-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
28-Nov-2020
(ପ୍ରେରଣା ଖବର) - ଦିଲ୍ଲୀ ଯିବ ପରୀ ଲଢ଼େଇ। ନୟାଗଡ଼ ଯଦୁପୁର ଅଞ୍ଚଳର ୫ ବର୍ଷୀୟ ଝିଅ ପରୀକୁ ନ୍ୟାୟ ଦେବା ପାଇଁ ଜାରି ରହିଥିବା ଲଢ଼େଇ ଦିଲ୍ଲୀ ପର୍ଯ୍ୟନ୍ତ ଯିବ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଟ୍ୱିଟ୍ କରି ସେ ଏହି ସୂଚନା ଦେଇଛନ୍ତି।
ସମଗ୍ର ମାମଲାରେ ବାବୁଲି ନାମକ ଗୁଣ୍ଡାର ନାମ ନିଆଯାଉଛି, କିନ୍ତୁ ମନ୍ତ୍ରୀ ଅରୁଣ ସାହୁ ତାକୁ ରକ୍ଷା କରୁଛନ୍ତି ବୋଲି ସମ୍ବିତ ଟ୍ୱିଟ୍ କରି କହିଛନ୍ତି। ଅରୁଣ ସାହୁଙ୍କ ଭଳି ନେତାଙ୍କୁ ପୋଲିସ ଜେଲରେ ରଖିବା ଦରକାର ବୋଲି କହିଛନ୍ତି ସମ୍ବିତ। ପରୀକୁ ନ୍ୟାୟ ପାଇଁ ଏବଂ ଅପରାଧୀକୁ ଦଣ୍ଡ ନମିଳିବା ଯାଏ ଏହି ଲଢ଼େଇ ବନ୍ଦ ହେବନି। ଧର୍ମ ଅଧର୍ମର ଏହି ଲଢ଼େଇ ନୟାଗଡ଼ରୁ ଆରମ୍ଭ ହୋଇ ଦିଲ୍ଲୀ ଯାଏଁ ଯିବ ବୋଲି ସମ୍ବିତ ପାତ୍ର ଟ୍ୱିଟ୍ କରି କହିଛନ୍ତି।*
ଅନ୍ୟପଟେ ଆଜି ବି ବିଧାନସଭାରେ ପରୀ ହତ୍ୟା ଘଟଣାକୁ ନେଇ ତାତି ଦେଖା ଦେଇଛି। ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବା ସହ କୃଷିମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛି ବିରୋଧୀ ବିଜେପି। ଗୃହରେ ପରୀ ପ୍ରସଙ୍ଗ ଉଠାଇ ବିଜେପି କହିଛି ଯେ, ମୁଖ୍ୟମନ୍ତ୍ରୀ ମନ୍ତ୍ରୀଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି। ଏପରିକି ଏସ୍ଆଇଟି ତଦନ୍ତ ନିର୍ଦ୍ଦେଶର ସ୍ପଷ୍ଟତା ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ।