-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||     

HOME   ରାଜନୀତି

ବିଜେଡିରେ ମିଶ୍ରଣପର୍ବ... କଂଗ୍ରେସ ଛାଡି ବିଜେଡିରେ ମିଶିଲେ ଶିବାନନ୍ଦ ପରିଚ୍ଛାଙ୍କ ସହ ୮୦୦କର୍ମୀ

22-Jan-2023



ବଲାଙ୍ଗୀର(ପ୍ରେରଣା ଖବର)-ଆଜି ଶୈଳଶ୍ରୀ ପ୍ୟାଲେସ ଗହଳଚହଳ ହୋଇଛି । କଂଗ୍ରେସଦଳ ଛାଡି ପାଟଣାଗଡର ଯୁବନେତା ଶିବାନନ୍ଦ ପରିଚ୍ଛା ତାଙ୍କ ୮୦୦ କର୍ମୀଙ୍କୁ ଧରି ବିଜୁଜନତାଦଳରେ ମିଶିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଆସ୍ଥାପ୍ରକଟ କରି ବଲାଙ୍ଗୀର ଶୈଳଶ୍ରୀ ପ୍ୟାଲେସଠାରେ ବିଜେଡିର ବରିଷ୍ଠ ରାଜ୍ୟସଂପାଦକ ତଥା ରାଜ୍ୟ ହାଉସିଂବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂଦେଓଙ୍କଠାରେ ବିଜେଡିରେ ମିଶିଛନ୍ତି । ଶିବାନନ୍ଦଙ୍କ ବାପା ସ୍ୱର୍ଗତ କିଶୋର ପରିଚ୍ଛା ଜଣେ କେନ୍ଦୁପତ୍ରକର୍ମଚାରୀ ସଂଘର ନେତା ତଥା କଂଗ୍ରେସଦଳର ଜଣେ ଟାଣୁଆନେତା ଥିଲେ । ତାଙ୍କ ଦେହାନ୍ତ ପରେ ଛାତ୍ର ରାଜନୀତିରୁ ଆସିଥିବା ତାଙ୍କ ପୁଅ ଶିବାନନ୍ଦ ପରିଚ୍ଛା କେନ୍ଦୁପତ୍ର କର୍ମଚାରୀ ସଂଘର ଡିଭିଜନ ସଂପାଦକ ଦାୟୀତ୍ୱ ନେଇଥିଲେ । କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳୀଙ୍କର ଅନେକ ସମସ୍ୟା ରହିଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ଗତମାସରେ ଏକ ସ୍ୱତନ୍ତ୍ର ପ୍ୟାକେଜ ଦେଇଥିଲେ । କେନ୍ଦୁପତ୍ର ତୋଲାଳୀ,କର୍ମଚାରୀଙ୍କୁ ଅଧିକ ଅର୍ଥ ସହାୟତା ମିଳିଲା ।

ଏହା ସହିତ କେନ୍ଦୁପତ୍ର ଶ୍ରମିକଙ୍କ ପୁଅଝୀଅ ପାଠପଢା ଖର୍ଚ୍ଚ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ବ୍ୟବସ୍ଥା କରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟରେ ଖୁସିବ୍ୟକ୍ତ କରି ତଥା ବିଜେଡିଦଳ ପ୍ରତି ଆସ୍ଥାପ୍ରକଟ କରି ଆଜି ଶିବାନନ୍ଦ ତାଙ୍କ ସମର୍ଥକଙ୍କୁ ନେଇ ଶୈଳଶ୍ରୀ ପ୍ୟାଲେସରେ ବିଜେଡିଦଳରେ ଯୋଗଦେଇଛନ୍ତି ବୋଲି ଶିବାନନ୍ଦ ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି । ଶୈଳଶ୍ରୀ ପ୍ୟାଲେସରେ ହୋଇଥିବା ଏହି ମିଶ୍ରଣ ପର୍ବକୁ ଆଲୋକ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ପୂର୍ବତନ ସାସଦ କଳିକେଶନାରାୟଣ ସିଂଦେଓ,ବରିଷ୍ଠନେତା ବନମାଳୀ ଖମାରୀ,ଗଣେଶ କୁମ୍ଭାର,ରିଙ୍କୁ ପୁରୋହିତ,ସଂଝିବ ମିଶ୍ର, ଦାମୋଦର ଯୋଷୀ, ଗୌତମ ମେହେର ପ୍ରମୁଖ ମଞ୍ଚାସୀନ ଥିଲେ । କେନ୍ଦୁପତ୍ର କର୍ମଚାରୀସଂଘରୁ ମକାରୁ ପଣ୍ଡା,ପରମା ସୁନା,ଶାନ୍ତନୁ ଭୋଇ,ଧୃବ ଚାନ୍ଦ,କୈଳାଶ ସୁନା, ରାଜାରାମ ଡନସେନା,ନୀଳମଣୀ ବୁଡେକ,ଚିତ୍ତ ବେହେରା ମଧ୍ୟ ମଞ୍ଚାସୀନ ଥିଲେ । ଆଜିର ମିଶ୍ରଣ ପର୍ବରେ ପାଟଣାଗଡ ନିର୍ବାଚନମଣ୍ଡଳିର ପାଟଣାଗଡ.ବେଲପଡା ଓ ଖପ୍ରାଖୋଲ ବ୍ଲକ ଅଞ୍ଚଳର ମଦନ ବରିହା,ନୀଳମଣୀ ବରିହା,ଗୌରଚନ୍ଦ୍ର ପୋଢ,ଜଗନ୍ନାଥ ହାଡି,ହୃଷି ଉଦୁରକୁଲିଆ,ଗଂସ ବରିହା,ଗଜରାଜ ହାତୀ,ପ୍ରହଲ୍ଲାଦ ବରିହା,ନାରାୟଣ ବରିହା,କେସବ ବରିହା,ପ୍ରକାଶ ଦାସ,କେସବ ପୁଟେଲ,ପ୍ରେମାନନ୍ଦ ସାହୁ,ସାନ ସାହୁ,ବିନୋଦ ସାହୁ,ଚୌଳଚନ୍ଦ୍ର ରଣା,ସଂକିର୍ତ୍ତନ ସାହୁ,ଲିଙ୍ଗରାଜ ମଲ୍ଲିକ,ଡୁଲ ମଲ୍ଲିକ,ଯୁଧିଷ୍ଠିର ,ମଲ୍ଲିକ,ବୀରେନ୍ଦ୍ର ସାହୁ ପ୍ରମୁଖଙ୍କ ନେତୃତ୍ୱ ନେଇଥିଲେ ।

ସେହିପରି କେନ୍ଦୁପତ୍ର କର୍ମଚାରୀ ସଂଘର ମକାରୁ ପଣ୍‌ଡା,ପରମେ ସୁନା,ଶାନ୍ତନୁ ଭୋଇ,ଧୃବ ଚାନ୍ଦ,କୈଳାସ ସୁନା,ରାଜାରାମ ଦନସେନା,ନୀଲମଣୀ ବୁଡେକ,ଜଗଦିଶ ବନଛୋର,ଜୟସିଂ ନାଏକ,ଚୁଡାମଣୀ ବୁଡେକ,ଚିତ୍ତ ବେହେରା ପ୍ରମୁଖ ନେତୃତ୍ୱ ନେଇଥିଲେ । ସମସ୍ତେ ଶିବାନନ୍ଦଙ୍କ ନେତୃତ୍ୱରେ ବଲାଙ୍ଗୀରରେ ଏକ ଶୋଭାଯାତ୍ରାରେ ଶୈଳଶ୍ରୀ ପ୍ୟାଲେସରେ ପହଞ୍ଚି ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇଥିଲେ । ଏହି ଅବସରରେ କଳିକେଶ ସିଂଦେଓ କହିଛନ୍ତି ଯେ, ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବିଣ ପଟ୍ଟନାୟକଙ୍କ ନେତୃତ୍ୱରେ ବିକାଶଧାରା ଚାଲୁରହିଛି । କେନ୍ଦୁପତ୍ର ଶ୍ରମିକ ହୁଅନ୍ତୁ କି ଅନ୍ୟାନ୍ୟ ବର୍ଗର ଲୋକଙ୍କର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି । ତେଣୁ ଲୋକମାନେ ବିଜେଡିଦଳ ପ୍ରତି ଆକୃଷ୍ଟ ହେଉଛନ୍ତି ବୋଲି କହିଛନ୍ତି । ଏହି ମିଶ୍ରଣ ପରେ ପାଟଣାଗଡ ତଥା ବଲାଙ୍ଗୀର ଜିଲ୍ଲାରେ ବିଜେଡିଦଳ ଆହୁରି ମଜବୁତ ହେବ ବୋଲି ଶ୍ରୀ ସିଂଦେଓ କହିଛନ୍ତି । 
   ସେପଟେ ଆସନ୍ତା ୨୪ ତାରିଖରୁ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ବଲାଙ୍ଗୀର ଜିଲ୍ଲାରେ କଂଗ୍ରେସର ଓଡିଶା ଯୋଡ ପଦଯାତ୍ରା ଆୟୋଜିତ ହେବାକୁ ଯାଉଛି । କିନ୍ତୁ ଏହା ପୂର୍ବରୁ ଆଜି କଂଗ୍ରେସରୁ ଶହଶହ ସଂଖ୍ୟାରେ କର୍ମି ଦଳଛାଡି ବିଜେଡିକୁ ଚାଲିଯାଇଛନ୍ତି । ଯାହାକି କଂଗ୍ରେସକୁ ଏକ ବଡଶକ୍ତ ଧକ୍କା ଲାଗିଛି ବୋଲି କୁହାଯାଉଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   29-Sep-2026
  ଜିଲ୍ଲା  
*ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   29-Sep-2026
  ରାଜ୍ୟ  
ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   29-Sep-2026
  ଜିଲ୍ଲା  
*ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   29-Sep-2026
  ଜିଲ୍ଲା  
ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ   29-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026
  ଜିଲ୍ଲା  
ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   28-Sep-2026
  ଜିଲ୍ଲା  
ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   28-Sep-2026
  ରାଜ୍ୟ  
ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   28-Sep-2026
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026

You Might Also Like