-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
17-Sep-2022
ବରଗଡ଼ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟ ରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇ ଯାଇଛି ।ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦ୍ଘାଟନ କରି ନୂଆ ଖାଇ ଆଉ ସୀମିତ ହୋଇ ରହି ନାହିଁ ସମଗ୍ର ଭାରତ ବର୍ଷ ର ବିଭିନ୍ନ ସ୍ଥାନରେ ପାଳିତ ହେଉଥିବା ଉଲ୍ଲେଖ କରି ନୂଆଖାଇ ଭାଇ ଚାରା ର ପର୍ବ ବୋଲି ଉଲ୍ଲେଖ କରିଥିଲେ ।ସମ୍ମାନିତ ଅତିଥି ଭାବେ ଏ ଡି ଏମ ନବୀନ କୁମାର ପଟେଲ,ପୌରାଧ୍ୟକ୍ଷା କଳ୍ପନା ମାଝୀ ,ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଚୁଡାମଣି ରଥ ଯୋଗଦେଇ ନୂଆ ଖାଇ ସଂସ୍କୃତି ଉପରେ ବିସ୍ତୃତ ଆଲୋଚନା କରିଥିଲେ ।ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସର ରେ ଜିଲ୍ଲା ରୁ ଆସିଥିବା ବିଭିନ୍ନ ସାଂସ୍କୃତିକ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
(ନରହରି ବଗର୍ତ୍ତୀ ଙ୍କ ରିପୋର୍ଟ)