-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ରାଜ୍ୟ

ସଚେତନତାସୃଷ୍ଟି ଉଦ୍ୟମ ସତ୍ତ୍ୱେ ଦାଦନ ଚାଲାଣ ଅବ୍ୟାହତ

21-Nov-2022



ବଲାଙ୍ଗୀର (ମଳୟ ମିଶ୍ରଙ୍କ ରିପୋର୍ଟ ) ଚଳିତବର୍ଷ ଦାଦନପ୍ରବଣ ବଲାଙ୍ଗୀରଜିଲ୍ଲାରେ ବେଆଇନ ଦାଦନଶ୍ରମିକ ଚାଲାଣ ମାମଲାରେ ପୁଲିସକୁ ନେଇ କେତେକ ଅଭୂତପୂର୍ବ ଘଟଣା ଘଟିଥିବା ସହ ପୁଲିସର ମୁହଁ ବନ୍ଦ ହୋଇଯାଇଛି ଓ ଏହି ସୁଯୋଗରେ ଅଧିକ ନିରଙ୍କୁଶହୋଇ ପୂର୍ବାପେକ୍ଷା  ବୃଦ୍ଧିପାଇଛି । ଶ୍ରମବିଭାଗ , ପ୍ରଶାସନ ଓ ପୁଲିସ୍ ବିଭାଗର ତଳୁ ଉପର ସ୍ତର ପର୍ଯ୍ୟନ୍ତ ଅଧିକାରୀମାନେ ହାତ ଚିକ୍କଣ କରୁଛନ୍ତି । ସବୁଜାଣି ସରକାର ନୀରବ ରହିଛନ୍ତି । ବିଶେଷତଃ ଜିଲ୍ଲାରୁ କେତେ ସଂଖ୍ୟକ ଶ୍ରମିକ ବାହାରକୁ ଯାଉଛନ୍ତି , ଏହାର ସଠିକ୍ ରିପୋର୍ଟ ସରକାରଙ୍କ ନିକଟରେ ନାହିଁ । ଏଥିଯୋଗୁଁ ମନରେଗା ଓ ଅନ୍ୟାନ୍ୟ ଶ୍ରମଭିତ୍ତିକ ଯୋଜନାରେ କୋଟି କୋଟି ଟଙ୍କା ବାଟମାରଣା ହେଉଛି । ବନବିଭାଗ , ମୃତ୍ତିକା ସଂରକ୍ଷଣ ବିଭାଗ , ପଞ୍ଚାୟତିରାଜ ବିଭାଗ ଓ  ଅନ୍ୟାନ୍ୟ ବିଭାଗରେ ମିଥ୍ୟା ମଷ୍ଟର ରୋଲ୍ ଓ ମିଛ ଶ୍ରମିକଙ୍କ ଜବ୍ କାର୍ଡରେ ଜିଲ୍ଲାସାରା ଦୁର୍ନୀତି ଗଣମାଧ୍ୟମରେ ଲୋଚନକୁ ଆସିଛି । ସଂଖ୍ୟାଗରିଷ୍ଠଦଳର ସରକାରଙ୍କ ଏଭଳି ଆଖିବୁଜା ଦୁର୍ନୀତି ବିରୋଧରେ ବିରୋଧୀଦଳମାନେ ବିଧାନସଭାରେ ବି ମୁହଁ ଖୋଲୁନାହାଁନ୍ତି  ! ଏଣୁ ଆଗାମୀ ବିଧାନସଭା ଶୀତଅଧିବେଶନରେ ଏହି ଗୁରୁତର ଅଭିଯୋଗ  ସମ୍ପର୍କରେ ପ୍ରସଙ୍ଗ ଉଠାଇବାକୁ ଲୋକେ ଦାବି କରିଛନ୍ତି ।

ଇତିମଧ୍ୟରେ ପାଟଣାଗଡ ବନବିଭାଗ ରେଞ୍ଜ୍ ର   ବାନ୍ଧନପଲା , ଖୁଲାଗଡର ମନରେଗା ମନରେଗା ଶ୍ରମିକଙ୍କ ପ୍ରାୟ ସାଢେ ୯ ଲକ୍ଷ ଟଙ୍କାର ମଜୁରୀ ହଡପ ଅଭିଯୋଗ ହେଉ ବା  ମୃତ୍ତିକା ସଂରକ୍ଷଣ ବିଭାଗର ବିଭାଗୀୟ କର୍ମଚାରୀଙ୍କ ଦ୍ବାରା ପାଟଣାଗଡ ଅଧୀନସ୍ଥ ଖୁରିପାଣି , ଫଟାମୁଣ୍ଡା, ଚନ୍ଦନଜୁରୀରେ ଚହଲା ଓ ଆମ୍ବଚାରା ରୋପଣର ଲକ୍ଷାଧିକ  ଦୁର୍ନୀତି ଅଭିଯୋଗକୁ ଗତ ୧୯ ତାରିଖର ପିଡିଙ୍କ ବିଭାଗୀୟ ତଦନ୍ତପରେ ଚପାଇ ଦିଆଯାଇଛି । 

ଆହୁରିମଧ୍ୟ , କଣ୍ଟାବାଞ୍ଜି , ଲାଠୋର ଓ ଅନ୍ୟାନ୍ୟସ୍ଥାନରେ ହୋଇଥିବା ବନବିଭାଗର ଅନିୟମିତତା ଏବଂ ଆଗଲପୁର , ଖପ୍ରାଖୋଲ , ସଇଁନ୍ତଳା , ବଙ୍ଗୋମୁଣ୍ଡା ତଥା ଅନ୍ୟାନ୍ୟ ଅଞ୍ଚଳରେ ଅଭିଯୋଗ ଉଠିଥିବା ମୃତ୍ତିକା ସଂରକ୍ଷଣ ବିଭାଗର ଫାର୍ମପଣ୍ଡ୍ ରେ ଚଳିତ ବର୍ଷର କୋଟି କୋଟି ଟଙ୍କାର ଜେସିବି ଖୋଳା ହୋଇ ମିଥ୍ୟାଶ୍ରମଦିବସ ଦୁର୍ନୀତିକୁ ସରକାର କର୍ଣପାତ କରୁନାହାଁନ୍ତି ।

ଅପରପକ୍ଷରେ ଜିଲ୍ଲାର ଲାଠୋର , କଣ୍ଟାବାଞ୍ଜି , ତୁରେକେଲା ଓ ଅନ୍ୟାନ୍ୟ ରେଳଷ୍ଟେସନରୁ ହଜାର ହଜାର ବେଆଇନ ଦାଦନଶ୍ରମିକ ଚାଲାଣ ବୃଦ୍ଧି ପାଇଛି । କଣ୍ଟାବାଞ୍ଜି ପୁଲିସ୍ ଏସଡିପିଓ ଡ. ହୃଷିକେଶ ମେହେରଙ୍କ ୭ ଜଣ ଆନ୍ଧ୍ର ଦାଦନସେଠଙ୍କୁ  ଲଜ୍ ରୁ ଧରି ସେମାନଙ୍କୁ ଜୁଆଡି ସଜାଇ ତାଙ୍କଠାରୁ ପ୍ରାୟ ଏକକୋଟି ଟଙ୍କା ଜବତ କରି ସେଥିରୁ ବିପୁଳ ପରିମାଣର ହଡପ କରି ନିଲମ୍ଵିତ ହେବା ଓ ଏହାପରେ ମଧ୍ୟ ତୁରେକେଲାର ଜଣେ ପୁଲିସ୍ ଅଧିକାରୀ ଦାଦନସର୍ଦ୍ଦାର ଠାରୁ ୧୨ ହଜାର ଟଙ୍କା ନେଉଥିବାର ଭିଡିଓ ଭାଇରାଲ୍ ହେବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଘଟଣା ସତ୍ତ୍ୱେ ପୁଲିସ୍ ର ଜ୍ଞାତସାରରେ ଜିଲ୍ଲାର ପ୍ରାୟ ସବୁଥାନାଅଞ୍ଚଳରୁ ଦାଦନ ଚାଲାଣ ବୃଦ୍ଧିପାଇଥିବା ଆଶ୍ଚର୍ଯ୍ୟଜନକ  !  ଅଥଚ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ  ବେଆଇନ ଦାଦନଚାଲାଣ ନ କରାଯିବାକୁ ଏନଜିଓମାନଙ୍କ ସହିତ ପୁଲିସ୍ ଓ ପ୍ରଶାସନର ମିଳିତ ସଚେତନତା ସଭାମାନ ଅନୁଷ୍ଠିତ ହୋଇଥିଲା ।

ଏହାସତ୍ତ୍ୱେ ଆନ୍ଧ୍ର ଓ ତାମିଲନାଡୁଆଦି ରାଜ୍ୟବାହାରର ସେଠ୍ ମାନେ ଆସି କଣ୍ଟାବାଞ୍ଜି , ବେଲପଡା , ଖପ୍ରାଖୋଲ , ଲାଠୋରର ସର୍ଦ୍ଦାରମାନଙ୍କ ଘରେ ରହି ସର୍ଦ୍ଦାରମାନଙ୍କୁ ଗାଡିରେ ବୁଲି ବୁଲି କୋଟି କୋଟି ଟଙ୍କାର ଅଗ୍ରୀମଟଙ୍କାର ଆଟାଚି ପହଞ୍ଚାଉଥିବା ଦେଖାଯାଇଛି । କିଛିଦିନତଳେ ଦିନବେଳା କେତେକ ଜିଲ୍ଲାସ୍ତରୀୟ ସାମ୍ବାଦିକଙ୍କ ସମ୍ମୁଖରେ ଏକ କାର୍ ରେ ଆସି ରାଜ୍ୟବାହାରର ଏହି ସେଠ୍ ମାନେ ଲାଠୋରର ଜଣେ ସର୍ଦ୍ଦାରର ଘରେ ଏକ ଟଙ୍କା ଆଟାଚି ପହଞ୍ଚାଇଥିଲେ । ଆହୁରି ମଧ୍ୟ , ଲାଠୋରର ଜଣେ ମହିଳା ଲାଠୋରରୁ କଣ୍ଟାବାଞ୍ଜି ପର୍ଯ୍ୟନ୍ତ ବିଳମ୍ବିତ ରାତିରେ ବେଆଇନ ଦାଦନଶ୍ରମିକଚାଲାଣରେ ସକ୍ରିୟ ରହିଥିବା ଦେଖାଯାଇଛି ।

ଗତକାଲି ବେଲପଡା ନିକଟସ୍ଥ ମୁରିବାହାଲ ଥାନାନ୍ତର୍ଗତ ଅଣ୍ଡାଲଦରହ ଗ୍ରାମର ମନୋଜ ପାତ୍ର ନାମକ ଜଣେ ସର୍ଦ୍ଦାର ତେନ୍ତୁଳିମୁଡାର ସେକେଣ୍ଡ ସର୍ଦ୍ଦାର ଜରିଆରେ ବରଗଡ ଅଞ୍ଚଳର ଓ ପାଟଣାଗଡ ଅଞ୍ଚଳର ରାଖୀଉଡାରର ଶ୍ରମିକମାନଙ୍କୁ ୩ ଲକ୍ଷ ୧୦ ଅଗ୍ରୀମ ଦେଇ ଡକାଇନେଇଥିଲା । ତେବେ କଣ ହେଲା କେଜାଣି , ସେମାନଙ୍କୁ ତାଲାପକାଇ ଦୁଇଦିନକାଳ ଅଟକବନ୍ଦୀ ରଖି ରାଖୀଉଡାରର ଜଣେ ପୁରୁଷ ଓ ଅନ୍ୟ ପରିବାରର ଜଣେ ମହିଳାଶ୍ରମିକଙ୍କୁ ଅଗ୍ରୀମ ଫେରାଇଆଣିବାକୁ କହି ସମସ୍ତଙ୍କ ଆଧାରକାର୍ଡ ଆଦି ରଖି ଗ୍ରାମକୁ ଛାଡିଦେଇଥିଲା । ଏହି ଶ୍ରମିକମାନେ ପୂର୍ବରୁ ତାଲିକାଭୁକ୍ତ ହୋଇ ନଥିବା ଦୁଇଜଣ ଅନ୍ୟଶ୍ରମିକଙ୍କୁ ସାଙ୍ଗରେ ନେଇଥିବାରୁ ଠକେଇ ସନ୍ଦେହରେ ସର୍ଦ୍ଦାର ଏପରି କରିଥିବା ପ୍ରକାଶ । ତେବେ ପୁଣି ଆଜି ଛାଡିଥିବା ଉକ୍ତ ଦୁଇଜଣଙ୍କୁ ସେକେଣ୍ଡ ସର୍ଦ୍ଦାର ପଠାଇ ରାଖୀଉଡାରରୁ ଅଣ୍ଡାଲଦରହକୁ ନେଇ କଣ୍ଟାବାଞ୍ଜି ରେଳଷ୍ଟେସନରୁ ପଠାଉଥିବା ବିଶ୍ବସ୍ତସୂତ୍ରରୁ ସୂଚନା ମିଳିଛି । ଏଣୁ ଏହିପରି ଭାବରେ ଜିଲ୍ଲାରୁ ଲକ୍ଷାଧିକ ସଂଖ୍ୟାରେ ରେଳଷ୍ଟେସନରୁ ରାୟପୁର ଦେଇ ବେଆଇନ୍ ଦାଦନଶ୍ରମିକ ଚାଲାଣ ଅବ୍ୟାହତ ରହିଛି । ପୁଲିସ୍ ଚଳିତବର୍ଷ ଦାଦନସେଠ୍ ଓ ସର୍ଦ୍ଦାରଙ୍କଠାରୁ ବିପୁଳଟଙ୍କା ହଡପ ଓ।ଲାଞ୍ଚ ନେବା ଘଟଣାରେ ବଦନାମ ହୋଇପଡି ଥିବାରୁ ମୁହଁବନ୍ଦ କରି ଭିତିରିଆ ସର୍ଦ୍ଦାରମାନଙ୍କଠାରୁ ଦ୍ବିଗୁଣ ବଟିନେଇ  ଛାଡିଦେଉଥିବା କୁହାଯାଉଛି ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like