-+91-9937148622 |

prerana_bgr@rediffmail.com |

  Wednesday 22nd April 2026 |

| | | |

R.N.I. Regd No. ODIODI/2010/46693

Breaking News

.ସି କଲେଜରେ ଜାତୀୟ ସେବା ସଂସ୍ଥା ପକ୍ଷରୁ ଗ୍ରୀଷ୍ମ କାଳୀନ ଶିବିର   (22-Apr-2026)       ||      ଚଳିତ ଶିକ୍ଷାବର୍ଷ ୨୦୨୬-୨୭ର ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ   (22-Apr-2026)       ||      *ଆଜି ଠାରୁ ବଣ୍ଟନ ହେବ ହାଇଟେକ୍ ପଟ୍ଟା* -   (22-Apr-2026)       ||      ବିଶ୍ବ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ   (22-Apr-2026)       ||      ଜିଲ୍ଲାସ୍ତରୀୟ ଅକ୍ଷି ମୁଠି କାର୍ଯ୍ୟକ୍ରମରେ ଯୋଗ ଦେଲେ ସାଂସଦ ମନମୋହନ ସାମଲ   (22-Apr-2026)       ||      ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ♦️ ରଥଖଳା ଚଳଚଞ୍ଚଳ    (22-Apr-2026)       ||      ଆହୁରି ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା, କିଛି ସ୍ଥାନରେ ତାତି ୪୫ ଡିଗ୍ରୀ ଛୁଇଁପାରେ    (22-Apr-2026)       ||      ବଲାଙ୍ଗିର ପୌର ପରିଷଦ ପକ୍ଷରୁ ଆଳୋକିକରଣ କାର୍ଯ୍ୟକ୍ରମ ଉଦ୍ଘାଟନ    (21-Apr-2026)       ||      ସୁବର୍ଣ୍ଣପୁର ଠାରେ ସି ଏମ୍ ଟ୍ରଫି ର ଉଦ୍ଘାଟନ*- *ଭାଗ ନେଲେ ୪୩ ଗୋଟି ଦଳ*-   (21-Apr-2026)       ||      ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିରର ବିଭିନ୍ନ ସମସ୍ୟା ସମ୍ବଳିତ ଦାବିପତ୍ର ପ୍ରଦାନ କରିବ ବିଜେଡି    (21-Apr-2026)       ||      ସ୍କାଉଟ ମାଷ୍ଟର ଓ ଗାଇଡ଼ କ୍ୟାପ୍ଟନ ମାନଙ୍କ ବେସିକ ତାଲିମ ଶିବିର ଉଦଯାପିତ, "ଯୁବ ପିଢ଼ି କୁ ସଠିକ ମୂଲ୍ୟବୋଧ ଦେବାରେ ସ୍କାଉଟ ଓ ଗାଇଡ଼ ର ଭୂମିକା ଅପରିହାର୍ଯ୍ୟ"   (21-Apr-2026)       ||      *ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ରେ ଜିଲ୍ଲାସ୍ତରୀୟ ସାମୁହିକ ବିବାହ*- *୧୭ ଯୋଡ଼ା ବରବଧୂଙ୍କ ବିବାହ ସମ୍ପନ୍ନ*-   (21-Apr-2026)       ||      *ରାଜାତୋଟା ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ*   (21-Apr-2026)       ||      ଭିନ୍ନକ୍ଷମ ମହିଳା ଙ୍କୁ ନିର୍ମମ ଭାବେ ହତ୍ୟା କଲା ମଦ୍ୟପ ସ୍ଵାମୀ ।   (21-Apr-2026)       ||      ଅକ୍ଷିମୁଠି ଅନୁକୂଳ କଲେ ବିଧାୟକ   (21-Apr-2026)       ||      ରାଧାମୋହନ ଉଚ୍ଚ ବିଦ୍ୟାଳୟର ନୂତନ ଗୃହ ଉଦ୍ଘାଟିତ    (21-Apr-2026)       ||      ବଦଳୁଥିବା କପଡ଼ା, ବଦଳିଥିବା ଅନ୍ଦାଜ୍ କୁ ନେଇ ଏବେ ଜୋରଦାର ଚର୍ଚ୍ଚା।ରାଜନୀତିକୁ ଫେରିବେ କି ପ୍ରଭାତ    (21-Apr-2026)       ||      ନିଖିଳ ଓଡିଶା ଆଶା କର୍ମୀ ସଂଘ, ଟିଟିଲାଗଡ଼ ସହରାଞ୍ଚଳ କମିଟି ଓ ବ୍ଲକ କମିଟିର ମିଳିତ ବୈଠକ ଅନୁଷ୍ଠିତ    (20-Apr-2026)       ||      ଉତ୍କଳ  କଲେଜ ଅଫ ନର୍ସିଂ ଆଣ୍ଡ ମେଡିକାଲ ସାଇନ୍‌ସ ର  ବାର୍ଷିକୋତ୍ସବ ଓ ଶପଥଗ୍ରହଣ   (20-Apr-2026)       ||      ବଲାଙ୍ଗୀରର ଦିବ୍ୟମ କେଜ୍ରିୱାଲ ଇତିହାସ ସୃଷ୍ଟି କଲେ♦️ ୟୁ ୧୯ରେ ତିନୋଟି ସ୍ବର୍ଣ୍ଣ ସହ ଚମ୍ପିୟାନ    (20-Apr-2026)       ||     

HOME   ରାଜନୀତି

ଜନ ସମ୍ପର୍କ ପଦଯାତ୍ରା ରେ ଶକ୍ତି ପ୍ରଦର୍ଶନ କଲେ ମନ୍ତ୍ରୀ ରିତା ସାହୁ

19-Oct-2022



ବରଗଡ(ନିରଞ୍ଜନ ତ୍ରିପାଠୀ): ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବିନ ପଟ୍ଟନାୟକ ଙ୍କ ପୈାଷ୍ୟ ନିର୍ବାଚନ ମଣ୍ଡଳୀ ଭାବେ ବିବେଚିତ ବରଗଡ ଜିଲ୍ଲା ର ବିଜେପୁର ନିର୍ବାଚନ ମଣ୍ଡଳୀ ରେ ଆଜି ପ୍ରାୟ ବାର ହଜାର ରୁ ଉର୍ଦ୍ଧ  ବିଜୁ ଜନତା ଦଳର କର୍ମୀ ପ୍ରାୟ ୬ କିଲୋମିଟର ରୁ ପଦଯାତ୍ରା ଆରମ୍ଭ କରି ନିକଟସ୍ଥ ପଡା ଗ୍ରାମର ବିରାଟ ଫୁଟବଲ ପଡ଼ିଆ ଠାରେ ବିଜେପୁର ଥାନାଧିକାରୀ ସନୟ କୁମାର ନାଏକ ଙ୍କ ତତ୍ତ୍ୱାବଧାନରେ ପୋଲିସ ବାହିନୀ ଙ୍କ କଡ଼ା ନିରାପତ୍ତା ରେ ପହଞ୍ଚିଥିଲେ ।ପଦଯାତ୍ରା ସମୟ ରେ କର୍ମୀ ମାନଙ୍କ ମୁହଁ ରୁ ବିଜେଡି ଜିନ୍ଦାବାଦ,ନବିନ ପଟ୍ଟନାୟକ ଜିନ୍ଦାବାଦ,ମନ୍ତ୍ରୀ ରିତା ସାହୁ ଜିନ୍ଦାବାଦ ସ୍ଳୋଗାନରେ କମ୍ପି

ଉଠୁଥିଲା ।ଏହି ଜନସମ୍ପର୍କ ପଦଯାତ୍ରାରେ ପ୍ରତ୍ୟକ ଗ୍ରାମ ଠୁ ସହର ଯାଏଁ  ମହିଳା  ଭାଗନେଇ ହୁଲହୁଳି,ଜୟଜୟ କାର ରେ ଧରିତ୍ରୀ ଉଠୁଥିଲା ପଡୁଥିଲା ।ବିଜେପୁର ବ୍ଳକ ଅଧ୍ୟକ୍ଷ ମୋତିରାମ ସାହୁ ଙ୍କ ସଭାପତ୍ୱରେ ଅନୁଷ୍ଠିତ ଜନସମୁଦ୍ର ମହାସଭାରେ ଅତିଥି ଭାବେ ରାଜ୍ୟ ବିଜୁ ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ,ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଓଡ଼ିଶା ସରକାର ମାନ୍ୟବର ମନ୍ତ୍ରୀ ତଥା ବିଜେପୁର ନିର୍ବାଚନ ମଣ୍ଡଳୀ ର ବିଧାୟିକା ରିତା ସାହୁ,ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷା ସୀତା ବାରିକ, ଉପାଧ୍ୟକ୍ଷ ଉମାକାନ୍ତ ବେଶନ,ଗାଇସିଲେଟ ବ୍ଳକ ର ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ,ବରପାଲି ଏନଏସି ଅଧ୍ୟକ୍ଷ ଦିନେଶ ଗହିର,ବରପାଲି ବ୍ଳକ ଅଧ୍ୟକ୍ଷା ରିନା ଥଇତ,ବିଜେପୁର ବ୍ଳକ ଉପାଧ୍ୟକ୍ଷା ବିନୋଦିନୀ ଧରୁଆ,ସମାଜସେବୀ ଟିକାୟତ ମହତ୍ତମ,ସାଇପାଲି ଜିଲ୍ଲାପରିଷଦ ସଭ୍ୟ ସୁଦାମ ଚରଣ ସାହୁ,ଗାଇସିଲେଟ ଜିଲ୍ଲାପରିଷଦ ସଭ୍ୟ ନିଲମଣୀ ବରିହା,ଗାଇସିଲେଟ ବ୍ଳକ ବିଜୁ ଜନତା ଦଳର ସଭାପତି ନାରଦ ବରିହା,ବିଜେପୁର ବିଜେଡି ମହିଳା ସଭାନେତ୍ରୀ ମିନୁ ଶର୍ମା,ବିଜେପୁର ବିଜୁ ଯୁବ ଜନତା ଦଳର ସଭାପତି ସରଜନ ଚିରଗୁନ,ପୂର୍ବତନ ବ୍ଳକ ଅଧ୍ୟକ୍ଷା ରାଜକୁମାରୀ ମହାପାତ୍ର,ନାରୀନେତ୍ରୀ ରଙ୍ଗିନୀ ମାହାଣା ଏବଂ ସମସ୍ତ ଗ୍ରାମପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟସଭ୍ୟା ସକ୍ରିୟ ଭାବେ ଯୋଗଦାନ କରି ଅକ୍ଟୋବର ୨ ରୁ ଆରମ୍ଭ କରାଯାଇଥିବା ଜନସମ୍ପର୍କ ପଦଯାତ୍ରା କାହିଁକି ଅନୁଷ୍ଠିତ ହୋଇଛି, ସେ ବିଷୟରେ ଲୋକଙ୍କୁ ବୁଝାଇଥିଲେ ।ଏଇ କ୍ରମରେ ନବିନ ସରକାର ସମୟ ରେ ଲୋକାଭିମୁଖି ବିକାଶ,ସ୍ୱୟଂସହାୟିକା ଗୋଷ୍ଠୀ ସୃଷ୍ଟି ,ରାସ୍ତାଘାଟ,ପାନୀୟ ଜଳ,ବିଜେପୁର ରେ ଚାଷଜମି ପାଇଁ ମେଗା ପ୍ରୋଜେକ୍ଟ ଇତ୍ୟାଦି ଯୋଜନା ଉପରେ ଅତିଥି ଗଣ ଲୋକ ଙ୍କୁ ବୁଝାଇଥିଲେ ।ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଙ୍କ ୫ଟି- ପ୍ରଚଳିତ ଓଡ଼ିଶା ସରକାର ଙ୍କ  କାର୍ଯ୍ୟକ୍ରମ ମୋ ସରକାର ର ଆଭିମୁଖ୍ୟ ଉପରେ ସୈମ୍ୟକ ଧାରଣା ଦିଆଯାଇଥିଲା । ଜନସାଧାରଣ ହେଉଛନ୍ତି ଗଣତନ୍ତ୍ର ର ଆତ୍ମା ।ଗଣତନ୍ତ୍ରର ପ୍ରତିଟି ଅନୁଷ୍ଠାନ ଲୋକଙ୍କ ପାଇଁ ଉଦ୍ଧିଷ୍ଟ ।ଲୋକଙ୍କ ପଇସାରେ,ଲୋକଙ୍କ ସେବା ଓ ସଶକ୍ତିକରଣ ପାଇଁ ସୃଷ୍ଟି ହୋଇଛି,ଲୋକଙ୍କ ସେବାପାଇଁ କାମ କରିଚାଲିଛି ।ଲୋକେ ହେଉଛନ୍ତି ପ୍ରକୃତ ମାଲିକ ।ଏହି ଅନୁଷ୍ଠାନ କୁ ଆସୁଥିବା ପ୍ରତ୍ୟକ ବ୍ୟକ୍ତି ଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ଦେଖାଇବା ସହ ବୃତ୍ତିଗତ ଓ ସେବା ମନୋଭାବ ଦେଇ ସେମାନଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବାକୁ ଏଇ ପ୍ରୟାସ ଜାରି କରିଛନ୍ତି ।ନବିନ ବାବୁ ଙ୍କ ହୃଦୟ ରେ ବିଜେପୁର ନିର୍ବାଚନ ମଣ୍ଡଳୀ ସଦାସର୍ବଦା ବସାବାନ୍ଧି ରହି ସାରିଛି ।ଏ ଭଳି ଜନସମୁଦ୍ର ପଦଯାତ୍ରା ଆଗରୁ କେବେ ବିଜେପୁର ଅଞ୍ଚଳରେ ହୋଇନଥିଲା ବୋଲି ଶ୍ରୀମତୀ ଛୁରିଆ ଉତ୍ସାହିତ ଭାବେ ତାଙ୍କ ମନ୍ତବ୍ୟ ପ୍ରଦାନ କରିଥିଲେ ।ମାନ୍ୟବର ମନ୍ତ୍ରୀ ରିତା ସାହୁ ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦୂରଦୃଷ୍ଟି ସମ୍ପନ୍ନ ଗ୍ରାମାଞ୍ଚଳ ର ବିକାଶ ସହ ମହିଳା ମାନଙ୍କୁ ସ୍ୱଭାଲମ୍ବୀ

କରିବାରେ ଭାରତ ବର୍ଷ ର ଓଡ଼ିଶା ପ୍ରଦେଶ ଶିର୍ଷାସ୍ଥାନ ଅଧିକାର କରିପାରିଛି ।ଓଡିଶା ର ବରପୁତ୍ର ସ୍ୱର୍ଗତ ବିଜୟାନନ୍ଦ ପଟ୍ଟନାୟକ ହେଉଛନ୍ତି ଓଡ଼ିଶା ର ମାନ୍ୟବର ନବିନ ପଟ୍ଟନାୟକ ଙ୍କ ପିତା ।ବିଜୁ ବାବୁ ଙ୍କ ଅଧୁରା ସ୍ୱପ୍ନ କୁ ସାକାର କରିବା ପାଇଁ ଯେଉଁ ଦିନ ଠାରୁ ବିଜୁ ଜନତାଦଳ ନାମରେ ନାମିତ ହୋଇ ବିଜେଡି ଦଳ ଓଡ଼ିଶାରେ ଲୋକଙ୍କ ବିକାଶ ପାଇଁ ଲାଗିଛି,ସେଇ ଦିନଠାରୁ ଆଜି ପର୍ଯ୍ୟନ୍ତ ପଛକୁ ଫେରିନି ।ସମୟ ଥିଲା ବିଜେଡି ଦଳ ଏକ ଚାରା ବୃକ୍ଷ ପରେ ହୋଇ ସାରିଛି ମହାଦୃମ ବଟବୃକ୍ଷ ସଦୃଶ ।ଏଣୁ ଏହାକୁ ପାଥେୟ କରି ଅବିରାମ ଓଡ଼ିଶା ର ବିକାଶ  ପାଇଁ ସ୍ୱପ୍ନ ଦେଖି ଆସୁଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ହାତମୁଠାକୁ ଟାଣ କରିବାକୁ ମାନ୍ୟବର  ମନ୍ତ୍ରୀ ରିତା ସାହୁ ଜନସାଧାରଣ ଙ୍କୁ ଆହ୍ୱାନ ଦେଇଥିଲେ ।ଶେଷରେ ସମସ୍ତ କର୍ମୀ ତଥା ଉପସ୍ଥିତ ଜନସାଧାରଣ ଙ୍କୁ ଜିଲ୍ଲାପରିଷଦ ସଭ୍ୟ ସୁଦାମ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
.ସି କଲେଜରେ ଜାତୀୟ ସେବା ସଂସ୍ଥା ପକ୍ଷରୁ ଗ୍ରୀଷ୍ମ କାଳୀନ ଶିବିର   22-Apr-2026
  ଜିଲ୍ଲା  
ଚଳିତ ଶିକ୍ଷାବର୍ଷ ୨୦୨୬-୨୭ର ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ   22-Apr-2026
  ଜିଲ୍ଲା  
*ଆଜି ଠାରୁ ବଣ୍ଟନ ହେବ ହାଇଟେକ୍ ପଟ୍ଟା* -   22-Apr-2026
  ଜିଲ୍ଲା  
ବିଶ୍ବ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ   22-Apr-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଅକ୍ଷି ମୁଠି କାର୍ଯ୍ୟକ୍ରମରେ ଯୋଗ ଦେଲେ ସାଂସଦ ମନମୋହନ ସାମଲ   22-Apr-2026
  ରାଜ୍ୟ  
ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ♦️ ରଥଖଳା ଚଳଚଞ୍ଚଳ   22-Apr-2026
  ରାଜ୍ୟ  
ଆହୁରି ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା, କିଛି ସ୍ଥାନରେ ତାତି ୪୫ ଡିଗ୍ରୀ ଛୁଇଁପାରେ   22-Apr-2026
  ଜିଲ୍ଲା  
ବଲାଙ୍ଗିର ପୌର ପରିଷଦ ପକ୍ଷରୁ ଆଳୋକିକରଣ କାର୍ଯ୍ୟକ୍ରମ ଉଦ୍ଘାଟନ   21-Apr-2026
  ଜିଲ୍ଲା  
ସୁବର୍ଣ୍ଣପୁର ଠାରେ ସି ଏମ୍ ଟ୍ରଫି ର ଉଦ୍ଘାଟନ*- *ଭାଗ ନେଲେ ୪୩ ଗୋଟି ଦଳ*-   21-Apr-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିରର ବିଭିନ୍ନ ସମସ୍ୟା ସମ୍ବଳିତ ଦାବିପତ୍ର ପ୍ରଦାନ କରିବ ବିଜେଡି   21-Apr-2026
  ଜିଲ୍ଲା  
ସ୍କାଉଟ ମାଷ୍ଟର ଓ ଗାଇଡ଼ କ୍ୟାପ୍ଟନ ମାନଙ୍କ ବେସିକ ତାଲିମ ଶିବିର ଉଦଯାପିତ, "ଯୁବ ପିଢ଼ି କୁ ସଠିକ ମୂଲ୍ୟବୋଧ ଦେବାରେ ସ୍କାଉଟ ଓ ଗାଇଡ଼ ର ଭୂମିକା ଅପରିହାର୍ଯ୍ୟ"   21-Apr-2026
  ଜିଲ୍ଲା  
*ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ରେ ଜିଲ୍ଲାସ୍ତରୀୟ ସାମୁହିକ ବିବାହ*- *୧୭ ଯୋଡ଼ା ବରବଧୂଙ୍କ ବିବାହ ସମ୍ପନ୍ନ*-   21-Apr-2026

You Might Also Like