-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
16-Jul-2022
ବଲାଙ୍ଗିର, କିଛି ବର୍ଷ ତଳୁ ପୂର୍ବତନ ପୌରନିର୍ବା ହିଁ ଅଧିକାରୀ ଓ ପୂର୍ବତନ ପୌରପାଳିକା ଅଧକ୍ଷାଙ୍କ ନେତୃତ୍ୱରେ ଥିବା ବଲାଙ୍ଗୀର ପୌରପାଳିକା ବଜାର ଦର ଠୁ ଦୁଇଗୁଣ ଅଧିକ ଦାମ ଦେଇ ଏଲ.ଇ ଡ଼ି ଲାଇଟ,ଡ଼ଷ୍ଟବିନ ଓ ପାଣିଟାଙ୍କି ମାନ କ୍ରୟ କରିଛି...ଏହା ଆମେ କହୁନାହୁଁ ଏହା ସୂଚନା ଅଧିକାର ଆଇନ ଦ୍ବାରା ମିଳିଥିବା ଦସ୍ତାବେଜ ମାନ କହୁଛି। ଯେଉଁ ଥିରେକି ଝଲ ଝଲ ହୋଇ ଦେଖା ଦେଉଛି ଯେ ବଲାଙ୍ଗୀର ଜନସାଧାରଣ ଙ୍କ ଲକ୍ଷ ଲକ୍ଷ ଟଙ୍କା କିପରି ଭାବରେ ଆତ୍ମସାତ କର। ହେ।ଉଛି।ଏହା ହେଉଛି କଣ ୨୨ ବର୍ଷ ର ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳର ସୁ ଶାସନ ଯେଉଁ ଥିରେ କି ସେମାନେ ଦୁର୍ନିତି ମୁକ୍ତ ସରକାର ର ସାରା ରାଜ୍ୟରେ ଡିମ ଡିମି ପିଟୁ ଥିବା ବେଳେ ତାଙ୍କରି ଦଳ ର ନିର୍ବାଚିତ ପ୍ରତିନିଧି ମାନେ ସାଧାରଣ ଜନସାଧାରଣ ଙ୍କ ଲକ୍ଷ ଲକ୍ଷ ଟଙ୍କା ହଡପ କରି ବସିଛନ୍ତି l ଦେଖିବାର ବାକି ରହିଲା ନବନିର୍ବାଚିତ ଅଧ୍ୟକ୍ଷା ଓ ବର୍ତ୍ତମାନ ର ପୌର ନିର୍ବାହୀ ଅଧିକାରୀ, ବଲାଙ୍ଗିର ପାଇଁ କେତେ ସଫଳ ନା ବିଫଳ । ଆଗାମୀ ଦିନରେ ତାହା ଦେଖିବାକୁ ବାକି ରହିଲା।ଏହା ବର୍ତ୍ତମାନ ସାରା ବଲାଙ୍ଗିର ସହର ରେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ର ବିଷୟ ପାଲଟିଛି। ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ l