-+91-9937148622 |

prerana_bgr@rediffmail.com |

  Thursday 20th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶ୍ୱ ଫୋଟୋଗ୍ରାଫି ଦିବସରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଫଟୋ ପ୍ରଦର୍ଶନୀ ll ପ୍ରଦର୍ଶିତ ହୋଇଛି ସଂସ୍କୃତି, ପରମ୍ପରା ଓ ଐତିହ୍ୟ ର ଅନେକ ଫଟୋ ll   (19-Aug-2026)       ||      ଆରପାରିରେ ବିଶିଷ୍ଟ କୀର୍ତ୍ତନ ଗାୟକ ମକ୍ତାରି ସାହୁ। କୀର୍ତ୍ତନ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ।   (19-Aug-2026)       ||      ନାକଟିଦେଉଳ ମାଟିର ଝିଅ କୁମୁଦିନୀଙ୍କୁ ଡିଜିପି ଡିସ୍କ କର୍ତ୍ତବ୍ୟନିଷ୍ଠା ଓ ଉଲ୍ଲେଖନୀୟ ସେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା   (19-Aug-2026)       ||      ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ ଦ୍ୱିତୀୟ ଦିବସ, ଖୁର୍ଡିଆବାହଲ,ସିଲାଟି, କଦଳିପାଳି,ଖଇରମାଲ ବିଜୟୀ।   (19-Aug-2026)       ||      *ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ସମୀକ୍ଷା ବୈଠକ*-   (19-Aug-2026)       ||      ଗୁଣ୍ଡା ସାହୁ ଅପହରଣ କାଣ୍ଡ ♦️ତଥାପି ଅପହରଣର କାରଣ ଅସ୍ପଷ୍ଟ !   (19-Aug-2026)       ||      ଭୀମପାହାଡରେ ସହିଦ ଧରମସିଂମାଝୀ ମାନଧାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି   (19-Aug-2026)       ||      ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   (18-Aug-2026)       ||      ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   (18-Aug-2026)       ||      ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   (18-Aug-2026)       ||      ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   (18-Aug-2026)       ||      ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   (18-Aug-2026)       ||      ବରୀ ରେ ବନ୍ୟା   (18-Aug-2026)       ||      *ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   (18-Aug-2026)       ||      କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!    (18-Aug-2026)       ||      ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   (18-Aug-2026)       ||      *ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   (18-Aug-2026)       ||      ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   (18-Aug-2026)       ||      କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   (18-Aug-2026)       ||      ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (17-Aug-2026)       ||     

HOME   ରାଜ୍ୟ

Jkkk

20-Apr-2022



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ ):  ତିନିଦିନତଳେ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସିଥିଲେ କେନ୍ଦ୍ର ଖାଦ୍ଯଯୋଗାଣ   ମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି । ଏହାର ଦିନକ ପରେ ଅର୍ଥାତ୍ କାଲି ଗଣମାଧ୍ୟମର ମୁଖପୃଷ୍ଠ ଖବର ପାଲଟିଛି ଦୁଇମାସତଳେ ଗତ ଫେବୃଆରୀରେ କେନ୍ଦ୍ର ଚାଉଳ ଯାଞ୍ଚ କମିଟିର ରିପୋର୍ଟ । ଏଥିରେ କୁହାଯାଇଛି , ସମ୍ବଲପୁର ଓ ଟିଟିଲାଗଡ ଦୁଇଟି ଡିଭିଜନର ୯ ଟି ଜିଲ୍ଲାର ସରକାରୀ ଯୋଜନାର ଉତ୍ପାଦିତ ଓ ବିତରିତ ଚାଉଳର ଶତକଡା ନବେ ଭାଗ ନିମ୍ନମାନର ଓ ଶତକଡା ଅଣଚାଳିଶ ଭାଗ ଖାଇବା ଉପଯୋଗୀ ନୁହେଁ ।  ଏଥିପାଇଁ ଯୋଗାଣବିଭାଗର ବଡଅଧିକାରୀ ସିଏସଓ ମାନଙ୍କୁ ନିଲମ୍ବନ କରାଯାଇନାହିଁ ଓ ୬୦ଟି ମିଲର୍ସଙ୍କୁ କଳାତାଲିକାଭୁକ୍ତ କରିଦିଆଯିବାର ସମ୍ଭାବନା ରହିଛି । 

ତେବେ ଏଠି ପ୍ରଶ୍ନ ଉଠେ ଯେ , ଏଥିପାଇଁ ଦାୟୀ କିଏ  ? ଦଶନ୍ଧି ଦଶନ୍ଧି ଧରି ସରକାରୀ ରିହାତି ଚାଉଳର କଳାବଜାରୀ , ହେରଫେର ଓ ବାଟମାରଣା ସହିତ ରିସାଇକ୍ଲିଂ , ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଓ ଚାଷୀଙ୍କ ଅଭାବୀ ବିକ୍ରି , ପେକ୍ସ ଦୁର୍ନୀତି , ଗୋଦାରେ ଅପମିଶ୍ରଣ , ପଞ୍ଚାୟତରେ ନଷ୍ଟପଚା ଚାଉଳ ବଣ୍ଟନ ,ଓ  ମିଲର୍ସମାନଙ୍କ  ଧାନକିଣା ଓ ଚାଉଳ ଦାଖଲରେ ଅଭିଯୋଗ ସହିତ ବଡ ବଡ ଟ୍ରକ୍ ଟ୍ରକ୍ ଚାଉଳ ଧରାପଡିବା ଓ ପ୍ରଶାସନର କ୍ଲିନ୍ ଚିଟ୍ ରେ ଛାଡିଦିଆଯିବା , ବିଧାନସଭାରେ ବିଧାୟକଙ୍କ ଦ୍ବାରା ଅସ୍ଥାୟୀ ଡ୍ରାଇଭରରୁ କୋଟିପତି ଏଜେଣ୍ଟ ପ୍ରସଙ୍ଗ ଇତ୍ୟାଦି ପରେ ଆଉ ବୁଝିବାକୁ କ'ଣ ବାକି ରହିଲା ଯେ , ଏଥିପାଇଁ କିଏ ଦାୟୀ  ? 

ଆମ ଆଖିଆଗରେ ସେଇ ଭିଜିଲାନ୍ସ ହାତରେ ଧରାପଡିଥିବା , ଅସାଧୁ ଯୋଗାଣ କର୍ମଚାରୀଙ୍କ ପଦୋନ୍ନତି ପରେ ପୁଣି ଗୁରୁତ୍ୱପୂର୍ଣ୍ଣ ପଦରେ ଅବସ୍ଥାପିତ ହୋଇ ଆସିବା , ବହୁ ମିଲ୍ ରେ ଧାନଚାଉଳର ଅନିୟମିତତା ସତ୍ତ୍ୱେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା , ଗୋଟିଏ ମିଲ୍ ରୁ ଏକାଧିକ ମିଲ୍ ବଢିଚାଲିବା , ମିଥ୍ୟାଚାଷୀଙ୍କ ଧାନବିକ୍ରିଠୁଁ ଫସଲବୀମା ହଡପଯାଏ ସବୁ ଚାଲିଛି । ଆର ଆର ସି ରେ ଚାଉଳର ଗୁଣାତ୍ମକମାନ ପରୀକ୍ଷାପାଇଁ କ୍ବାଲିଟିକଣ୍ଟ୍ରୋଲ୍ ଇନିସପେକ୍ଟର ନିଯୁକ୍ତ କରାଯାଇଛି । ରାଜ୍ୟ ପଣ୍ୟାଗାର ନିଗମର ଗୋଦାମଠୁଁ କେନ୍ଦ୍ର ଏଫସିଆଇ ଗୋଦାମରେ ପଚାଚାଉଳର ଅପମିଶ୍ରଣଠାରୁ ପାଣି ଛିଞ୍ଚି ଧରାପଡିବା , ଖୁଦ ଅପମିଶ୍ରିତ ଚାଉଳ ଦେବା ଓ ପରିବହନରେ ଓଜନ କମ୍ ଇତ୍ୟାଦି ଏହାର କାରଣ ।

ମୁଖ୍ୟମନ୍ତ୍ରୀ ଆଉ ଛଅମାସ ମାଗଣା ଚାଉଳ ଦେବାକୁ କେନ୍ଦ୍ରକୁ ଚିଠି ଲେଖିବା , କେନ୍ଦ୍ରର ଏ ଗୁଣାତ୍ମକମାନ ପରୀକ୍ଷା ଓ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ବା ରିପୋର୍ଟ ଧମକ ; କିଛି ଗୋଟେ କେନ୍ଦ୍ର- ରାଜ୍ୟ ମଧ୍ୟରେ ଚାଉଳ ରାଜନୀତିର ଗନ୍ଧ ଆସୁଛି କି  ? ଆଗରୁ କୁଆଡେ ଥିଲା ଏ ତତ୍ପରତା  ?

ଆଉ ଏକ ପ୍ରସଙ୍ଗ ହେଲା , ଏ ଯାବତୀୟ  ସରକାରୀ ଯୋଜନାର ରିହାତିଚାଉଳର ଡିଲରଙ୍କ ନିଯୁକ୍ତିରେ ପୂର୍ବ ସରକାର ଅମଳରୁ ଏଯାବତ୍ କିଛି ଅଦଳବଦଳ ହୋଇଛି କି ?  ନିୟମ ଓ ବ୍ୟକ୍ତିରେ ? ସେଇ ବୋତଲ , ସେଇ ପାନୀୟ ।

ତେବେ ସରକାରୀ ଯୋଜନାର ଚାଉଳର ନିମ୍ନମାନର କାରଣ ସେଇ ଚାଉଳର ରିସାଇକ୍ଲିଂ ବୋଲି କୁହାଯିବାରେ ଅତ୍ୟକ୍ତି ଅଛି କି ? ଖୁଦ , କଣଖି , ପାଣିଭିଜା , କଳାମଳା ମାଟିଗୋଡି ବାଲି ଓ ଗୋଦାମରଦ୍ଦି ପଚାଚାଉଳକୁ ଗରିବଗୁରୁବା , ସ୍କୁଲ୍ ପିଲା , ଅଙ୍ଗନବାଡି ଛୁଆଙ୍କ ମୁହଁରେ ଗେଞ୍ଜିଦେଇ କୋଟି କୋଟି ମୁନାଫାର ଅଂଶୀଦାର ସମସ୍ତେ । ଜୟ କଳା !


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶ୍ୱ ଫୋଟୋଗ୍ରାଫି ଦିବସରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଫଟୋ ପ୍ରଦର୍ଶନୀ ll ପ୍ରଦର୍ଶିତ ହୋଇଛି ସଂସ୍କୃତି, ପରମ୍ପରା ଓ ଐତିହ୍ୟ ର ଅନେକ ଫଟୋ ll   19-Aug-2026
  ଜିଲ୍ଲା  
ଆରପାରିରେ ବିଶିଷ୍ଟ କୀର୍ତ୍ତନ ଗାୟକ ମକ୍ତାରି ସାହୁ। କୀର୍ତ୍ତନ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ।   19-Aug-2026
  ଜିଲ୍ଲା  
ନାକଟିଦେଉଳ ମାଟିର ଝିଅ କୁମୁଦିନୀଙ୍କୁ ଡିଜିପି ଡିସ୍କ କର୍ତ୍ତବ୍ୟନିଷ୍ଠା ଓ ଉଲ୍ଲେଖନୀୟ ସେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା   19-Aug-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ ଦ୍ୱିତୀୟ ଦିବସ, ଖୁର୍ଡିଆବାହଲ,ସିଲାଟି, କଦଳିପାଳି,ଖଇରମାଲ ବିଜୟୀ।   19-Aug-2026
  ଜିଲ୍ଲା  
*ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ସମୀକ୍ଷା ବୈଠକ*-   19-Aug-2026
  ଜିଲ୍ଲା  
ଗୁଣ୍ଡା ସାହୁ ଅପହରଣ କାଣ୍ଡ ♦️ତଥାପି ଅପହରଣର କାରଣ ଅସ୍ପଷ୍ଟ !   19-Aug-2026
  ଜିଲ୍ଲା  
ଭୀମପାହାଡରେ ସହିଦ ଧରମସିଂମାଝୀ ମାନଧାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି   19-Aug-2026
  ଜିଲ୍ଲା  
ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   18-Aug-2026
  ଜିଲ୍ଲା  
ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   18-Aug-2026
  ଜିଲ୍ଲା  
ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   18-Aug-2026
  ଜିଲ୍ଲା  
ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   18-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   18-Aug-2026

You Might Also Like