-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||      ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   (15-Aug-2026)       ||      *ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   (15-Aug-2026)       ||      ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   (15-Aug-2026)       ||      ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   (15-Aug-2026)       ||      ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   (15-Aug-2026)       ||      ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||      ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   (14-Aug-2026)       ||      ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର    (14-Aug-2026)       ||      ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   (14-Aug-2026)       ||      ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ    (14-Aug-2026)       ||      ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   (14-Aug-2026)       ||      ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା    (14-Aug-2026)       ||      ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   (14-Aug-2026)       ||     

HOME   ରାଜ୍ୟ

ବଲାଙ୍ଗିର: ପାନୀୟ ଜଳ ସମସ୍ୟାକୁ ନେଇ ପୁରୁଖା କଂଗ୍ରେସ ନେତୃବୃନ୍ଦଙ୍କ ସାମୁଖ୍ୟ ପକ୍ଷରୁ ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଘେରାଓ

27-Apr-2022



ବଲାଙ୍ଗିର(ଅନ୍ତର୍ଯ୍ୟାମୀ ସାହୁ)-ବଲାଙ୍ଗିର ସହରର ଉତ୍କଟ ପାନୀୟ ଜଳ ସମସ୍ୟା ସହିତ ବିପର୍ଯ୍ୟସ୍ତ ଜଳ ଯୋଗାଣ ବ୍ୟବସ୍ଥାକୁ ନେଇ ପୁରୁଖା କଂଗ୍ରେସ ନେତୃବୃନ୍ଦଙ୍କ ସାମୁଖ୍ୟ ପକ୍ଷରୁ ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ବଲାଙ୍ଗିର ଜନସାଧାରଣ ଉତ୍କଟ ପାନୀୟ ଜଳ ସମସ୍ୟା ସମ୍ମୁଖିନ ହୋଇଥିବା ବେଳେ ବଲାଙ୍ଗିର ସହରର ଜଳ ଯୋଗାଣ ବ୍ୟବସ୍ଥାରେ ଗୁରୁତର ତ୍ରୁଟି ଏବଂ ଅବ୍ୟବସ୍ଥା କୁ ନେଇ ଜନ ଅସନ୍ତୋଷ ଦେଖା ଦେଇଥିବା ବେଳେ ପୁରୁଖା କଂଗ୍ରେସ ନେତୃବୃନ୍ଦଙ୍କ ସାମୁଖ୍ୟ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପୂର୍ବକ ଆଜି ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମ କରାଯାଇଥିଲା । ବିଭାଗୀୟ କାର୍ଯ୍ୟାଳୟରେ ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦିପ୍ତ କୁମାର ମହାପାତ୍ର ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଏକ ଉଚ୍ଚ ସ୍ତରୀୟ ବୈଠକ କରୁଥିବା ସମୟରେ ପୁରୁଖା କଂଗ୍ରେସ ନେତୃବୃନ୍ଦ କାର୍ଯ୍ୟାଳୟକୁ ଘେରାଓ କରିଥିଲେ । ବୈଠକକୁ ସାମୟିକ ଭାବେ ସ୍ଥଗିତ ରଖି କଂଗ୍ରେସ ନେତୃବୃନ୍ଦଙ୍କ ସହିତ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଶ୍ରୀ ମହାପାତ୍ର, ନିର୍ବାହୀଯନ୍ତ୍ରୀ ପାର୍ବତି ମୋହନ ପରିଡା ଏବଂ ଅନ୍ୟ ସମସ୍ତ ବିଭାଗିୟ ଅଧିକାରୀ ଦିର୍ଘ ଏକ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଆଲୋଚନା କରିଥିଲେ ଓ ସମସ୍ୟାର ଆଶୁ ସମାଧାନ ପାଇଁ  ଗ୍ରହଣ କରାଯାଉଥିବା ସମସ୍ତ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଭାବେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ଆଗାମୀ ୭ ଦିନ ମଧ୍ୟରେ ଜଳ ଯୋଗାଣ ବ୍ୟବସ୍ଥାକୁ ପୂର୍ବବତ ବ୍ୟବସ୍ଥିତ କରାଯିବ ବୋଲି ଅଧିକାରୀଗଣ ପ୍ରତିଶୃତି ପ୍ରଦାନ କରିଥିଲେ । ଏଥି ସହିତ ସହରର ବିଭିନ୍ନ ବସ୍ତି ଅଂଚଳରେ ନୂତନ ପାଇପଲାଇନ ସଂଯୋଗିକରଣ କରାଯିବା ନିମନ୍ତେ ଦୃଢ ଦାବି ଉପସ୍ଥାପନ କରାଯାଇଥିଲା ଓ ପାଇପ ଲାଇନ ସଂଯୋଗ ଉପରାନ୍ତ ରାସ୍ତା ପାଶ୍ୱର୍ ଖାଲ ଗୁଡିକୁ କଂକ୍ରିଟ କରାଯିବା ଉପରେ ଗୁରୁତ୍ୱ ଆରୋପ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା ଏବଂ ସହରରେ ଅଧିକରୁ ଅଧିକ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କରାଯିବା ସହିତ ସହରର ସମସ୍ତ ନଳକୂପକୁ କାର୍ଯ୍ୟକ୍ଷମ କରାନଗଲେ ଆଗାମୀ ଦିନରେ ଜନସାଧାରଣଙ୍କ ମଧ୍ୟରେ ଥିବା ପୁଞ୍ଜିଭୁତ ଅସନ୍ତୋଷ ବିସ୍ପୋରକ ନେଲେ ଏଥି ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଦାୟି ରହିବେ ବୋଲି ପୁରୁଖା କଂଗ୍ରେସ ନେତୃବୃନ୍ଦ ଚରମ ଚେତାବନୀ ଦେଇ ଥିଲେ । 
    ପୁରୁଖା କଂଗ୍ରେସ ନେତୃବୃନ୍ଦଙ୍କ ସାମୁଖ୍ୟ ପକ୍ଷରୁ ପୂର୍ବତନ ପିସିସି ସଭ୍ୟ ଅସୀମ ପଟ୍ଟନାୟକ, ପୂର୍ବତନ ନଗର ସଭାପତି ସୁଦାମ ସାହୁ, ଅଶୋକ ତ୍ରିପାଠି, ପୂର୍ବତନ କାଉନସିଲର ଭଂଜକିଶୋର ନାଗ, ନିଥନିଏଲ ଛତ୍ରିଆ, ପ୍ରବିଣ କୁମାର ପାଣ୍ଡେ, ରଙ୍କଧର ମଲ୍ଲିକ, ବରିଷ୍ଠ କଂଗ୍ରେସ ନେତା ଭୁବନେଶ୍ୱର ସେଠ୍‌, ସୁଶିଲ ବେହେରା, ଗୌର ଚନ୍ଦ୍ର ପୁରୋହିତ, ହାଡୁ ଜେନା, ଡା ପ୍ରଭାତ କୁମାର ଗୁରୁ, ସମିର କୁମାର ସାହାଣୀ, ରାମଧାରୀ ବାରିକ, ବାଳମୁକୁନ୍ଦ ମାଝି, ନିଶାରକାନ୍ତ ନାଗ, ମଧୁ ସୁଦନ ମୁଣ୍ଡ, ଗ୍ଲାଡ୍‌ଷ୍ଟୋନ ତାଣ୍ଡି, ସଂଜୟ ଦୋରା, ଜିଲ୍ଲା ସଂଖ୍ୟାଲଘୁ ସଂପ୍ରଦାୟ ଅଧ୍ୟକ୍ଷ ପ୍ରମୋଦ କୁମାର ବାରିକ, ବିଜୟ କୁମାର ତାଣ୍ଡି ପ୍ରମୁଖଙ୍କ ବ୍ୟତିତ ଅନେକ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   15-Aug-2026
  ଜିଲ୍ଲା  
*ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   15-Aug-2026
  ଜିଲ୍ଲା  
ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   15-Aug-2026
  ଜିଲ୍ଲା  
ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ   15-Aug-2026
  ଜିଲ୍ଲା  
ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   15-Aug-2026
  ଜିଲ୍ଲା  
ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   15-Aug-2026
  ଜିଲ୍ଲା  
ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   15-Aug-2026
  ଜିଲ୍ଲା  
ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   14-Aug-2026
  ଜିଲ୍ଲା  
ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   14-Aug-2026

You Might Also Like