-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
15-Aug-2026
ବଲାଙ୍ଗୀର (ପ୍ରେରଣା ଖବର) ଆଜି ଜେ ଏସ୍ ଏମ୍ କଲେଜ ପରିସରରେ ଭାରତର ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।
ମୁଖ୍ୟ ଅତିଥି ରୁପେ ଶିକ୍ଷାବିତ୍ ନୀଲମାଧବ ପରିଚ୍ଛା ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଜୀବନୀ ଅଧ୍ୟୟନ କରିବା ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ରୁପେ ପୁଇଁତଲା ଥାନାଧିକାରୀ ସଂଜୟ କୁମାର ରାଉତ୍ ରାୟ ଦେଶ ଗଠନରେ ଛାତ୍ର ଛାତ୍ରୀମାନଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। କଲେଜ ଚେୟାରମେନ ସି ଏ ଶ୍ରୀକାନ୍ତ ଶର୍ମାଙ୍କ ସଭାପତିତ୍ୱରେ ମୁଖ୍ୟ ଉପଦେଷ୍ଟା ମନୋରଞ୍ଜନ ସାହୁ, ଅଧ୍ୟକ୍ଷା ଡ. ମନସ୍ମିତା ମିଶ୍ର , ଏ ବି ରାମ ଲିପ୍ସା ଛାତ୍ର ସରୋଜ ପ୍ରଧାନ , ସୁମିତ୍ରା ଭଞ୍ଜ, ମହୋନ ଅଗ୍ରୱାଲ ପ୍ରମୁଖ ଦିବସ ଉପରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପଥପ୍ରାନ୍ତ ନାଟକ ପରିବେଷିତ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତା, ଯଥା ତର୍କରେ ରୋଜାଲିନ୍ ବେହେରା, ରେଣୁକା ସାହୁ ସଙ୍ଗୀତରେ ଆଶିକା ପଟେଲ, ନାଚରେ ସ୍ରଦ୍ଧା, ଅଗ୍ରୱାଲ ଓ ଚିତ୍ରାଙ୍କନ ରେ ସତ୍ୟମ ଅଗ୍ରୱାଲ ପୁରସ୍କୃତ ହୋଇଥିଲେ। ଜିଲ୍ଲାସ୍ତରୀୟ ସିଭିଲିୟନ୍ ପରେଡ୍ ରେ କଲେଜ ପୁରସ୍କୃତ ହୋଇଥିବାରୁ ଅଧ୍ୟାପକ ସୋମ୍ୟ ରଞ୍ଜନ ଭୋଇ ଓ ଗୃପ୍ କେପ୍ଟେନ ବାସୁଦେବ ବ୍ୟାମକେଶ ମିଶ୍ର ଙ୍କ ସହ ବିଭିନ୍ନ କ୍ଷେତ୍ରରେ ସେବା କରୁଥିବା ଅଜିତ୍ ସେଠ, କିଶୋର ମେର୍ଲ୍ଲି ଓ ଜୟପ୍ରକାଶ ବସ୍ତିୟା ଙ୍କୁ ସମ୍ମାନିତ କରାଯାଇଥିଲା। ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ଶୈଳେସ କୁମାର ପାଲ , ରବି ନାରାୟଣ ସାହୁ, ତନୁଜା ମିଶ୍ର, ଶେଶାଦ୍ରି ସ୍ୱାଇଁ, ଶିଶିର କୁମାର ଦାସ, ରତିକାନ୍ତ ଦଲାଇ ପ୍ରମୁଖ ସାହାଯ୍ୟ କରିଥିଲେ।