-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
01-Feb-2023
ବଲାଙ୍ଗିର//ବଲାଙ୍ଗିର ଜିଲା ର ଦେଓଗାଁ ରେଂଜ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଜରାସିଂହା ନିକଟରେ ୪୫ଟି ଶାଳ ଏବଂ ୩୬ଟି ଶାଗୁଆନ ସାଇଜ୍ ଜବତ କରାଯାଇଥିବା ସୂଚନା ମିଳିଛି । ଗତ ୩୧ ତାରିଖ ପୂର୍ବାହ୍ନରେ ପ୍ରାୟ ୧୧ଟା ସମୟରେ ଦେଓଗାଁ ରେଞ୍ଜର କର୍ମଚାରୀମାନେ ଦେଓଗାଁ ବନ ବିଭାଗ ଅଧୀନସ୍ଥ ଜରାସିଂହା ଗ୍ରାମ ନିକଟରେ ୪୫ଟି ଶାଳ ଏବଂ ୩୬ଟି ଶାଗୁଆନ ସାଇଜ୍ ଜବତ କରିଛନ୍ତି । ଜବତ ସାମଗ୍ରୀକୁ ରେଞ୍ଜ
ଅଫିସ୍ କ୍ୟାମ୍ପସକୁ ଅଣାଯାଇଥିଲା । ଅଧିକ ଅନୁସନ୍ଧାନ ଚାଲିଥିବା ସୂଚନାରେ କୁହାଯାଇଛି । ରେଞ୍ଜ ଅଫିସର ଆଲୋକ କୁମାର ମାଝୀଙ୍କ ମାର୍ଗଦର୍ଶନ ଅନୁଯାୟୀ ଫରେଷ୍ଟର ପିଙ୍କୁ ଭୋଇ, ଅଶୋକ କୁମାର ନାୟକ, ଫରେଷ୍ଟ ଗାର୍ଡ ବିପିନ କୁମାର ଭୋଇ, ଶ୍ରୀମତୀ ଯୁକ୍ତା ସାହାଣୀ ଏବଂ ଦେଓଗାଁ ରେଞ୍ଜର ପାରା ଷ୍ଟାଫ୍ ପ୍ରମୁଖ ଏହି ଚଢ଼ାଉରେ ସାମିଲ୍ ଥିଲେ ।
(ବଲାଙ୍ଗିର ଜିଲ୍ଲାରୁ ଅନ୍ତର୍ଯ୍ୟାମୀ ସାହୁଙ୍କ ରିପୋର୍ଟ)