-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||     

HOME   ରାଜ୍ୟ

କୁକୁସିଂ-ଜିଲ୍ଲାପାଳ ମୁହାଁମୁହିଁ ପ୍ରସଙ୍ଗ... ହଜାର ହଜାର ସମର୍ଥକଙ୍କୁ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ କୁକୁସିଂ ଦୁର୍ନୀତିଗ୍ରସ୍ତଙ୍କ ସପକ୍ଷରେ ପ୍ରଶାସନ ଧଳାବ୍ୟାଚ ପିନ୍ଧନ୍ତୁ

18-Jan-2023



ବଲାଙ୍ଗୀର(ପ୍ରେରଣା ଖବର)ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଓ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷସିଂ ସାଲୁଜା ଗତ ଜିଲ୍ଲାପରିଷଦ ବୈଠକରେ ପାଣ୍ଠି ଆବଣ୍ଟନକୁ ନେଇ ମୁହାଁମୁହିଁ ହୋଇଥିଲେ । ଏହି ଘଟଣାରେ ବିଧାୟକ ଶ୍ରୀ ସାଲୁଜା ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ କରି ଜିଲ୍ଲା ଓଏଏସ ସଂଘ.ରାଜସ୍ୱଅମଲା ସଂଘ ୩ଦିନ ଧରି କଳାବ୍ୟାଚ ଲଗାଇ ପ୍ରତିବାଦ କରିଥିଲେ । ସେପଟେ ବିଧାୟକ ସନ୍ତୋସିଂ ସାଲୁଜା ଗତ ୧୬ ତାରିଖରୁ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳିର ବ୍ଲକଗୁଡିକୁ ଘେରାଉ କରି ପ୍ରତିବାଦ କରିଥିଲେ । ଫଳରେ ଜିଲ୍ଲାରେ ବିଧାୟକ ବନାମ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଲଢେଇ ଚାଲିଥିଲା । ଆଜି ମଧ୍ୟ ଅଧିକାରୀ ଓ କର୍ମଚାରୀମାନେ କଳାବ୍ୟାଚ ପିନ୍ଧିଥିବା ବେଳେ ବିଧାୟକ କୁକୁ ସିଂ ହଜାର ହଜାର ସଂଖ୍ୟାରେ ଲୋକଙ୍କୁ ନେଇ ବଲାଙ୍ଗୀରଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ବିଧାୟକ ସନ୍ତୋଷସିଂ ସାଲୁଜା(କୁକୁସିଂ),କଣ୍ଟାବାଞ୍ଜି ଏନଏସି ଅଧ୍ୟକ୍ଷ ବରିୟାମସିଂ ସାଲୁଜା,ଯୁବନେତା ସେଜି ସିଂସାଲୁଜା,ତୁରେକେଲା ବ୍ଲକ ଅଧ୍ୟକ୍ଷା ପୂଜା ବେହେରା,ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଂଜୁବାଳା ବେହେରା,ପୂର୍ବତନ ଜିଲ୍ଲା ଯୁବକଂଗ୍ରେସ ସଭାପତି ବିଧୁଭୂଷଣ ତ୍ରୀପାଠୀ,ଯୁବନେତା ଆକାଶ ମିଶ୍ର,ଜିଲ୍ଲାପରିଷଦ ସଭ୍ୟ କୌସିକ ମେହେର,ଓମପ୍ରକାଶ କୁମ୍ଭାର,ଗୋପିନାଥ ପାଣିଗ୍ରାହୀ,ମୁରିବାହାଲ ବ୍ଲକକଂଗ୍ରେସ ସଭାପତି ପ୍ରଫୁଲ୍ଲ ବଘାର,ବଙ୍ଗୋମୁଣ୍ଡା ବ୍ଲକ ସଭାପତି ଗୁରୁଚରଣ ବେହେରା,ତୁରେକେଲା ବ୍ଲକ ସଭାପତି ବାଳକୃଷ୍ଣ ସେଲମା,ଯୁବନେତା ଅମିତ ନାୟକ ନେତୃତ୍ୱରେ ୩ହଜାରରୁ ଅଧିକ ସଂଖ୍ୟାରେ କଂଗ୍ରେସକର୍ମି ସ୍ଥାନୀୟ ଯାଦବ ଭବନଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି କଚେରୀଛକରେ ପହଞ୍ଚି ଜିଲ୍ଲାପାଳ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ସେଠାରେ ବିଧାୟକ ଶ୍ରୀ ସାଲୁଜା ଓ ଅନ୍ୟମାନେ ଜିଲ୍ଲାପାଳଙ୍କ କାର୍ଯ୍ୟକଳାପକୁ ତୀବ୍ରନିନ୍ଦା କରିଥିଲେ । ବିଧାୟକ ସାଲୁଜା ଅଭିଯୋଗ କରିଥିଲେ ଯେ,ବଲାଙ୍ଗୀର ଜିଲ୍ଲା ସମେତ ଓଡିଶାର ପଛୁଆଅଞ୍ଚଳ ଭାବରେ ଜଣାଶୁଣା ଥିବା ଗରୀବ ଅଞ୍ଚଳକୁ ସ୍ୱତନ୍ତ୍ର ପ୍ୟାକେଜ ପାଇଁ ଦାବି କରୁଥିଲୁ । ତତକାଳିନ ସାଂସଦ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଦିଲ୍ଲୀରେ ଆନ୍ଦୋଳନ କରି ସେ ସମୟର ପ୍ରଧାନମନ୍ତ୍ରୀଙ୍କଠାରୁ କେବିକେ ଯୋଜନା ଆରମ୍ଭ କରାଇଲୁ । ଆଜି ତାହାକୁ ରାଜ୍ୟସରକାର ବିଜୁକେବିକେ ଯୋଜନା କରିଛନ୍ତି । ସେହି ଯୋଜନାରେ ନୀୟମ ରହିଛି କେବିକେ ଅଞ୍ଚଳର ପ୍ରତ୍ୟେକ ବ୍ଲକକୁ ୧କୋଟିର ଅନୁଦାନ ଦିଆଯିବ । କିନ୍ତୁ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଏହି ନୀୟମର ଉଲଂଘନ କରି ନିଜ ମନଇଚ୍ଛା ପାଣ୍ଠି ଆବଣ୍ଟନ କରୁଛନ୍ତି । ଗତ ଦୁଇବର୍ଷ ହେଲେ ବ୍ଲକମାନଙ୍କୁ ଅନୁଦାନ ଦିଆଯାଇ ନାହିଁ । ଷ୍ଟେଟ ସେୟାରକୁ ଦାଦନ ପ୍ରବଣ ବ୍ଲକରୁ ଅଣାଯାଇ ଅଣଦାଦନ ପ୍ରବଣ ବ୍ଲକରେ ବେଆଇନ ଭାବରେ ଖର୍ଚ୍ଚ କରାଯାଇଛି । ଗତ ୨୦୨୦-୨୧ ଓ ୨୦୨୧-୨୨ ମସିହାର ଅନୁଦାନକୁ ରିଲିଜ କରାଯାଇ ନାହିଁ । ନୀୟମ ରହିଛି ବିଜୁକେବିକେ ଅନୁଦାନର ପ୍ରକଲ୍ପର ମୁଲ୍ୟ ଅନ୍ୟୁନ ୫ଲକ୍ଷ ଟଙ୍କାର ହେବ କିନ୍ତୁ ଏହି ନୀୟମକୁ ଉଲଂଘନ କରାଯାଇଛି । ତେନୁ ଯେଉଁ ପ୍ରକଲ୍ପ ୫ଲକ୍ଷ ଭିତରେ ରହିଛି ତାକୁ ବାତିଲ କରାଯାଉ ବୋଲି ଦାବି କରାଯାଇଛି । ଠିକ ସେହିପରି ୫ଟି ଯୋଜନାରେ କରାଯାଇଥିବା

ସ୍କୁଲକାମଗୁଡିକର ବିଲ ମେମେଣ୍ଟ ଦିଆଯାଉନାହିଁ । ବର୍ଷ ବର୍ଷ ପର୍ଯ୍ୟନ୍ତ ବିଲ ପେମେଣ୍ଟ ଦିଆଯାଉନାହିଁ ବୋଲି ଅଭିଯୋଗ କରାଯାଇଛି ।  ତେବେ ଗତ ଜିଲ୍ଲାପରିଷଦ ବୈଠକରେ ସେ ତାଙ୍କ ଅଞ୍ଚଳର ଲୋକଙ୍କ ନ୍ୟାର୍ଯ୍ୟଦାବି ମାଗିଥିଲେ । ଜିଲ୍ଲାପାଳଙ୍କ ମନମାନୀ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ଲୋକପ୍ରତିନିଧିଙ୍କୁ ଅଣଦେଖା କଲେ ତାକୁ ବରଦାସ୍ତ କରାଯିବ ନାହିଁ । ଅଧିକାରୀ ଓ କର୍ମଚାରୀମାନେ କଳାବ୍ୟାଚ ପିନ୍ଧିବାକୁ ନେଇ ବିଧାୟକ ଶ୍ରୀ ସାଲୁଜା କହିଥିଲେ ଯେ, ଏହି ଜିଲ୍ଲାପାଳଙ୍କ ସମୟରେ ଜିଲ୍ଲାର ବିଡିଓମାନେ ଲକ୍ଷାଧିକ ଟଙ୍କା ଲାଞ୍ଚନେବା ବେଳେ ଧରାପଡୁଛନ୍ତି । ଅନେକ କର୍ମଚାରୀଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ବାହାରିଛି । ଖପ୍ରାଖୋଲ ବ୍ଲକ,ବେଲପଡା ବ୍ଲକରେ ଲୋକମାନେ ମନରେଗାର ମଜୁରି ନପାଇ ବ୍ଲକ ଘେରାଉ ଓ ଧାରଣା ଦେଉଛନ୍ତି । ତଥାପି ଜିଲ୍ଲାପାଳ ସ୍ୱଚ୍ଛ ହେଲେ କିପରି ବିଲି ପ୍ରଶ୍ନ କରୁଛନ୍ତୁ । ବିଡିଓମାନଙ୍କୁ ଭିଜିଲାନ୍ସ ଧରିବା ମାମଲାରେ ଓଏଏସ ସଂଘ ଓ ଅଧିକାରୀମାନେ ଧଳାବ୍ୟାଚ ପିନ୍ଧିଛନ୍ତି କି ବୋଲି ଶ୍ରଜ୍ଞୀ ସାଲୁଜା ଓଲଟା ପ୍ରଶ୍ନ କରିଛନ୍ତି । ତେବେ ଜିଲ୍ଲାପାଳଙ୍କ ମନମାନୀ ଘଟଣାରେ ପୂର୍ବତନ ସାଂସଦ ବାଳଗୋପାଳ ମିଶ୍ର ଓ କୋସଲରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ଦେଇଥିବା ମନ୍ତବ୍ୟକୁ ସ୍ୱାଗତ କରିବା ସହିତ ଧନ୍ୟବାଦ ଦେଇଛନ୍ତି । ଏହି ଅବସରରେ ବିଧାୟକ ଶ୍ରୀ ସାଲୁଜା ଓ ତିନିଟି ବ୍ଲକ ତରଫରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପ୍ରଶାସନ ଜରିଆରେ ଏକ ଦାବିପତ୍ର ପ୍ରେରଣ କରାଯାଇଥିଲା । 
 

ଆନ୍ଦୋଳନରୁ ଦୂରେଇ ରହିଲେ ଜିଲ୍ଲାକଂଗ୍ରେସ ସଭାପତି 
ବଲାଙ୍ଗୀର(ପ୍ରେରଣା ଖବର)-ଆଜି କଣ୍ଟାବାଞ୍ଜି କଂଗ୍ରେସପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା । ଏହି ଘେରାଉରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷସିଂ ସାଲୁଜା ନେତୃତ୍ୱ ନେଇଥିବା ବେଳେ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା ଯୋଗଦେବେ ବୋଲି ଲିଫଲେଟରେ ଲେଖାଯାଇଥିଲା । କିନ୍ତୁ ଘେରାଉର ଶେଷ ପର୍ଯ୍ୟନ୍ତ ଦିଲିପ ବେହେରା ପହଞ୍ଚି ନଥିଲେ । ଏପରିକି ନରସିଂହ ଗୋଷ୍ଠିର କେହି ଜଣେ ମଧ୍ୟ ଏହି ଘେରାଉରେ ସାମିଲ ହୋଇନଥିଲେ । ବଲାଙ୍ଗୀର ସହରରେ ଜିଲ୍ଲା ଯୁବକଂଗ୍ରେସ,ସେବାଦଳ,ମହିଳା କଂଗ୍ରେସ ଭଳି ଅନେକ ସଭାପତି ରହିଛନ୍ତି । କିନ୍ତୁ କଂଗ୍ରେସର ଏହି ଘେରାଉରେ ଜଣେ ହେଲେ କେହି ସାମିଲ ହୋଇନଥିଲେ । ଏହି ଘଟଣାରେ କଣ୍ଟାବାଞ୍ଜି ବିଧାୟକ ଜିଲ୍ଲାପାଳଙ୍କୁ ଟାର୍ଗେଟ କରୁଥିବା ବେଳେ  ଅନ୍ୟପଟେ ଅନେକ ମିଟିଂରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଜିଲ୍ଲାପାଳଙ୍କୁ ଭଲ କାମ କରୁଥିବା ନେଇ ପ୍ରଶଂସା କରୁଛନ୍ତି । ଫଳରେ ଜିଲ୍ଲାପାଳଙ୍କ ମନମାନୀ ଘଟଣାରେ କଂଗ୍ରେସଦଳ ଦୁଇଭାଗ ହୋଇଥିବା ଆଲୋଚନା ହେଉଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026
  ଜିଲ୍ଲା  
ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   28-Sep-2026
  ଜିଲ୍ଲା  
ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   28-Sep-2026
  ରାଜ୍ୟ  
ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   28-Sep-2026
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   28-Sep-2026
  ଜିଲ୍ଲା  
*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   28-Sep-2026
  ଜିଲ୍ଲା  
ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   28-Sep-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   28-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   28-Sep-2026

You Might Also Like