-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ରାଜନୀତି

ବଲାଙ୍ଗୀର ଜିଲ୍ଲାରେ ବିକାଶ ବନାମ ବୈମାତୃକମନୋଭାବ ପ୍ରସଙ୍ଗ ନରସିଂହଙ୍କ ଅଭିଯୋଗର ଜବାବ ରଖିଲେ ମନ୍ତ୍ରୀ ଟୁକୁନୀ ସାହୁ

25-Sep-2022



ବଲାଙ୍ଗୀର,-ବଲାଙ୍ଗୀର ଜିଲ୍ଲାରେ ବିକାଶ ଅଟକିଯାଇଛି । ଅନୁଦାନ ଆସୁଛି କିନ୍ତୁ ତାହା ଖର୍ଚ୍ଚ ହୋଇପାରୁନି । ଜିଲ୍ଲାର ଅନେକ ପ୍ରକଲ୍ପ ଅଧାରେ ପଡିରହିଛି । ସରକାର ଜାଣିଶୁଣି ବୈମାତୃକ ମନୋଭାବ କାରଣରୁ ଜିଲ୍ଲାକୁ ଅବହେଳା କରୁଛନ୍ତି ବୋଲି କହି ବଲାଙ୍ଗୀର ବିଧାୟକ ତଥା କଂଗ୍ରେସବିଧାୟକଦଳ ନେତା ଗତ ତିନିଦିନ ତଳେ ଏକ ସାମ୍ବାଦିକ ସମ୍ବଳନୀରେ ରାଜ୍ୟସରକାରଙ୍କୁ ଟାର୍ଗେଟ କରିଥିଲେ । ନରସିଂହ ଅଭିଯୋଗ କରିଥିଲେ ଯେ,ପୂର୍ବଓଡିଶାରେ ସରକାର ପ୍ରକଲ୍ପମାନଙ୍କରେ ପ୍ରଚୁର ଅନୁଦାନ ଦେଇ ଖର୍ଚ୍ଚ କରୁଛନ୍ତି । କିନ୍ତୁ ବଲାଙ୍ଗୀର ଭଳି ଅନୁନ୍ନତ ଜିଲ୍ଲାର କଲେଜରେ ଅଧ୍ୟାପକ ନାହ.ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ନାହାଁନ୍ତି । ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ଭୁଷୁଡି ପଡିଛି । ବଲାଙ୍ଗୀରରେ ମେଡିକାଲ କଲେଜ ଖୋଲିଥିଲେ ହେଁ ସେଠାରେ ଡାକ୍ତର ନାହାଁନ୍ତି । ଠିକ ସେହିପରି ରାଜେନ୍ଦ୍ର କଲେଜକୁ ବିଶ୍ୱବିଦ୍ୟାଳୟ କରାଗଲା କିନ୍ତୁ ଦୁଇବର୍ଷ ପରେ ମଧ୍ୟ ଆବଶ୍ୟକ ଅଧ୍ୟାପକ କିମ୍ବା କର୍ମଚାରୀ ଦିଆଯାଇ ନାହିଁ । ଜଳସେଚନ ହାର ବଢାଇବାରେ ତଥା ଲୋୟରସୁକତେଲ ପ୍ରକଲ୍ପକୁ ସାରିବାରେ ସରକାରଙ୍କ ଆନ୍ତରିକତା ନାହିଁ ବୋଲି ଗଣମାଧ୍ୟମରେ ଅଭିଯୋଗ ଉଠାଇଥିଲେ ଓ ସରକାରଙ୍କ ଏଭଳି ବୈମାତୃକ ମନୋଭାବରୁ ରାଜ୍ୟ ଆଗାମୀଦିନରେ ବିଭାଜିତ ହେବାକୁ ଯାଉଛି ବୋଲି କହିଥିଲେ । 

 ତେବେ ଏହାର ଜବାବ ରଖିଛନ୍ତି ଟିଟିଲାଗଡ ବିଧାୟୀକା ତଥା ଜଳସଂପଦ,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ । ଶୁକ୍ରବାର ବଲାଙ୍ଗୀର ସାମ୍ବାଦିକଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ଗଣମାଧ୍ୟମର ପ୍ରଶ୍ନରେ ମନ୍ତ୍ରୀ ବଲାଙ୍ଗୀର ଜିଲ୍ଲାକୁ ନବୀନ ପଟ୍ଟନାୟକ ଦେଇଥିବା ବିକାଶ ପ୍ରକଲ୍ପ ଓ ଅନୁଦାନର ହିସାବ ଦେଇଛନ୍ତି । ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି ଯେ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋକସରେ ବଲାଙ୍ଗୀର ଜିଲ୍ଲା ରହିଛି । ଆମେ ଯେତେବେଳେ ଯାହା ଦାବି ରଖିଛୁ ତାକୁ ପୂରଣ କରୁଛନ୍ତି । ବିକାଶ ଗୋଟିଏ ଦିନରେ ହୁଏ ନାହିଁ ବରଂ ଏକ ପ୍ରସେସରେ ହୁଏ । ନବୀନ ସରକାର ଅମଳରେ ବଲାଙ୍ଗୀରରେ ମେଡିକାଲ କଲେଜ ହେଲା,ରାଜେନ୍ଦ୍ର ମଗାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ କରାଗଲା,ଜଳସେଚନ ପାଇଁ ଲୋୟରସୁକତେଲ ପ୍ରକଲ୍ପକୁ ପ୍ରାଧାନ୍ୟଦେଇ ହଜାର ହଜାର କୋଟିର ଅନୁଦାନ ଦିଆଯାଇଛି । ଡେମକାମ ଓ ସ୍ପିଲୱେକାମ ସରିବାକୁ ଯାଉଥିବା ବେଳେ ଉଭୟ ପଟର ଭୂତଳ ପାଇପଲାଇନ କାମ ପାଇଁ ୧୬୫୦କୋଟି ଟଙ୍କାର ଅନୁଦାନ ଦିଆଯାଇଛି । ସେହିପରି ଜିଲ୍ଲାରେ ଜଳସେଚନ ହାର ବଢାଇବାକୁ ଅଧିକ ୮ଟି ଭୂତଳଜଳ ଭଣ୍ଡାର,ନଦୀରେ ବ୍ୟାରେଜ,ମେଗା ଉଠାଜଳସେଚନ ପ୍ରକଲ୍ପ ଇତ୍ୟାଦି କରାଯାଉଛି । ବସଟର୍ମିନାଲ,ଟ୍ରକଟର୍ମିନାଲ ଓ ଆହୁରି ଅନେକ ପ୍ରକଲ୍ପ କାମ ଚାଲୁରହିଛି । ସେହିପରି ଗ୍ରାମାଞ୍ଚଳକୁ ପାନୀୟଜଳ ଯୋଗାଣ ପାଇଁ ବୃହତଉଠାଜଳସେଚନ ପ୍ରକଲ୍ପଗୁଡିକ ଅନୁମୋଦନ କରାଯାଇଛି । ଜିଲ୍ଲାର ହରିଶଙ୍କର ସମେତ ଅନ୍ୟାନ୍ୟ ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ ଶହଶହ କୋଟିର ଅନୁଦାନ ଦିଆଯାଇଛି । ରୋଡ,ବ୍ରୀଜ ଓ ଅନ୍ୟାନ୍ୟ ଭିତ୍ତିଭୂମି କାମ ଚାଲୁରହିଛି ବୋଲି କହିବା ସହିତ ବିରୋଧି ତାଙ୍କର ସମାଲୋଚନା କରୁଥାନ୍ତୁ । ନବୀନ ସରକାର କଥାରେ ନୁହେଁ କାମରେ ବିଶ୍ୱାସ କରେ ବୋଲି ମନ୍ତ୍ରୀ ଟୁକୁନୀ ସାହୁ କହି ନରସିଂହଙ୍କ ଅଭିଯୋଗର ଜବାବ ରଖିଛନ୍ତି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like