-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   (15-Aug-2026)       ||      କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   (15-Aug-2026)       ||      ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ    (15-Aug-2026)       ||      ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||      ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   (15-Aug-2026)       ||      *ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   (15-Aug-2026)       ||      ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   (15-Aug-2026)       ||      ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   (15-Aug-2026)       ||      ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   (15-Aug-2026)       ||      ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||      ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   (14-Aug-2026)       ||      ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର    (14-Aug-2026)       ||     

HOME   ଜିଲ୍ଲା

ସଂରକ୍ଷିତଜଙ୍ଗଲରେ ବେଆଇନ୍ ରତ୍ନପଥର ଖୋଳା ଘଟଣାରେ ୨ ମୃତ ମାମଲାରେ ଖାଲ ପୋତିଦେବାକୁ ଡିଏଫଓଙ୍କ ନିର୍ଦ୍ଦେଶ  !   ବନବିଭାଗର ଜ୍ଞାତସାରରେ ହେଉଥିଲା ଚୋରା ଖଣିଜଦ୍ରବ୍ୟ ଖନନ  

27-Apr-2022



ବଲାଙ୍ଗୀର (ମଳୟ ମିଶ୍ରଙ୍କ ରିପୋର୍ଟ):  ବନବିଭାଗର ଜ୍ଞାତସାରରେ ଟିଟିଲାଗଡ- ମୁରିହାହାଲ ସୀମାନ୍ତବର୍ତ୍ତୀ ତିଖାରୀ ସଂରକ୍ଷିତ ଜଙ୍ଗଲର ଗୁଲୁମୀ ଗ୍ରାମ ନିକଟସ୍ଥ ଭାଲୁଡୁଙ୍ଗୁରୀ ପାହାଡରେ ଦୀର୍ଘଦିନ ଧରି ବେଆଇନ୍ ରତ୍ନପଥର ଖୋଳା ଚାଲିଆସିଥିବା ଓ ଗତ ୨୨ ତାରିଖରେ ପଥର ଚଟାଣ ତଳେ ଖୋଲାଯାଇଥିବା ପ୍ରାୟ ଚାଳିଶଫୁଟ୍ ର ସୁଡଙ୍ଗରେ ବିସ୍ଫୋରକ ବାଷ୍ପରେ ଶ୍ବାସରୁଦ୍ଧ ହୋଇ ଚୋରାବେପାରୀଙ୍କ ଦ୍ବାରା ନିୟୋଜିତ ଆଖପାଖ ଗ୍ରାମର ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ଯ ସୃଷ୍ଟି କରିଛି ।    ଏମାନେ ହେଲେ ଗୁଲମୀର ନବୀନ ଜାନୀ ଓ ନୂଆପଡାର ଉଜ୍ଜ୍ବଳ ଭୋଇ । ଅନ୍ୟ ଦୁଇଜଣ ଶ୍ରମିକ ଆହତହୋଇ ଗୁରୁତର ଅବସ୍ଥାରେ  ଚିକିତ୍ସା ପାଇଁ ଡାକ୍ତର ଖାନାରେ ଭର୍ତ୍ତି ହୋଇଥିଲେ । ଅସମର୍ଥିତ ସୂତ୍ରରୁ ପ୍ରକାଶ ଯେ ଇତିମଧ୍ୟରେ ଆଉଜଣଙ୍କର ମଧ୍ୟ ମୃତ୍ୟୁ ଘଟିଯାଇଛି । କଣ୍ଟାବାଞ୍ଜିର କେତେକ ଆନ୍ତଃରାଜ୍ୟ ଚୋରାରତ୍ନବେପାରୀ ପାହାଡ ଉପରେ କ୍ୟାମ୍ପ୍ କରି ସ୍ଥାନୀୟ ଶ୍ରମିକଙ୍କୁ ଦୈନିକ ଦୁଇ / ତିନିଶହ ଟଙ୍କା ମଜୁରୀ ଦେଇ ଏହା ଖୋଳାଉଥିଲେ । ଗୁଲମୀର ରାଜୁ ସାହୁ , ବର୍ଲାର ମହେନ୍ଦ୍ର ବୁଡେକ୍ ଓ ବିଘ୍ନରାଜ ପ୍ରମୁଖ ସାମିଲ ରହିଥିବା ପ୍ରକାଶ ।

ଏହି ଦୁର୍ଘଟଣାରେ ଶ୍ରମିକଙ୍କ ମୃତାହତ ଘଟଣା ପରେ ଟିଟିଲାଗଡ ପୁଲିସ୍ ପହଞ୍ଚି  ଉଦ୍ଧାର କରିଥିଲେ । ଏପରିକି ଲୋକେ ଶବଉଦ୍ଧାରରେ  ସ୍ଥାନୀୟ ଲୋକେ ଅସହଯୋଗ କରିବାରୁ ଥାନାଧିକାରୀ ରଞ୍ଜନ ବରିହା ନିଜେ ମଧ୍ୟ ପୁଲିସ୍ କର୍ମଚାରୀଙ୍କ ସହ ଶବ ବୋହି ଆଣିଥିଲେ । ଏସମ୍ପର୍କରେ ଟିଟିଲାଗଡ ଥାନାରେ ଏକ ମାମଲା ରୁଜୁ ହୋଇଛି । ଜିଲ୍ଲା ଯୁବ କନ୍ଧ ସମାଜ ପକ୍ଷରୁ ଥାନା ସମ୍ମୁଖରେ ଶବ ରଖି ଧାରଣା ଦେଇଥିଲେ । ଏହି ଆଦିବାସୀ ସଂଘ ପକ୍ଷରୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ମୁରିହାହାଲ ରେଞ୍ଜର ଓ ଗୁଲମୀ ଏବଂ ଜଏନ୍ତରା ଫରେଷ୍ଟରଙ୍କ ନିଲମ୍ବନ ଦାବି କରିଛନ୍ତି ।  ଜଙ୍ଗଲରେ ବନକର୍ମଚାରୀଙ୍କ ବିନା ଜ୍ଞାତସାରରେ ଏଭଳି ଖଣିଜଦ୍ରବ୍ୟ ଖନନ ସମ୍ଭବ ନୁହେଁ ବୋଲି ବଲାଙ୍ଗୀର ଡିଏଫଓ ମତପ୍ରକାଶ କରିବା ସହ ଦୁଇଜଣ ଏସିଏଫ୍ ଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଗଠନକରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହି ଅନୁଯାୟୀ , ପରଦିନ ଦୁଇ ଏସିଏଫ୍ ବି ସି ରାଉଳ ଓ ଅଜିତ କୁମାର ବିଶିଙ୍କ ନେତୃତ୍ବରେ ଗୁଲମୀ ଫରେଷ୍ଟର ରଞ୍ଜିତ ସିଂଦେଓ ଓ ଜଏନ୍ତରା ଫରେଷ୍ଟର ଧ୍ରୁବ ବଗର୍ତ୍ତୀଙ୍କ ସମେତ ଅନ୍ୟାନ୍ୟ ବନକର୍ମଚାରୀଙ୍କ ଏହି ଟିମ୍ ଘଟଣାସ୍ଥଳରେ ଯାଇ ତଦନ୍ତ କରିଥିଲେ । ଏହି ଟିମ୍ ସହ ପୁଲିସ୍ ଓ ଗଣମାଧ୍ୟମର ପ୍ରତିନିଧିମାନେ ସେଠାର ପରିସ୍ଥିତି ଦେଖି ତାଜ୍ଜୁବ୍ ହେଇଯାଇଥିଲେ ।  ପାହାଡ ଉପରେ ଅସ୍ଥାୟୀ କ୍ୟାମ୍ପ୍ ପକାଯାଇ ମଦମାଂସର ଭୋଜିଭାତ କରି ଲାଇଟ୍ ଲଗାଇ ବିସ୍ଫୋରଣରେ ସୁଡଙ୍ଗ ଫଟାଇ ରତ୍ନପଥର ଖୋଳା ଯାଉଥିଲା । ସେଠାରୁ ତଦନ୍ତକାରୀଦଳ ତାର ବଣ୍ଡଲ୍ , ପାଣି , ପ୍ଲାଷ୍ଟିକ୍ , ଖାଦ୍ୟଦ୍ରବ୍ୟ , ରଫା କୋଡିକୋଦାଳ ଟାଙ୍ଗିଆ , ରଶି ଆଦି ଜବତ କରାଯାଇଛି । ପାହାଡଜଙ୍ଗଲସାରା ଶହ ଶହ ଖାଲ ଖୋଳାଯାଥିବା ଓ ଗୋଟିଏ ଗୋଟିଏ ସୁଡଙ୍ଗ ଶହେ / ଦେଢଶହ ଫୁଟ୍ ର ଥିବା ଦେଖାଯାଇଛି । 

ଅନୁସନ୍ଧାନରୁ ଜଣାପଡିଛି ଯେ , ବହୁବର୍ଷରୁ ଏଠାରେ ଏଭଳି ଏହା ଚାଲିଛି । ବନକର୍ମଚାରୀଙ୍କ ସମ୍ପୂର୍ଣ୍ଣ ଜ୍ଞାତସାରରେ ଏହା ଚାଲିଥିଲା ଓ ମଝିରେ ମଝିରେ ସେମାନେ ସେଠାକୁ ଯାଇ ମଧ୍ୟ ଆପ୍ୟାୟିତ ହେଉଥିବା ଶୁଣିବାକୁ ମିଳୁଛି । ଅଳ୍ପଦିନତଳେ ଦୁଇଜଣ ସ୍ଥାନୀୟ ଫରେଷ୍ଟରଙ୍କୁ ନିଯୁକ୍ତି କରାଯାଇଛି । ଜଣେ କେନ୍ଦୁପତ୍ର ବିଭାଗରୁ ଓ ଜଣେ ଟିକ୍ରାପଡାର । 

କିଛିବର୍ଷତଳେ ବନ୍ଧପଡା ଅଞ୍ଚଳର କୁଗରିମହୁଲ ନିକଟସ୍ଥ ଜଙ୍ଗଲରେ ମଧ୍ୟ ଏଭଳି ଚୋରାରତ୍ନପଥର ଖୋଳାରେ ଏକାଧିକ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ଏଣୁ ବଲାଙ୍ଗୀରଜିଲ୍ଲାର ଜଙ୍ଗଲରେ ଏହା ବିଭିନ୍ନସମୟରେ ବିଭିନ୍ନ ସ୍ଥାନରେ ଚାଲିଆସିଥିବା ଜଣାଯାଇଛି । ସଂରକ୍ଷିତଜଙ୍ଗଲରେ ଚୋରାମାଙ୍ଗାନିଜ୍ , ଗ୍ରାଫାଇଟ୍ ଓ ରତ୍ନପଥର ଖନନ ସତ୍ତ୍ୱେ ବିଭାଗ ଉଦାସୀନ ଓ କେତେକ କ୍ଷେତ୍ରରେ  ସାମିଲ୍ ରହୁଥିବା ଅଭିଯୋଗ ହେଉଛି ।
ଏବେ ଏହି ଘଟଣାରେ ଡିଏଫଓ ବନକର୍ମଚାରୀଙ୍କୁ ଖାଲ ଗୁଡିକୁ ପୋତିଦେବାକୁ ଗୁପ୍ତନିର୍ଦ୍ଦେଶ ଦେଇଥିବା କୁହାଯାଉଛି  ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   15-Aug-2026
  ଜିଲ୍ଲା  
କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ରାଜ୍ୟ  
ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   15-Aug-2026
  ଜିଲ୍ଲା  
ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ   15-Aug-2026
  ଜିଲ୍ଲା  
ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   15-Aug-2026
  ଜିଲ୍ଲା  
*ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   15-Aug-2026
  ଜିଲ୍ଲା  
ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   15-Aug-2026
  ଜିଲ୍ଲା  
ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ   15-Aug-2026

You Might Also Like