-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
16-Jul-2022
ପଦ୍ମପୁର, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁରରେ ଶିକ୍ଷାବର୍ଷ ର୨୦୨୧-୨୨ ମାଟ୍ରିକ ପରୀକ୍ଷାରେ ୯୦% ଅଧିକ ନମ୍ବର ରଖିଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରୁ ୧୭ ଜଣ ଓ ଗାଇସିଲାଟ ଶିଶୁ ମନ୍ଦିରରୁ ୪ ଜଣ ଙ୍କୁ ଆଜି ବିଦ୍ୟାମନ୍ଦିର ପରିସରରେ ମେଧାବୀ ଅଭିନନ୍ଦନ ଜଣାଇବା ସହ ମାନପତ୍ର ଓ ମେଡାଲ ଦେଇ ସମର୍ଦ୍ଦିତ କରାଯାଇଥିଲା । ଏହି ଅବସରରେ କାଳିଚରଣ ଦୁବେ (ବି.ଇ.ଓ ପଦ୍ମପୁର ) ମୁଖ୍ୟ ଅତିଥି ,ଡଃ ବାଞ୍ଛାନିଧି ପଣ୍ଡା ମୁଖ୍ୟ ବକ୍ତା ,ସମ୍ନାନୀତ ଅତିଥି ଭାବରେ ସଂକୁଳ ପ୍ରମୁଖ ଦ୍ୱାଦଶ କୁମାର ପଧାନ, ସମ୍ପାଦକ ଶ୍ରୀଯୁକ୍ତ ଜନକଲାଲ ମେହେର, ସଭାପତି ପୃଥ୍ୱୀରାଜ ସାହୁ, ପ୍ରମୁଖ ଯୋଗଦେଇ ଥିଲେ ।ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।କଲ୍ୟାଣୀ ଗୁରୁମା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସଂପାଦକ ଜନକଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।
(ପଦ୍ମପୁରରୁ ନରହରି ବଗର୍ତ୍ତୀଙ୍କ ରିପୋର୍ଟ)