-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ଅପରାଧ

ମାଇକ୍ରୋଫାଇନାନସ୍ କର୍ମଚାରୀ ଠାରୁ ଡକାୟତି ଘଟଣା ୫ ଅଭିଯୁକ୍ତକୁ ଗିରଫ , ୩ଟି ମୋଟର ସାଇକେଲ୍ ସହ ଟଙ୍କା ଜବତ, ପୋଲିସ୍ ର ପ୍ରେସ୍ ମିଟ୍‌

17-Sep-2022



ନାକଟିଦେଉଳ(କନ୍ଦର୍ପ ବେହେରା)-କିଛି ଦିନ ତଳେ ନାକଟିଦେଉଳ ଥାନା  ଚରଡପଶି ଠାରେ ଦିନ ଦି ପହରରେ ଜନୈକ ମାଇକ୍ରୋ ଫାଇନାନସ୍ କର୍ମଚାରୀଙ୍କ ଠାରୁ ଛୁରୀ ଦେଖାଇ ନଗଦ ଟଙ୍କା ଲୁଟ୍ କରି ଅପରାଧିମାନେ ଫେରାର ହେବାରେ ସକ୍ଷମ ହୋଇଥିଲେ । ନାକଟିଦେଉଳ ପୋଲିସ୍‌କୁ ଏହା ମୁଣ୍ଡ ବ୍ୟଥ।।ର କାରଣ ହୋଇଥିଲା । ଗତକାଲି ପୋଲିସ୍ ଟିମ୍ ଏହି ଡକାୟତି ମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଆଜି ରେଢାଖୋଲ ଏସଡିପିଓ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଏହି ଡକାୟତି ମାନଙ୍କ ସଂପର୍କରେ ତଥ୍ୟ ପ୍ରଦାନ କରିଥିଲେ । 
    ପୋଲିସ୍ ସୂତ୍ରରୁ ପ୍ରକାଶ ଯେ , ଗତ ୮/୯/୨୦୨୨ ତାରିଖରେ ନାକଟିଦେଉଳ ଥାନା ଚରଡପଶି ନିକଟରେ  ନାକଟିଦେଉଳ ଠାରେ ଥିବା ମାଇକ୍ରୋଫାଇନାନସ୍ କଂପାନୀ ର ଫିଲଡ୍ ଅଫିସର୍ ଆଲୋକ ସାହୁ ଘୋଷରାମାଳ ପଂଚାୟତର ରାଇଲ୍ , ଘୋଷରାମାଳ , ଝାଟକିମାଳ , ଲାଣ୍ଡିମାଳ ଆଦି ଗ୍ରାମରୁ ଏସଏଚ୍‌ଜି ଗ୍ରୁପ୍ ମାନଙ୍କ ଠାରୁ ଟଙ୍କା ଅସୁଲ କରି ଫେରୁଥିବା ବେଳେ ଡକାୟତି ମାନଙ୍କ ହାବୁଡରେ ପଡିଯାଇଥିଲେ ।  ଚରଡପଶି ଗ୍ରାମ ଛକ ଠାରେ ଅପରାହ୍ନ ୨.୩୦ ରୁ ୨.୪୫ ମଧ୍ୟରେ  ତିନି ଜଣ ଡକାୟତି ଏକ ନୀଳ ରଙ୍ଗର ହୋଣ୍ଡା ମୋଟର ସାଇକେଲରେ ଆସି  ଛୁରି ଦେଖାଇ ଆଲୋକ ସାହୁ ନାମକ ଏହି ମାଇକ୍ରୋଫାଇନାନସ୍ କର୍ମଚାରୀ ଠାରୁ

ନଗଦ ୪୦ ହଜାର ସାତଶହ ପଚାଶ ଟଙ୍କା ଛଡାଇ ନେଇ ଫୋରାର୍ ହୋଇଯାଇଥିଲେ । ସଙ୍ଗେ ସଙ୍ଗେ କର୍ମଚାରୀ ଜଣଙ୍କ ରେଢାଖୋଲ ପୋଲିସ୍ ଓ ନାକଟିଦେଉଳ ପୋଲିସ୍‌କୁ ଖବର ଦେଇଥିଲେ । । ଡକାୟତି ମାନେ ବ୍ୟବହାର କରୁଥିବା ଏକ ମୋଟର ସାଇକେଲ୍ କୁ ଛାଡି ପଳାଇଥିଲେ । ଏ ନେଇ ନାକଟିଦେଉଳ ଥାନା କେସ୍ ନଂ ୧୭୭ ତା ୮/୯/୨୦୨୨୧ ୟୁ/ଏସ୍ ୩୯୪ ଆଇପିସି ଧାରାରେ ମାମଲା ରୁଜୁ ହୋଇଥିଲା । 
 ଡକାୟତି ଦଳକୁ ଧରିବାକୁ ପୋଲିସ୍ ବିଭିନ୍ନ ସ୍ଥାନରେ ଜାଲ ବିଛାଇଥିବା ବେଳେ ଟେକନିକାଲ ଟିମ୍ , ସାଇବର ଟିମ୍  ଆଦିର ବ୍ୟବହାର କରିଥିଲା ପୋଲିସ୍ । ଏପରିକି ସିସିଟିଭି ଫୁଟେଜ୍ କୁ ଆଧାର କରି  ଯାଂଚ କରିଥିଲା ପୋଲିସ୍ । ସମ୍ବଲପୁର ଏସ୍‌.ପିଙ୍କ ନିର୍ଦ୍ଦେଶ କ୍ରମେ ନାକଟିଦେଉଳ  , କିସିଣ୍ଡା  , ରେଢାଖୋଲ ଓ ଚାରମାଳ ର ପୋଲିସ୍ ଏହାର ତଦନ୍ତ ଚଳାଇଥିଲେ । ଏହି ଡକାୟତିର ମୁଖ୍ୟ ଅଭିଯୁକ୍ତ ପୂର୍ବରୁ ଭାରତ ଫାଇନାନସ୍ କଂପାନୀ ଲଇକେରାରେ କାମ କରୁଥିଲା । 
  ପୂର୍ବରୁ ଏହି ଅଭିଯୁକ୍ତମାନେ ବିଭିନ୍ନ ସମୟରେ ଚାରମାଳ – ଗୁହିରାଦାଦର ରାସ୍ତାରୁ ଜଣେ ମାକ୍ରୋଫାଇନାନ୍‌ସ  କର୍ମଚାରୀଙ୍କ ଠାରୁ ୬୩, ୨୨୦ଟଙ୍କା , ରେଢାଖୋଲ ବୁର୍ଡା ରାସ୍ତା ରୁ ୪୦ ହଜାର ,ଜୁଜୁମୁରାରୁ ମୋହନ୍ଦେରା ରାସ୍ତା ପାଖରୁ ୨୦,୨୨୦ଟଙ୍କା ଝାଙ୍କରପାଲି ଗ୍ରାମ ନିକଟରୁ ୮୯,୭୩୯ଟଙ୍କା ଏବଂ କିସିଣ୍ଡା ଧଳପୁର ରାସ୍ତାରୁ ୬୭, ୬୮୦ ଟଙ୍କା ଡକାୟତି କରିଥିଲେ । ରମେଶ ଭୋଇ ହେଉଛି ମୁଖ୍ୟ ଅଭିଯୁକ୍ତ ଯିଏ କି କେମିତି ଟଙ୍କା ଡକାୟତି ହେବ  ରାସ୍ତା , ସମୟ ସାରଣୀ ସବୁ ସ୍ଥିର କରୁଥିଲା ଏହା ପରେ ଅନ୍ୟ ସାଥି ଡକାୟତି ମାନଙ୍କୁ ସାମିଲ୍ କରୁଥିଲା । 
    ଗିରଫ ଡକାୟତି ମାନଙ୍କ ପାଖରୁ ୩ ଟି ମୋଟର ସାଇକେଲ୍‌, ୭ ଟି ମୋବାଇଲ୍ , ନଗଦ ୧୨ ହଜାର ଟଙ୍କା , ହେଲ୍ ମେଟ୍ , କପଡା, ୧ ଟି ଛୁରୀ ୧ ଟି ଟାବଲେଟ୍ ,୧ ଟି ବାଇଓମେଟ୍ରିକ୍ ଇଷ୍ଟୁମେଂଟ୍ ଜବତ କରିଛି । ଗିରଫ ଡକାୟତି ମାନେ ହେଲେ ସମ୍ବଲପୁର ଭୀମଭୋଇ ନଗର ର ସୁନୀଲ କୁମାର ବେହେରା (୩୭) , ଆମ୍ବସରଭଟା ର ରମେଶ ଭୋଇ (୩୨), ସୋନପୁର ଜିଲ୍ଲା ଜଟେସିଂହାର ଗଙ୍ଗାଧର ବାଦୀ (୩୫),ସୋନପୁର

କୁଡାପଡା  ହରିଜନ ସାହିର ସୁଶାନ୍ତ ଲୁହା(୨୮), ସୋନପୁର କମରିଆ ଗ୍ରାମର କାହ୍ନୁଚରଣ ତାଣ୍ଡି(୨୬) ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି । ଜାମିନ୍ ନାମ ମଂଜୁର ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଜଣା ପଡିଛି ।  ସୁନୀଲ କୁମାର ବେହେରା ନାମରେ ରେଢାଖୋଲ  , ଚାରମାଳ , ଜୁଜୁମୋରା  , ଅନୁଗୋଳ , କିଆକଟା  ଓ ଛେଣ୍ଡିପଦା ଥାନା ଆଦିରେ ୮ ଟି ମାମଲା ରହିଛି । ଠିକ୍ ସେଇ ପରି  ସୁଶାନ୍ତ ଲୁହା ନାମରେ ବୌଦ୍ଧ ର କଂଟାମାଳ ଥାନାରେ ଗୋଟିଏ ମାମଲା , ରମେଶ ଭୋଇ , ଗଙ୍ଗାଧର ବାଦୀ , କାହ୍ନୁଚରଣ ତାଣ୍ଡି , ଦୟାନିଧି ଲୁହା ନାମରେ ରେଢାଖୋଲ, ଚାରମାଳ , ନାକଟିଦେଉଳ ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଥିବା ଜଣା ପଡିଛ ।  ସୁନୀଲ କୁମାର ବେହେରା , ରମେଶ ଭୋଇ ନାମରେ ଜୁଜୁମୋରା ଥାନା , କିସିଣ୍ଡା ଥାନାରେ ୩ ଟି ,ସୁନ୍ଦରଗଡ ଜିଲ୍ଲା ତଲସରା  , ଶାସନ  , ସୋନପୁର ଜିଲ୍ଲା ସୁବଳୟା ଥାନାରେ ୭ ଟି ମାମଲା ରହିଥିବା ପୋଲିସ୍ କହିଛି । ମୁଖ୍ୟ ଅଭିଯୁକ୍ତ ସୁନୀଲ କୁମାର ବେହେରା ଏବଂ ରମେଶ ଭୋଇ ବହୁ ସମୟରେ ସୁନ୍ଦରଗଡ , ଅନୁଗୋଳ , ଢେଙ୍କାନାଳ , ବୌଦ୍ଧ ଆଦି ଜିଲ୍ଲାରେ ମାଇକ୍ରୋଫାଇନାସ୍ କର୍ମଚାରୀମାନଙ୍କ ଠାରୁ ବିଭିନ୍ନ ସମୟରେ ଲୁଟ୍ କରିିଥିବା ପୋଲିସ୍ କହିଛି । । ଏହି ଡକାୟତି ମାନଙ୍କୁ ଧରିବା ରେ ରେଢାଖୋଲ ଏସ୍ ଡିପି ପ୍ରଶାନ୍ତ କୁମାର ମେହେର ଙ୍କ ସମେତ ରେଢାଖୋଲ ଥାନାଧିକାରୀ ସୁରୁବାବୁ ଛତ୍ରିଆ, କିସିଣ୍ଡା ଥାନାଧିକାରୀ ପ୍ରଶାନ୍ତ ସାମଲ , ଚାରମାଳ ଥାନାଧିକାରୀ ବସନ୍ତ ଦଳେଇ ଏବଂ ନାକଟିଦେଉଳ ଥାନାଧିକାରୀ ବିଭୁତି ଭୂଷଣ ଦଳାଇ ପ୍ରମୁଖ ସାମିଲ୍ ହୋଇଥିଲେ ।
 


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like