-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
01-Dec-2020
(ପ୍ରେରଣା ଖବର) - ଆସନ୍ତା ୨୮ ତାରିଖରେ କଂଗ୍ରେସ ପାର୍ଟିର ପ୍ରତିଷ୍ଠା ଦିବସ। ଏହି ଅବସରରେ କଂଗ୍ରେସ ସାଧାରଣ ସଂପାଦକ ଓ ଉତ୍ତର ପ୍ରଦେଶ ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଅପିଲ କରିଛନ୍ତି ଯେ, ଦଳୀୟ କର୍ମକର୍ତ୍ତା ରାଜ୍ୟର ୬୦ ହଜାର ଗାଁରେ ଦଳୀୟ ପତାକା ଉଡାଇବେ। ଉତ୍ତର ପ୍ରଦେଶରେ କଂଗ୍ରେସ ପାଖାପାଖି ୩୦ ବର୍ଷ ହେବ କ୍ଷମତାରୁ ବାହାରରେ ଅଛି। ଏଭଳି ସ୍ଥିତିରେ ପାର୍ଟିକୁ ପୁନଃ ଜୀବିତ କରିବାକୁ ପ୍ରିୟଙ୍କା ଗାନ୍ଧୀଙ୍କୁ ବଡ଼ ଦାୟିତ୍ୱ ଦିଆଯାଇଛି।ରାଜ୍ୟ କଂଗ୍ରେସ ମୁଖପାତ୍ର ସୁରେନ୍ଦ୍ର ରାଜପୁତ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ, ଜିଲ୍ଲା, ନଗର ସମିତି, ବ୍ଲକ ସ୍ତରୀୟ ଓ ପଂଚାୟତ ସ୍ତରୀୟ କମିଟି ଗଠନ କରାଯାଇଛି। ଏହା ପରେ କଂଗ୍ରେସ ନେତୃତ୍ୱରେ ଏବେ ରାଜ୍ୟର ୬୦ ହଜାର ଗାଁରେ କମିଟି ଗଠନ କରାଯାଉଛି। କଂଗ୍ରେସର ପ୍ରତିଷ୍ଠା ଦିବସ ଅବସରରେ ପ୍ରିୟଙ୍କା ଗାନ୍ଧୀ ଚାହାନ୍ତି ଯେ, ରାଜ୍ୟର ପ୍ରତି ସହର ଓ ଗାଁରେ ଦଳୀୟ ପତାକା ଉଡୁ।