-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
17-Jul-2022
ବରଗଡ: ବରଗଡ ଜିଲ୍ଲା ବିଜେପୁର ବ୍ଲକ ବରମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ସୁବୋଧ ସାହୁଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ବିଦାୟୀ ଶିକ୍ଷକ ଶ୍ରୀଯୁକ୍ତ ଆନନ୍ଦ ଚନ୍ଦ୍ର ମହାପାତ୍ରଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ନୂତନ ଭାବେ ଯୋଗଦେଇଥିବା ଶିକ୍ଷକ ଶ୍ରୀଯୁକ୍ତ ମୁକ୍ତେଶ୍ଵର ମେହେରଙ୍କୁ ସ୍ଵାଗତ କରାଯାଇଥିଲା l ସି.ଆର.ସି.ସି. ଶ୍ରୀଯୁକ୍ତ ସୀତାରାମ ଦୀପ, ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ ,ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟିର ସଭ୍ୟସଭ୍ୟା ତଥା ଛାତ୍ରଛାତ୍ରୀମାନେ ଉପସ୍ଥିତରହି ସଭାର ଶୋଭା ବର୍ଦ୍ଧନ କରିଥିଲେ । ଶିକ୍ଷକ ଶ୍ରୀମାନ ଅମୀୟ ପ୍ରସାଦ ଭୋଇ ସଭା ପରିଚାଳନା କରିଥିଲେ , ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ ବାଗ ଅତିଥିଗଣଙ୍କ ପରିଚୟ ପ୍ରଦାନ କରିଥିଲେ l ପରିଶେଷରେ ଶିକ୍ଷକ ଶ୍ରୀଯୁକ୍ତ ବିଭୂତିଭୂଷଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l