେ ଦେଖି ତା' ମୁଣ୍ଡରେ ସେଇ ପୂର୍ବରାଗ ପ୍ରଜ୍ଜ୍ବଳିତ ହେଇ ଉଠିଥିଲା  ?

ଦ୍ବିତୀୟରେ ଖବରକାଗଜର ପ୍ରକାଶିତ ଖବର ଅନୁଯାୟୀ, ମାସେତଳେ ଶ୍ରୀ ଦାସଙ୍କର କୌଣସି କାରଣରୁ ବଚସା ହୋଇଥିଲା  ?  ନବ ଦାସଙ୍କର ସେହି ଅଞ୍ଚଳରେ ଗାଡିମଟର , ଯାନବାହନ ପରିବହନ ଓ ଅନ୍ୟାନ୍ୟ ବ୍ୟବସାୟିକ କାରବାର ରହିଛି । ସେହି ଅଞ୍ଚଳରେ ଅଭିଯୁକ୍ତ ପୁଲିସ୍ ଅଧିକାରୀଙ୍କ କାର୍ଯ୍ୟକ୍ଷେତ୍ର ମଧ୍ୟ । ଗୋପାଳ ଗାଡିମଟରରୁ ବଟି ଆଦାୟଆଦି କରୁଥିବା ମଧ୍ୟ କେତେକ ପ୍ରତ୍ୟେକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ । ଏଣୁ ଜଣେ ତଳିଆ ପୁଲିସ୍ ଅଧିକାରୀଙ୍କର କୌଣସି ଔଦ୍ଧତ୍ୟ ଏପରି ଜଣେ ବାହୁବଳୀ ନେତାଙ୍କୁ କ୍ଷୁବ୍ଧ କରିଥାଇପାରେ  ! 

ଅନ୍ୟ ଏକ ଅସମର୍ଥିତ ସୂତ୍ରରୁ ପ୍ରାପ୍ତ ଖବରରୁ ଶୁଣିବାକୁ ମିଳିଛି ଯେ , ହତ୍ୟାକାଣ୍ଡର ପୂର୍ବଦିନ ରାତିରେ ନବଙ୍କ ଘନିଷ୍ଠ ସୁନ୍ଦରଗଡର ଜଣେ ଯୁବବ୍ୟବସାୟୀଙ୍କୁ କୌଣସି ଅଜଣା ଫୋନ୍ ରେ ଧମକଚମକ ଦିଆଯାଇଥିଲା ଓ ସେ ଏ ସମ୍ପର୍କରେ ସୁନ୍ଦରଗଡ ଥାନାରେ ଏକ ଏତଲା ମଧ୍ୟ ଦେଇଛନ୍ତି । ଏଣୁ ଯଦି ଏହି ଘଟଣାର ଅଭିଯୁକ୍ତ ସହ କୌଣସି ସମ୍ପୃକ୍ତି ରହିଥାଏ ଓ  ଏହା ସଦ୍ୟତମ ପ୍ରତିହିଂସା ସ୍ବରୂପ  ଅଭିଯୁକ୍ତର କ୍ରୋଧକୁ ଆହୁରି ତେଜାଇଦେବା ଅସମ୍ଭବ ନୁହେଁ । 

ଏଣୁ ଛୋଟମୋଟ ଘଟଣା ବୋଲି ଏହି ଘଟଣା, ବୟାନ ଓ ଏଇଭଳି ସାମାନ୍ୟତମ ସୂତ୍ରକୁ ବି ତଦନ୍ତକାରୀ ସଂସ୍ଥା ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଜନସାଧାରଣଙ୍କ ଆଲୋଚନାରୁ ପ୍ରକାଶ ।

  ହତ୍ୟାର ମୋଟିଭ୍ ବା ଉଦ୍ଦେଶ୍ୟ ବାହାର କରିବାରେ ତଦନ୍ତରେ ଯେତେ ବିଳମ୍ବ ହେଉଥିବ, ଲୋକେ ଆହୁରି ହାତଗୋଡ ନଥିବା ଚର୍ଚ୍ଚାକରୁଥିବେ ଓ ଏହାକୁ ଆଧାର କରି ଆଜିର ଦାୟିତ୍ୱହୀନ କେତେକ ମିଡିଆରେ ପ୍ରକାଶିତ ଭିତ୍ତିହୀନ କଳ୍ପନାଜଳ୍ପନା ଜନମାନସକୁ ଆହୁରି ବିଭ୍ରାନ୍ତି ଭିତରକୁ ଠେଲି ନେଉଥିବ ।

ଉପରୋକ୍ତ ପ୍ରକାଶିତ ଖବର, ଚର୍ଚ୍ଚାର ତର୍ଜମାରୁ ଶସ୍ତ୍ରଧାରୀ ଅଭିଯୁକ୍ତ ପୁଲିସ୍ ଅଧିକାରୀ ଜଣକ ଜଣେ ବାହୁବଳୀ ରାଜନେତାଙ୍କ ଦୁର୍ବ୍ଯବହାରର ପ୍ରତିଶୋଧ ନେବାକୁ ହଠାତ୍ କାଣ୍ଡଜ୍ଞାନଶୂନ୍ୟ।ହୋଇପଡି ହତ୍ୟା ପରି ଅପରାଧିକ ପଦକ୍ଷେପ ନେଇଯିବା ଏତେ ବିରଳ ବା ଆଶ୍ଚର୍ଯ୍ୟକର କଥା ନ ହେଇପାରେ  !

ତେବେ ଏହାପଛରେ କୌଣସି ହାଇପ୍ରୋଫାଇଲ୍ ରାଜନୈତିକ ଷଡଯନ୍ତ୍ର ନିହିତ, ଏହା ସବୁ ମହଲରେ ଗ୍ରହଣଯୋଗ୍ୟ ହେବନାହିଁ  । ତଥାପି ଆମକୁ କ୍ରାଇମବ୍ରାଞ୍ଚ ତଦନ୍ତର ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like