-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
17-Jul-2022
ବଲାଙ୍ଗିର ( ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ପବିତ୍ର ପୀଠ ହରିଶଙ୍କର ଠାରେ ଆଜି ଭାରତୀୟ ଜନତା ପାର୍ଟିର କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ସଭାପତି ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ ଯୋଗଦାନ କରି କାର୍ଯ୍ୟକୁ ଆଗେଇ ନେଇଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ,ସାଂସଦ ଙ୍କ ପ୍ରତିନିଧି ପ୍ରବୀଣ ଅଗ୍ରୱାଲ,ଯୁବ ମୋର୍ଚ୍ଚା ସଭାପତି ଉପେନ୍ଦ୍ର ଭୋଇ,ଲାଠୋର ଜୋନ୍ ସଭାପତି ଶଶୀଭୂଷଣ ପୁଝାରୀ, ଖପ୍ରାଖୋଲ ଜୋନ୍ ସଭାପତି ବବି ପାଣିଗ୍ରାହୀ,ପ୍ରଭୁଦା
ପାଣିଗ୍ରାହୀ , କର୍ଣ୍ଣ ଠାକୁର, ଜେନେରାଲ ସେକ୍ରେଟାରୀ ଶିବା ସୁନା ଯୋଗଦେଇଥିବା ବେଳେ ପୂର୍ବତନ ଜିଲ୍ଲାପରିଷଦ ବିପ୍ର ବିଶି ସଭା ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ତୃଣମୂଳ ସ୍ତରରୁ କିଭଳି ଭାବରେ ଭାରତୀୟ ସମ୍ବିଧାନ ପାର୍ଟି କୁ ଆଗେଇ ନିଆଯିବ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଦେଉଥିବା ସୁବିଧା ସୁଯୋଗ ବିଷୟରେ ଲୋକଙ୍କୁ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଖପ୍ରାଖୋଲ ଅଞ୍ଚଳର ଶତାଧିକ ବିଜେପି କର୍ମୀ ଯୋଗଦାନ କରିଥିବା ଜଣାପଡିଛି।