-+91-9937148622 |

prerana_bgr@rediffmail.com |

  Friday 16th October 2026 |

| | | |

R.N.I. Regd No. ODIODI/2010/46693

Breaking News

କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||      ଶୀଜଗନ୍ନାଥଙ୍କ ୨୪ ଦିବ୍ୟଦେଶ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ   (15-Oct-2026)       ||      ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ଲାୟନ୍ସ ଓ ଲିଓ କ୍ଲବ୍ ତରଫରୁ ମାଗଣା ଚକ୍ଷୁ ସଚେତନତା ଓ ପରୀକ୍ଷା ଶିବିର ଅନୁଷ୍ଠିତ   (15-Oct-2026)       ||      ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର   (15-Oct-2026)       ||      ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାର ଙ୍କ କ୍ଷେତ୍ର ପରିଦର୍ଶନ   (15-Oct-2026)       ||      ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   (15-Oct-2026)       ||      ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   (14-Oct-2026)       ||      ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   (14-Oct-2026)       ||      *ଅବୈଧ ମଦ ବିକ୍ରି ଉପରେ ଡାବୁଗାଁ ପୋଲିସର ଚଢ଼ାଉ, ବିପୁଳ ମଦ ଜବତ, ୨ ଅଟକ*   (14-Oct-2026)       ||      ୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଫେନ୍ସିଂ ଏବଂ ଥାଙ୍ଗ-ଟା ଚାମ୍ପିୟାନସିପ୍ ଉଦଯାପିତ    (14-Oct-2026)       ||      ଜିଲ୍ଲାର ପଞ୍ଜିକୃତଗାଡିକୁ ଟୋଲଟେକ୍ସ ଫ୍ରି କରିବାକୁ ବଲାଙ୍ଗୀର ଟୋଲପ୍ଲାଜା ଏକ୍ସନକମିଟିର ଦାବି   (14-Oct-2026)       ||      ନବ ନିର୍ମିତ ପୂଜା ମଣ୍ଡପ (ଗାନ୍ଧି ପାଠାଗାର) ଟିକ୍ରାପଡା ର ଉଦ୍‌ଘାଟନୀ ଉତ୍ସବ ୧୬ରେ    (14-Oct-2026)       ||      ସିଦ୍ଧାର୍ଥ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ(ପୋଲିସ ଛାଉଣୀରେ କଲେଜ ପରିସର)   (14-Oct-2026)       ||      *ଡାବୁଗାଁରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅନୁଷ୍ଠିତ*   (14-Oct-2026)       ||      ନଭେମ୍ବର ୧ରେ ପିତାମ୍ବର ସ୍ଵରାକି ଫୁଟବଲ ଟୁର୍ଣ୍ଣାମେଣ୍ଟ   (14-Oct-2026)       ||     

HOME   ରାଜ୍ୟ

ଭୀମଭୋଇ ମେଡିକାଲ କଲେଜର ଡାକ୍ତରୀଛାତ୍ର ଓ ପୂର୍ବର ଛାତ୍ରୀମୃତ୍ୟୁ ମାମଲାରେ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ ? ରାଗିଂରେ ଅଧ୍ୟାପକ ବି ସାମିଲ୍ ! ଯୌନନିର୍ଯ୍ଯାତନା ଦିଆଯାଉଥିଲା ?

07-May-2022



ବଲାଙ୍ଗୀର:(ମଳୟ ମିଶ୍ରଙ୍କ ରିପୋର୍ଟ):  ଗତ ଏପ୍ରିଲ ୨୨ ତାରିଖରେ ରାଗିଂ ଯୋଗୁଁ ମେଡିକାଲ କଲେଜ ହଷ୍ଟେଲର ୫ମ ମହଲାରୁ ପଡି ମୃତ ହରିଆଣାର ପ୍ରଥମ ବର୍ଷର ଡାକ୍ତରୀ ଛାତ୍ର ନିଶାନ୍ତ କୁମାରଙ୍କ ତାଙ୍କ ବନ୍ଧୁଙ୍କ ସହ କରିଥିବା ଚାଟିଂର ଆଉଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ ପାଇଛି । ଏଥିରେ କଲେଜର ସିନିଅର ଛାତ୍ରଙ୍କ ସହିତ ରାଗିଂରେ ଅଧ୍ୟାପକମାନେ ବି ସାମିଲ୍ ରହୁଥିବା ଏବଂ କଲେଜରେ ଯୌନ ନିର୍ଯାତନା ମଧ୍ୟ ଦିଆଯାଉଥିବା ଉଲ୍ଲେଖ ରହିଛି ।  ପିତା ପ୍ରଫେସର କ୍ରୀଷ୍ଣ କୁମାର ବଲାଙ୍ଗୀର ଏସ୍ ପିଙ୍କୁ  ଏ ସମ୍ପର୍କରେ ଅବଗତ କରିବା ସହିତ ସେମାନଙ୍କୁ ଚିହ୍ନଟ କରି ଉପଯୁକ୍ତ ଦଣ୍ଡବିଧାନ ନିମନ୍ତେ ଅନୁରୋଧ କରିଛନ୍ତି । ଏସ୍ ପି ନୀତିନ କୁଶଳକର ଏହା ତଦନ୍ତର ପରିସରଭୁକ୍ତ ହେବ ବୋଲି କହିଥିବା ପ୍ରକାଶ ।

ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବାପରେ ଚଳିତବର୍ଷ ଜଣେ ସ୍ଥାନୀୟ ଡାକ୍ତରୀଛାତ୍ରୀ ନିରୁପମା ନନ୍ଦଙ୍କର ହୋଇଥିବା ରହସ୍ୟମୟ ମୃତ୍ୟୁ ଘଟଣାର କାରଣ ଅଦ୍ୟାବଧି ସ୍ପଷ୍ଟ ହୋଇପାରି ନଥିବାବେଳେ , ଏହା ମଧ୍ୟ ଏହିପରି ରାଗିଂ ଯୋଗୁଁ ହୋଇଥାଇପାରେ ବୋଲି କେତେକ ଅନୁସୂଚିତଜାତିର ନେତା ଓ ବୁଦ୍ଧିଜୀବୀ ଏହାକୁ ସୋସିଆଲ୍ ମିଡିଆରେ ଭାଇରାଲ୍ କରି ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ, ଡିଜିପି, ଜାତୀୟ ମାନବାଧିକାର କମିଶନ, ଜାତୀୟ ଅନୁସୂଚିତ ଜାତି କମିଶନ ଓ ଅନ୍ୟାନ୍ୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟିଆକର୍ଷଣ କରିଥିବା ଦେଖାଯାଇଛି ।

ତେଣୁ ମୃତଛାତ୍ର ନିଶାନ୍ତଙ୍କ ମୃତଦେହକୁ ବିନା ପୁଲିସରେ ସ୍ଥାନାନ୍ତରିତ କରିବା, ତାଙ୍କ ପକେଟ୍ ଅଣ୍ଡାଳିବା, ପୋଷ୍ଟମର୍ଟମ୍ ହାଉସ୍ ରେ ସାମ୍ବାଦିକଙ୍କ ସମ୍ମୁଖରେ ପୁଲିସ ସହ ମିଶି ତାଙ୍କ ବାପମାଆଙ୍କୁ ଏକୋଣ ସେକୋଣ କୁ ନେଇ ଘଣ୍ଟାଏ କାଳ ଫୁସୁଲାଫୁସୁଲି କରୁଥିବା ଇତ୍ୟାଦିରେ ସକ୍ରିୟ ଜଣେ ମେଡିକାଲ କଲେଜ ଅଧ୍ୟାପକଙ୍କ ଭୂମିକା ସନ୍ଦେହର ପରିସରକୁ ଆସିଥିବା ଚର୍ଚ୍ଚା ହେଉଛି । ଆରପଟେ କଲେଜର ମହିଳାଡିନ୍ ଶେଷପର୍ଯ୍ୟନ୍ତ କଲେଜରେ ରାଗିଂ ଅଭିଯୋଗକୁ ଅସ୍ବୀକାର କରିଆସୁଛନ୍ତି  !   ତେବେ ଏହି ମେଡିକାଲ କଲେଜରେ ଏକବର୍ଷ ମଧ୍ୟରେ ଦୁଇଟି ଛାତ୍ରଛାତ୍ରୀଙ୍କର  ଅକାଳ ମୃତ୍ୟୁର କାରଣ ରାଗିଂ ବୋଲି ଅଭିଯୋଗ କରାଯାଉଥିବା ସହ ନିଶାନ୍ତଙ୍କ ମୃତ୍ୟୁର ଦୁଇସପ୍ତାହ ପରେ ମଧ୍ୟ ଅଦ୍ୟାବଧି କାହାରିକୁ ଅଭିଯୁକ୍ତ ଠାବ ନକରିବା, ପୁଲିସ୍ ତଦନ୍ତ ପ୍ରତି ଲୋକଙ୍କର ଭ୍ରୂକୁଞ୍ଚନ ସୃଷ୍ଟି କରିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   15-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   15-Oct-2026
  ଜିଲ୍ଲା  
ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼   15-Oct-2026
  ଜିଲ୍ଲା  
ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   15-Oct-2026
  ଜିଲ୍ଲା  
ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   15-Oct-2026
  ଜିଲ୍ଲା  
ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   15-Oct-2026
  ଜିଲ୍ଲା  
ଶୀଜଗନ୍ନାଥଙ୍କ ୨୪ ଦିବ୍ୟଦେଶ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ   15-Oct-2026
  ଜିଲ୍ଲା  
ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ଲାୟନ୍ସ ଓ ଲିଓ କ୍ଲବ୍ ତରଫରୁ ମାଗଣା ଚକ୍ଷୁ ସଚେତନତା ଓ ପରୀକ୍ଷା ଶିବିର ଅନୁଷ୍ଠିତ   15-Oct-2026
  ଜିଲ୍ଲା  
ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର   15-Oct-2026
  ଜିଲ୍ଲା  
ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାର ଙ୍କ କ୍ଷେତ୍ର ପରିଦର୍ଶନ   15-Oct-2026
  ଜିଲ୍ଲା  
ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   15-Oct-2026
  ଜିଲ୍ଲା  
ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   14-Oct-2026

You Might Also Like