-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ଡାବୁଗା   (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||     

HOME   ଜିଲ୍ଲା

ବସନ୍ତ ସାମାଜିକ ପ୍ରତିଷ୍ଠାନ ତରଫରୁ ତର୍କ ପ୍ରତିଯୋଗିତା

22-Jan-2023



ସୁବର୍ଣ୍ଣପୁର : ବସନ୍ତ ସାମାଜିକ ପ୍ରତିଷ୍ଠାନ, ନୂଆଁଦିଲ୍ଲୀ ତରଫରୁ ଆଜି ସୋନପୁର ମହାରାଜା ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଏକ ବ୍ଲକ ସ୍ତରୀୟ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ତର୍କର ବିଷୟ ଥିଲା "ସାମ୍ପ୍ରତିକ ପରିସ୍ଥିତିରେ ଅନଲାଇନ କ୍ଲାସ, ସାମାଜିକ ଗଣମାଧ୍ୟମ ଓ ସ୍ମାର୍ଟ ଫୋନ ବ୍ୟବହାର ଶିକ୍ଷଣର ଏକ ଅଭିନବ ମାଧ୍ୟମ" । ଏଥିରେ ସୋନପୁର ବ୍ଲକର   ୧୫ ଟି ଉଚ୍ଚ ବିଦ୍ୟାଳୟରୁ ଜଣେ ଲେଖାଏଁ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।ସେମାନଙ୍କ ମଧ୍ୟରୁ ଡୁଙ୍ଗୁରିପାଲି କୁଶଳେଶ୍ୱର ଉଚ୍ଚ ବିଦ୍ୟାଳୟର ଶ୍ରିତମ ମେହେର ପ୍ରଥମ, ହରଡ଼ଖୋଲ ଶୁଭେଶ୍ୱର ଉଚ୍ଚ ବିଦ୍ୟାଳୟ ର ସୁଭଦ୍ରା ବାରିକ ଦ୍ଵିତୀୟ ଏବଂ ସୋନପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶ୍ରୀୟା ଦାସ ତୃତୀୟ ହୋଇଥିଲେ।ସେମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ସହ ଯଥାକ୍ରମେ 3 ହଜାର, 2 ହଜାର ଏବଂ ୧ ହଜାର ଅର୍ଥରାଶି ପ୍ରଦାନ କରାଯାଇଥିଲା ଓ ସୁଇଟର ଏବଂ ବ୍ୟାଗ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ସୋନପୁର ଓ ଏ ଭି ର ସ୍ୱାତି ପ୍ରିୟଦର୍ଶିନୀ ମିଶ୍ର ଏବଂ ଖାରି ଉଚ୍ଚ ବିଦ୍ୟାଳୟର ମାନସିରାଣୀ ମିଶ୍ର ଙ୍କୁ ସ୍ୱାନ୍ତନା ମୂଳକ ପୁରସ୍କାର ବାବଦ କୁ ଟ୍ରଫି ଓ ପ୍ରମାଣପତ୍ର ସହ 1 ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ସେହିପରି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଖରଜୁରା ର ସୁପ୍ରିତି ପାଣିଗ୍ରାହୀ,ରେଙ୍ଗାଲିର ସ୍ମୁତିରାଣୀ କୁମ୍ଭାର,ସାଗରପାଳିର ବର୍ଷା ସାହୁ,ବଲାଡିର ଆକାଶ ମିଶ୍ର,ଲଛିପୁର ର ଅନିମା କର୍ଣ୍ଣ,ନାରାୟଣପୁରର ବିବୁନ ପ୍ରଧାନ,ସୋନପୁର ମହାରାଜା ଉଚ୍ଚ ବିଦ୍ୟାଳୟର ଦେବେନ୍ଦ୍ର ଖମାରି ଓ ଶିଶୁମନ୍ଦିର ର ରାହୁଲ ଭୋଇ,ମୟୁରଉଡାନରୁ ଦେବସ୍ମିତା ନାଏକ,ଏବଂ ଖଳିଆପାଲି ଉଚ୍ଚ ବିଦ୍ୟାଳୟର ସ୍ନାତି ସାଗରିକା ବଡମାଳି ପ୍ରତ୍ୟେକେଙ୍କୁ ପ୍ରମାଣପତ୍ର ସହ ୫ ଶହ ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରାଯାଇଥିଲା।ଆଜିର ଏହି ତର୍କ ପ୍ରତିଯୋଗିତାରେ ବିଚାରକ ଥିଲେ ପ୍ରାଧ୍ୟାପକ ଡାକ୍ତର ଜ୍ୟୋତିରଞ୍ଜନ ବହିଦାର, ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟରର ପ୍ରଧାନ ଶିକ୍ଷକ ଗତିକୃଷ୍ଣ ମିଶ୍ର,ଏବଂ ଅବସରପ୍ରାପ୍ତ ଶିକ୍ଷକ ବେଣୀମାଧବ ମହାପାତ୍ର।ବସନ୍ତ ସାମାଜିକ ପ୍ରତିଷ୍ଠାନର ନିର୍ଦେଶକ ତଥା ଇଣ୍ଡିଆନ ବ୍ୟାଙ୍କ ଏସୋସିଏସନ ର ବରିଷ୍ଠ ପରାମର୍ଶଦାତା ବିକାଶନାରାୟଣ ମିଶ୍ର ଏବଂ ଏହାର ଅଧ୍ୟକ୍ଷା ରାଜଶ୍ରୀ ମିଶ୍ର ମୁଖ୍ୟାତିଥିଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ , ଏଥିରେ ସମ୍ମାନିତ ଅତିଥିଭାବେ ମହାରାଜା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଆଶିଷ କୁମାର ରଥ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନା  ବରିଷ୍ଠ ସାମ୍ବାଦିକ ବୈଦ୍ୟନାଥ ହୋତା କରିଥିଲାବେଳେ ସଂଯୋଜନା କରିଥିଲେ ଶିକ୍ଷୟତ୍ରୀ ଅରୁଣୀମା ମିଶ୍ର।ପ୍ରକାଶଥାଉକି, ବସନ୍ତ ସାମାଜିକ ପ୍ରତିଷ୍ଠାନ ମୁଖ୍ୟାଳୟ ନୂଆଁଦିଲ୍ଲୀରେ ରହିଥିଲାବେଳେ ଏହାର ଶାଖା କାର୍ଯ୍ୟାଳୟ ବୌଦ୍ଧ ଜିଲ୍ଲା ମନମୁଣ୍ଡା ନିକଟସ୍ଥ ଡାଙ୍ଗମୁଣ୍ଡାରେ ରହିଛି ଓ ଏହି ପ୍ରତିଷ୍ଠାନ ତରଫରୁ ଅନେକ ସାମାଜିକ କାର୍ଯ୍ୟକ୍ରମ କରାଯାଉଥିଲାବେଳେ ବିଶେଷକରି ବିଦ୍ୟାଳୟର ଉନ୍ନତି, ବିଦ୍ୟାଳୟମାନଙ୍କରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଇଆସୁଛି ଓ ମେଧାବୀ ଗରିବ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇ ଉତ୍ସାହିତ କରାଯାଉଛି।ସେହିପରି ଆଦର୍ଶ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧନା ସହ ୨୦୨୨ମାଟ୍ରିକ ପରୀକ୍ଷାରେ ସବୁଠୁ ଅଧିକ ମାର୍କ ରଖି ପାସ କରିଥିବା ୨୦ଟି ସ୍କୁଲ ର ପ୍ରତ୍ୟେକ ସ୍କୁଲ ର 3 ଜଣଙ୍କୁ ଯଥାକ୍ରମେ ୫ ହଜାର, ୩ହଜାର ଓ ୨ ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା।ବସନ୍ତ ସାମାଜିକ ପ୍ରତିଷ୍ଠାନର ଏହି ମହତ କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଡାବୁଗା   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   29-Sep-2026
  ଜିଲ୍ଲା  
*ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   29-Sep-2026
  ରାଜ୍ୟ  
ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   29-Sep-2026
  ଜିଲ୍ଲା  
*ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   29-Sep-2026
  ଜିଲ୍ଲା  
ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ   29-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026
  ଜିଲ୍ଲା  
ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   28-Sep-2026

You Might Also Like

  ଜିଲ୍ଲା  

*ଡାବୁଗା