-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
01-Dec-2020
ବଲାଙ୍ଗୀର,(ପ୍ରେରଣା ଖବର) : ବଲାଙ୍ଗୀର ଜିଲ୍ଲାରେ ମାତ୍ରାଧିକ ଭାବେ ବ୍ୟାପକ ବେଆଇନ ସଟା ଖେଳ ବୃଦ୍ଧି ପାଇଚାଲିଛି । -ଏକ ଟଙ୍କା ରେ ୮୦ ଟଙ୍କା ଲୋଭରେ ଉଭୟ ପୁରୁଷ, ମହିଳା, ଯୁବକ,ଛାତ୍ର ଓ ଛୋଟ ସ୍କୁଲ ଶିଶୁ ବି ଏହି ଖେଳକୁ ଆପଣେଇ ସର୍ବସ୍ୱ।ନ୍ତ ହେବା ସାର ହୋଇ ଯାଉଥିବା ଦେଖାଯାଉଛି । ବିଭିନ୍ନ ଛକ ଓ ଦୋକାନ ଗୁଡିକ ରେ ସହରାଞ୍ଚଳରେ ଏ ଖେଳ ଚାଳୁଥିବା ବେଳେ ଗ୍ରାମାଞ୍ଚଳରେ ଅତ୍ୟଧିକ ଭାବେ ବୃଦ୍ଧି ପାଇ ଚାଲିଛି। ପ୍ରଶାସନ ତରଫରୁ ନାମକୁ ମାତ୍ର କିଛି ଛୋଟ ଏଜେଣ୍ଟ ଙ୍କୁ ଗିରଫ କରି ଦେଇ କୋର୍ଟ ଚାଲାଣ କରିବା ଦ୍ୱାରା ତୁରନ୍ତ ଜାମିନ ରେ ଆସି ପୂର୍ବବତ ଖେଳ ଖେଳାଇବା ଆରମ୍ଭ କରୁଛନ୍ତି। ମୁଖ୍ୟ ସଟା ଖେଳ ଖେଳାଉ ଥିବା ସଟା ଡନ ମାନଙ୍କୁ ଗିରଫ କରାଯାଉ ନଥିବା ଦେଖାଯାଉଛି। ଏବେ ଏଣ୍ଡ୍ରୋଏଡ଼ ମୋବାଇଲ ଫୋନ ଯୋଗୁଁ ଏ ଖେଳ ବେଶ କଳା ବ୍ୟବସାୟୀ ଙ୍କୁ ସହାୟ ହୋଇଛି । ପୋଲିସ ପ୍ରଶାସନ ସହ ଖୋଲା, ଖୋଲି ମାସିକ ମୋଟା ଅଙ୍କରେ ଟଙ୍କା କାରବାର କରି ଖେଳକୁ ଚଳେଇ ନିଜେ ବେଶ ଲାଭବାନ ହୋଇ ପ୍ରସୟ ଦେଇ ଆସୁଥିବା ପରି ଗୁରୁତର ଅଭିଯୋଗ ହୋଇଆସୁଛି। ଜିଲ୍ଲାରେ ବିଭିନ୍ନ ଥାନା ଅଞ୍ଚଳରେ ଓ ଗ୍ରାମାଞ୍ଚଳରେ ଏକ ସ୍ୱତନ୍ତ୍ର ଦଳ ବା ଟିମ ଗଠନ କରାଯାଇ ଏ ଖେଳ ଉପରେ ରୋକ ଲଗେଇବା ଦିଗରେ ଦୃଷ୍ଟି ଦେବାକୁ ଜନସେବା ଜିଲ୍ଲା ସଂଗଠନ ତରଫରୁ ଦୃଢ଼ ଦାବି କରାଯାଇଛି।