-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
16-Jul-2022
ଦେଓଗାଁ (ପ୍ରେରଣା ଖବର) ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ର ମହଲେଇ ପଞ୍ଚାୟତ ରେ ପରିମଳ ବ୍ୟବସ୍ଥା କୁ ସୁଧାରିବା ପାଇଁ ଗ୍ରାମର ସଚେତନ ଅଧିବାସୀ ମହଲେଇ ସରପଞ୍ଚଙ୍କ ଦ୍ଵାରସ୍ଥ ହୋଇଛନ୍ତି l ଗାଁ ର ସଫେଇ ଏବଂ ଜାଗା - ଜାଗା ଜାଣି ଡଷ୍ଟବିନ୍ ର ସୁବିଧା ଯୋଗାଇ ଦେବା ପାଇଁ ଗ୍ରାମବାସୀ ସରପଞ୍ଚଙ୍କୁ ଅନୁରୋଧ କରିଛନ୍ତି l ଏ ସଂକ୍ରାନ୍ତରେ ଗ୍ରାମବାସୀ ସରପଞ୍ଚଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି l ଏହି ଆଲୋଚନାଚକ୍ର ବେଳେ ଗ୍ରାମର ଅମନ ମହାପାତ୍ର, ରମାକାନ୍ତ ବେହେରା, ସୁନିଲ ବିଶ୍ଵାଳ, ଗୋପାଳ ବିଶି,ଏବଂ ଦୁର୍ଗା ପୂଜା କମିଟି ର ପିଲା ଏକଜୁଟ୍ ହୋଇ ଗ୍ରାମ ର ବିକାଶ ପାଇଁ ପଦକ୍ଷେପ ନେଇଥିଲେ