-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
15-Aug-2026
ବରପାଲି (ସୁଦାମ ଦୀପ)ବରଗଡ ଜିଲ୍ଲା ବରପାଲି ହାଇସ୍କୁଲ ପଡିଆ ଠାରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷ ଦିନେଶ ଗହୀର ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବା ପରେ ଯୋଗ ଗୁରୁ କୃଷ୍ଣ ଚନ୍ଦ୍ର ମେହେର ପିଙ୍କି ହଂସ,ମେଟ୍ରିକ ଟପ୍ପର ପ୍ରିନସି ପଧାନ ଙ୍କୁ ସମ୍ମାନିତ କରି ସ୍ଵାଧୀନତା ଦିବସ ଉପଲକ୍ଷେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ରେଡ଼-କ୍ରସ, ସ୍କାଉଟ୍ ଏବଂ ଗାଇଡ୍ ଓ ସିଭିଲିଆନ ସମେତ ୨୮ ଗୋଟି ଟ୍ରୁପ ରାଷ୍ଟ୍ରୀୟ ଏକତାର ପରିଚୟ ତ୍ରିରଙ୍ଗା ପତାକା ଏବଂ ମୁଖ୍ୟ ଅତିଥିଙ୍କୁ ସମ୍ମାନ ଜଣାଇ ଏହି ପାରମ୍ପରିକ କାର୍ଯ୍ୟକ୍ରମକୁ ସମ୍ପାଦନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ଗହୀର ନିଜ ଅଭିଭାଷଣରେ ବରପାଲି ତଥା ଜିଲ୍ଲାର ସ୍ଵାଧୀନତା ସଂଗ୍ରାମୀଙ୍କ ବୀରତ୍ଵ ଏବଂ ବଳିଦାନର ଇତିହାସ ବିଷୟରେ କହିବା ସହ ବରପାଲି ପ୍ରଶାସନ ଦ୍ୱାରା ବିଭିନ୍ନ ଜନହିତକର କାର୍ଯ୍ୟକଳାପ ଏବଂ ସୁ ଉପଯୋଗୀ କାର୍ଯ୍ୟ ସମସ୍ତ ବିଷୟରେ ସୂଚନା ଦେଇଥିଲେ । ଏତଦବ୍ୟତୀତ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ଆଲୋକପାତ କରି ଶିକ୍ଷା, ସ୍ୱାସ୍ଥ୍ୟ ସେବା, କ୍ରିଡା, ଗମନାଗମନ ଭଳି ବିଭିନ୍ନ କ୍ଷେତ୍ରରେ ବିକାଶ କରିବା ସହ ବାର୍ତ୍ତା ଦେଇଥିଲେ । ବରପାଲି ପ୍ରଶାସନ ଅଧିକାରୀ ଙ୍କ ଦ୍ୱାରା ସକାଳ ଭୋର ରୁ ଡାକବାଜିଯନ୍ତ୍ର ଯୋଗେ ସହର ରେ ରାମଧଧୂନ ଓ ଦେଶାତ୍ମବୋଧକ ସଂଗୀତ ପରିବେଷଣ ସହ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରଭାତଫେରୀ ଅନୁଷ୍ଠିତ ହୋଇଥିଲା। ପ୍ରଶାସନ ଅଧିକାରୀ ମିଳିତ ଭାବେ ସହରାଞ୍ଚଳରେ ଥିବା ସମସ୍ତ ସ୍ଵାଧୀନତା ସଂଗ୍ରାମୀ ତଥା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ଉକ୍ତ ଦିବସକୁ ସୁ-ପରିଚାଳନା କରିବା ସହିତ କମିଟି ର ଆବାହକ ଅତିରିକ୍ତ ତହସିଲଦାର ହିମାଂଶୁ ଶେଖର ନାଏକ ଙ୍କ ନେତୃତ୍ବରେ ଅନୁଷ୍ଠିତ ହେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ତହସିଲଦାର ଅଲିଶା ବାର୍ଲା, ବ୍ଲକ ଅଧ୍ୟକ୍ଷା ରୀନା ଥଇତ ,ବିଡ଼ିଓ ସୁମନ୍ତ କୁମ୍ଭାର,ଏନ ଏ ସି ଇଓ ଭୁବନ କୁମାର ଶତପଥୀ,ବି ଇ ଓ ଆଲୋକ କୁମାର ପଧାନ ,ଆଇ ଆଇ ସି ପ୍ରମୋଦ କୁମାର ସାହୁ ,ସାମ୍ବାଦିକ ସଂଘ ସଭାପତି ଚିତ୍ତରଞ୍ଜନ ସାହୁ, ଓକିଲ ସଂଘ ସଭାପତି ହିମାଂଶୁ ଶେଖର ସାହୁ ,ସନୋଜ ସେଠି ହାଇସ୍କୁଲ ପ୍ରଧାନ ଶିକ୍ଷକ ଉପସ୍ଥିତ ଥିବା ବେଳେ ବିଚାର ଭାବେ ପୋଲିସ ଅଧିକାରୀ ପ୍ରମୋଦ କୁମାର ସାହୁ ,ପରେଶ୍ୱର ସାହୁ,ମନ ସୁଖ ଚିନ୍ଦା ବିଚାରକ ଭାବରେ ଯୋଗ ଦେଇଥିଲେ। ପ୍ୟାରେଡ କାର୍ଯ୍ୟକ୍ରମ କୁ ଅଧ୍ୟାପକ ଅଲେଖ ମହାନନ୍ଦ, ଶିକ୍ଷକ ସରୋଜ ମେହେର, ସଞ୍ଚାଳନ କରିଥିଲେ।ଶେଷରେ ଅତିରିକ୍ତ ତହସିଲଦାର ଅଲିଶା ବାର୍ଲା ଧନ୍ୟବାଦ୍ ଅର୍ପଣ କରିଥିଲେ।