-+91-9937148622 |
prerana_bgr@rediffmail.com |
Wednesday 5th August 2026 |
R.N.I. Regd No. ODIODI/2010/46693
Breaking News
07-May-2022
ପାଟଣାଗଡ଼ ( ରୁପେନ୍ଦ୍ର ମୁଣ୍ଡା )- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଳପଡ଼ା ପଞ୍ଚାୟତ ସରପଞ୍ଚ ଓ ନିର୍ବାହୀ ଅଧିକାରୀ ମନମୁଖି କରୁଥିବା ଅଭିଯୋଗ କରି ବିଡିଓଙ୍କୁ ଏକ ଦାବିପତ୍ର ଦିଆଯାଇଛି । ୱାର୍ଡସଭ୍ୟା ସୁମିତ୍ରା ମାଝୀ , ଗୁରୁବାରୀ ବାଗ , ବିଷ୍ଣୁ ବାଗ , ମୋହନ ନାଏକ , ବୃଷର ମାଝୀ ନାଏବ ସରପଞ୍ଚ ସୁଶୀଳା ବାଇ ଦାସ ଓ ସମିତି ସଭ୍ୟ ବେଲତି ଧରୁଆ ବିଡିଓଙ୍କୁ ଭେଟି ଏହି ଦାବିପତ୍ର ଦେଇଥଇଲେ । ସେମାନଙ୍କ ଅଭିଯୋଗ ଅନୁସାରେ , ଚଳିତ ବର୍ଷ ନୂତନ ସରପଞ୍ଚ ଭାବେ ଦାୟିତ୍ଵ ନେବା ପରେ ପ୍ରଥମ ବୈଠକରେ ସଭ୍ୟମାନଙ୍କୁ ଚାପ ଦେଇ ମାଳପଡ଼ା ଗ୍ରାମରେ ବୈଠକ ନକରି ଫୁଲଝର ଗ୍ରାମରେ ଗତ ୫ତାରିଖ ଦିନ ବୈଠକ କରିଥିଲେ । ସେହିପରି ମନମୁଖି ଭାବେ ପ୍ରସ୍ତାବ ପାସ୍ କରା ଯାଇଥିଲା । ତେଣୁ ସମସ୍ତ ବୈଠକ ମାଳପଡ଼ାରେ ହେବା ସହ ପଞ୍ଚାୟତ ଗୃହ ଶୀଘ୍ର ନିର୍ମାଣ ଓ ପିଡିଏସ୍ ବଣ୍ଟନ ନିଜ ପଞ୍ଚାୟତରେ କରିବାକୁ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ବିଡିଓ ଦାବିପତ୍ର ଗ୍ରହଣ କରିବା ସହ ଆଗାମୀ ଦିନରେ ଯେପରି କୌଣସି ସମସ୍ୟା ନହେବ ସେଥି ପ୍ରତି ଧ୍ୟାନ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।