-+91-9937148622 |

prerana_bgr@rediffmail.com |

  Wednesday 19th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଗୁଣ୍ଡା ସାହୁ ଅପହରଣ କାଣ୍ଡ ♦️ତଥାପି ଅପହରଣର କାରଣ ଅସ୍ପଷ୍ଟ !   (19-Aug-2026)       ||      ଭୀମପାହାଡରେ ସହିଦ ଧରମସିଂମାଝୀ ମାନଧାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି   (19-Aug-2026)       ||      ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   (18-Aug-2026)       ||      ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   (18-Aug-2026)       ||      ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   (18-Aug-2026)       ||      ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   (18-Aug-2026)       ||      ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   (18-Aug-2026)       ||      ବରୀ ରେ ବନ୍ୟା   (18-Aug-2026)       ||      *ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   (18-Aug-2026)       ||      କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!    (18-Aug-2026)       ||      ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   (18-Aug-2026)       ||      *ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   (18-Aug-2026)       ||      ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   (18-Aug-2026)       ||      କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   (18-Aug-2026)       ||      ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (17-Aug-2026)       ||      ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   (17-Aug-2026)       ||      ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   (17-Aug-2026)       ||      ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   (17-Aug-2026)       ||     

HOME   ଜିଲ୍ଲା

ଗୁଣ୍ଡା ସାହୁ ଅପହରଣ କାଣ୍ଡ ♦️ତଥାପି ଅପହରଣର କାରଣ ଅସ୍ପଷ୍ଟ !

19-Aug-2026



ବଲାଙ୍ଗୀର (ମଳୟ ମିଶ୍ରଙ୍କ ରିପୋର୍ଟ)   ବଲାଙ୍ଗୀରର ରାଜମହଲ ହୋଟେଲ ମାଲିକ, ରିଅଲ୍ ଇଷ୍ଟେଟ୍ ଓ ଅନ୍ୟାନ୍ୟ ବ୍ୟବସାୟର ବିଶିଷ୍ଟ ବ୍ୟବସାୟୀ ନରେନ୍ଦ୍ର ଓରଫ ଗୁଣ୍ଡା ସାହୁଙ୍କୁ ଟଙ୍କା ପାଇଁ ଅପହରଣ ମାମଲାରେ ଅଦ୍ୟାବଧି ମୁଖ୍ୟ ଅଭିଯୁକ୍ତ ଭୁବନେଶ୍ବରରେ ରହୁଥିବା ସୋନପୁର ଜିଲ୍ଲାର ତରଭା ଥାନାନ୍ତର୍ଗତ ମରାଡୁଗୁଚ୍ଛା ଗ୍ରାମର ମୂଳବାସିନ୍ଦା ତଥା ବୌଦ୍ଧ ଜିଲ୍ଲାର କଣ୍ଟାମାଳର  ଜମି ଦଲାଲ ଓ  ଦାଦନ ଶ୍ରମିକ ଚାଲାଣରେ ସଂପୃକ୍ତ ବ୍ୟବସାୟୀ କ୍ଷିତିଶ ଚନ୍ଦ୍ର ସାହୁଙ୍କ ସମେତ ତାଙ୍କ ଭଉଣୀ ଭୁବନେଶ୍ବର କର୍ପୋରେଟ୍ ପୁଲିସ ମୁଖ୍ୟାଳୟର ମହିଳା ସବ୍ ଇନ୍ସପେକ୍ଟର ସ୍ନେହାମଞ୍ଜରୀ ସାହୁ, ଭୁବନେଶ୍ଵରର  ଜଣେ ସାମ୍ବାଦିକ ସଞ୍ଜୟ ଜେନା ଏବଂ ବଲାଙ୍ଗୀର ତୁଳସୀ ନଗରର ଜଣେ ଜମି ଦଲାଲ ସଞ୍ଜିତ ବେହେରା ୪ ଜଣଙ୍କୁ ବଲାଙ୍ଗୀର ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । 

ଗତ ୧୪ ତାରିଖରେ ପୁଇଁତଳା ଥାନାନ୍ତର୍ଗତ ବଲାଙ୍ଗୀର- ସୋନପୁର- ଭୁବନେଶ୍ବର ରାସ୍ତାରେ ଦିନ ଦ୍ବିପ୍ରହରରେ ଗୁଣ୍ଡାଙ୍କୁ  କେହି ଜଣେ ଫୋନ୍ କରିବାରୁ ସେ ତାଙ୍କ ଗାଡି ଧରି ଜମି ଦେଖାଇବାକୁ ଯାଇଥିଲେ ଓ ସେଠାରୁ ତାଙ୍କୁ କିଛିଦିନ ହେଲା ବଲାଙ୍ଗୀର ରେଲବାଇ ଲେଭେଲକ୍ରସିଂ ନିକଟସ୍ଥ ସୁଦପଡା ପଦ୍ମନ ପ୍ଲାଜା ରେ ରହି ରେକି କରି ଭୁବନେଶ୍ଵରରୁ ଆସିଥିବା କ୍ଷିତିଶ ୫/୬ ଜଣଙ୍କ ସହିତ ବନ୍ଧୁକ ଦେଖାଇ ଅପହରଣ କରିନେଇଥିଲା । ଏ ସମ୍ପର୍କରେ  ପ୍ରଥମେ ସ୍ଥାନୀୟ ଟାଉନ ଥାନାରେ ଏକ ନିଖୋଜ୍ ଏତଲା ପରେ ପୁଲିସ ର ପ୍ରାଥମିକ ତଦନ୍ତରେ ବଲାଙ୍ଗୀର- ସୋନପୁର ୫୭ ନମ୍ବର ରାଜପଥର ବଇରା ସର ଟୋଲଗେଟ୍ ପାଖରେ ସିସିଟିଭିରୁ କିଛିଲୋକ ତା'ଙ୍କୁ ଅନ୍ୟ ଏକ ଗାଡିରେ ରାସ୍ତାଉପରୁ ଉଠାଇ ନେଇଯାଇଥିବା ଜଣାପଡିଲା !  ସେଇ ଫଟୋରେ  ଝାଡ଼ଖଣ୍ଡ ନମ୍ବରର ଏକ ବୋଲେରୋ ଥିବାରୁ ଏହି ଅପହରଣରେ ଝାଡ଼ଖଣ୍ଡ ଅପରାଧୀଙ୍କ ସମ୍ପୃକ୍ତି ରହିଥିବା  ପ୍ରଚାର ହେବାରୁ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ରାତି ପ୍ରାୟ ୮ ଟା ବେଳେ ଅପହୃତ ଗୁଣ୍ଡା ସାହୁ ପୁଅ ସହ ଫୋନ୍ ରେ କଥା ହୋଇ ସେ ଠିକ୍ ଅଛନ୍ତି ବୋଲି କହିଥିଲେ ହେଁ , ପରିବାର ପକ୍ଷରୁ ଓ ବଲାଙ୍ଗୀର ହୋଟେଲ ମାଲିକ ସଂଘ ସମେତ ବନ୍ଧୁବର୍ଗଙ୍କ ପକ୍ଷରୁ ଏହି ଅପହରଣ ଓ ଗୁଣ୍ଡାଙ୍କ ତୁରନ୍ତ ଉଦ୍ଧାର ପାଇଁ ଏସ୍ ପି ଙ୍କୁ ଭେଟି ଦାବି କରାଯାଇଥିଲା ।
ବଲାଙ୍ଗୀର ଏସ୍ ପି ଅଭିଳାଷ ଜି ୬ ଟି ସ୍ବତନ୍ତ୍ର ଟିମ୍ ଗଠନ କରି ମୋବାଇଲ ନମ୍ବର ଟ୍ରାକ୍ ଓ ଟେକ୍ନିକାଲ୍ ଯାଞ୍ଚ୍ କରାଯାଇ ପରଦିନ ଭୁବନେଶ୍ବରର ଖଣ୍ଡଗିରି ଥାନାରୁ ଅପହୃତ ଗୁଣ୍ଡାଙ୍କୁ ଉଦ୍ଧାର କରାଯିବା ସହ ମୁଖ୍ୟ ଅପହରଣକାରୀ କ୍ଷିତିଶକୁ ବଲାଙ୍ଗୀର ପୁଲିସ ଧରି ବଲାଙ୍ଗୀର ଆଣିଥିଲା । ତଦନ୍ତରେ ଜଣାପଡିବାରୁ ଏହି ଅପହରଣରେ ଜମି ଦେଖାଇବା ବାହାନାରେ ଗୁଣ୍ଡାଙ୍କୁ ଜମି ଦେଖାଇଦେବାକୁ ଡାକି ନେଇଥିବା କ୍ଷିତିଶର ସହଯୋଗୀ ବଲାଙ୍ଗୀର ତୁଳସୀନଗରର ସଞ୍ଜିତ ବେହେରାଙ୍କୁ ଗିରଫ କରାଗଲା ଓ ବଲାଙ୍ଗୀର ଆସୁଥିଲା ବେଳେ ସୋନପୁର ନିକଟରୁ ମୁଖ୍ୟ ଅଭିଯୁକ୍ତର ଭଉଣୀ ସ୍ନେହାମଞ୍ଜରୀ ଓ ସାମ୍ବାଦିକ ସଞ୍ଜୟ ଜେନାକୁ ଗିରଫ କରାଗଲା ।  ତଦନ୍ତରେ ଝାଡ଼ଖଣ୍ଡର ଉକ୍ତ ବୋଲେରୋ ଗାଡି ନୁହେଁ , ବରଂ କ୍ଷିତିଶ ହିଁ ଗୁଣ୍ଡାଙ୍କୁ ସହଯୋଗୀଙ୍କ ସହ ତା' ଗାଡିରେ ଅପହରଣ କରିନେଇ ଭୁବନେଶ୍ବରର ଏକ ହୋଟେଲରେ ରଖି ତା' ସବ୍ ଇନ୍ସପେକ୍ଟର ଭଉଣୀ ଓ ନିଜକୁ ଜଣେ ପୁଲିସ ସବ୍ ଇନ୍ସପେକ୍ଟର କହିଥିବା ଉକ୍ତ ସାମ୍ବାଦିକ ସହ ମିଶି  ଟଙ୍କା ପାଇଁ ମାଡପିଟ କରିବା  ସହ ଭିଡିଓ ସୁଟିଂ କରିଥିବା ଓ ଖଣ୍ଡଗିରି ଥାନାରେ ଅପହୃତ ଗୁଣ୍ଡାଙ୍କ  ବିରୋଧରେ  ଟଙ୍କା ନେଇଥିବା ସମ୍ପର୍କିତ ଏକ ମିଥ୍ୟା ଏତଲା ଲେଖି ଓଲଟି ମାମଲା ଋଜୁର ଧମକ ଚମକ ଦେଇଥିଲେ । ତେବେ ସେଠାରେ ହଠାତ୍ ବଲାଙ୍ଗୀର ପୁଲିସ ପହଞ୍ଚିଯାଇ ସେମାନଙ୍କୁ ବଲାଙ୍ଗୀର ନେଇ ଆସିଥିଲା ।  ଏହି ଅନୁଯାୟୀ , ଅପହରଣକାରୀମାନେ ଅପହୃତଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିବା ପ୍ରକାଶ ।

ଏହାର ଖବର ପାଇ ସମ୍ବଲପୁର ଉତ୍ତରାଞ୍ଚଳ ଆଇ ଜି ହିମାଂଶୁ ଲାଲ୍ ବଲାଙ୍ଗୀର ପହଞ୍ଚିଯାଇ ମାମଲାର ପ୍ରତ୍ୟେକ୍ଷ ତତ୍ତ୍ବାବଧାନ କରି ଆସୁଛନ୍ତି ।  ଏହା ପଛରେ ଅପହରଣକାରୀ କ୍ଷିତିଶ କହିଥିବା ବିରଳ ହନୁମାନ ପଇସା ପାଇଁ ଅପହୃତ ଗୁଣ୍ଡା ତା' ଠାରୁ ୨ କୋଟି ୭୦ ଲକ୍ଷ ଟଙ୍କା ନେଇ ଫେରାଉ ନଥିବା ଓ ଗୁଣ୍ଡା ଏହା ମିଛକଥା ଓ ସେ କ୍ଷିତିଶକୁ ଚିହ୍ନି ନ ଥିବା କହିଥିବା ବେଳେ ପରେ ' ତା'ର କ'ଣ ହେସିୟତ୍ ' ଅଛି ବୋଲି ମନ୍ତବ୍ୟ ଦେବା ସେମାନଙ୍କ ମଧ୍ୟରେ ପୂର୍ବରୁ ପରିଚୟ ନ ଥିବା ସମ୍ପର୍କରେ  ଦ୍ବନ୍ଦ ସୃଷ୍ଟି କରିଛି   ! 

ପରବର୍ତ୍ତୀକାଳର ତଦନ୍ତରେ ଅପହରଣକାରୀମାନେ ଗୁଣ୍ଡାଙ୍କ ଠାରୁ ୧୦ କୋଟି ଟଙ୍କା ଦାବି କରୁଥିବା ଓ ହନୁମାନ ପଇସାର କାରବାର ସମ୍ପର୍କରେ କିଛି ତଥ୍ୟପ୍ରମାଣ ମିଳୁ ନଥିବା ପୁଲିସ ସୂତ୍ରରୁ ପ୍ରକାଶ  ।  ଅପର ପକ୍ଷରେ ଗିରଫ ହେଲାପରେ ଅଭିଯୁକ୍ତ ମହିଳାପୁଲିସ ଏସ୍ ଆଇ ତାଙ୍କର ଏଥିରେ କୌଣସି କନେକସନ୍ ନଥିବା ଓ ତାଙ୍କୁ ପୂର୍ବ ରାଗ ରଖି ହେଡକ୍ବାର୍ଟରକୁ ବଦଳି କରିଥିବା ସହିତ ଭୁବନେଶ୍ବର ଡିସିପି ଜଗମୋହନ ମୀନା ଓ ବଲାଙ୍ଗୀର ଏସପି ଫସାଇ ଦେଇଥିବା ସଫେଇ ଦେଇଛନ୍ତି ।  

ତେବେ ସେ ଯାହାହେଉ, କ୍ରମାଗତ ଭାବରେ ଥରକୁଥର ଚମକପ୍ରଦ ଶୀର୍ଷକର ଚାଞ୍ଚଲ୍ୟକର ଖବର ପରିବେଷଣ କରାଯାଉଥିବା ଏବଂ ପୂର୍ବରୁ ଅପହରଣକାରୀ ଓ ଅପହୃତ ଉଭୟଙ୍କ ବିରୋଧରେ ମାମଲା ଋଜୁ କରାଯିବ ବୋଲି କହିଥିବା ପୁଲିସ ଅପହୃତ ଗୁଣ୍ଡା ସାହୁଙ୍କୁ  ' ପୀଡିତ ' ଦର୍ଶାଉଥିବା ସହିତ ଏଯାବତ୍ ଏହି ଅପହରଣ ପଛର ସଠିକ୍ କାରଣ ପ୍ରକାଶ କରିନାହିଁ  ।

ଅଭିଯୁକ୍ତ ଓ ଅପହୃତ ଉଭୟେ ରିୟେଲ୍ ଇଷ୍ଟେଟ୍ କାରବାରରେ ସମ୍ପୃକ୍ତ ରହିଥିବାରୁ ଏହି କାଣ୍ଡ ପଛରେ ତାହା ହିଁ ଥିବା ଏବଂ ମୋଟାଅଙ୍କର ଟଙ୍କାର ଦେଣନେଣକୁ ନେଇ ଏହା ଘଟିଥିବା ଚର୍ଚ୍ଚା ହେଉଛି ।  ଯଦିଓ ଗୁଣ୍ଡାଙ୍କ ପରିବାର ପୂର୍ବରୁ ହନୁମାନ ପଇସା କାରବାରରେ ଜଡିତ ରହିଥିବାରୁ ଓ  ଅନ୍ୟାନ୍ୟ ବିବାଦୀୟ କାର୍ଯ୍ୟକଳାପରେ ଜଡିତ ରହିଆସିଥିବା ଚର୍ଚାରୁ ; ଏହାପଛରେ ତାହା ଯୋଡାଯାଇ ପ୍ରକୃତ କାରଣରୁ ଲୋକଙ୍କ ନଜର ହଟାଇବାର ଗପ ସୃଷ୍ଟି କରାଯାଇଥିବା ଲୋକଙ୍କ ଆଲୋଚନାରୁ ପ୍ରକାଶ  ।  କାରଣ ଅଧୁନାତନ କ୍ରିପ୍ଟୋ କରେନ୍ସି ଯୁଗରେ ଆଗର ସେ ହନୁମାନ ମୁଦ୍ରାର କାରବାରର ଆଉ ବଜାର ରହି ନ ଥିବା କୁହାଯାଉଛି ।  ଆହୁରି ବି ଅନ୍ୟାନ୍ୟ କିଛି ଗୁରୁତର କାରଣ ଥିବା ଅସମ୍ଭବ ନୁହେଁ ।  ନହେଲେ ଏପରି  ଶିକ୍ଷିତବର୍ଗର ଲୋକେ ଆପରାଧିକ ଘଟଣା ଘଟାଇବା ଯୁକ୍ତିଯୁକ୍ତ ଲାଗୁନାହିଁ ବୋଲି କେତେକ ମହଲରୁ ମତ ପ୍ରକାଶ ପାଉଛି । 

ଆହୁରି ମଧ୍ଯ  ବଲାଙ୍ଗୀରରେ ଗତ କିଛିବର୍ଷ ହେଲା ଜମିଜମା କାରବାରକୁ କେନ୍ଦ୍ର କରି ଅନେକ ହତ୍ୟା , ଅପହରଣ ଆଦି ଅପରାଧ ମାମଲା ଘଟିଯାଇଥିବାରୁ ଓ ଗତ ସପ୍ତାହରେ ପୁଇଁତଳା ଥାନାନ୍ତର୍ଗତ ରାସ୍ତାକଡର  ଏକ ପ୍ରାୟ ଅଢେଇ ଏକର ପରିମିତ ଜମିର ବଜାରମୂଲ୍ୟ ପ୍ରାୟ ବାରକୋଟି ଟଙ୍କାର ଖମାରମୁଣ୍ଡା ଗ୍ରାମରେ ଜଣେ ମହିଳା ଜମିଦଲାଲକୁ  ହତ୍ୟା କରାଯାଇଛି । ଏହି ମାମଲାରେ ଉକ୍ତ ଅବିବାହିତା ମହିଳାଙ୍କର ଜଣେ ଭାଇ ପୁଇଁତଳା ଥାନା ପୁଲିସ ଦ୍ବାରା ଗିରଫ ହୋଇ ଜେଲ୍ ହାଜତରେ ରହିଛି ।  ହତ୍ୟା କରିଥିବା ଖମାରମୁଣ୍ଡା ଗ୍ରାମର ଦୁଇଜଣ ଦଲାଲ୍ ଫେରାର୍ ହୋଇ ଝାଡଖଣ୍ଡକୁ ପଳାଇଯାଇଥିବା ଓ ପୁଇଁତଳା ସେଠାକୁ ଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ  ।  ଏହି ଦୁଇ ଫେରାର୍ ଆସାମୀ ଓ  ସୋନପୁରରେ ରହୁଥିବା ଖମାରମୁଣ୍ଡା ଗ୍ରାମର ଆଉଜଣେ ସନ୍ଦିଗ୍ଧ ଆସାମୀ ଜମି ଦଲାଲିରୁ ଉକ୍ତ ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି ।  ହତ୍ୟାକାଣ୍ଡର କାରଣ ଏହି ଜମି ଦଲାଲମାନେ ପ୍ରାୟ ତିନି/ ଚାରିବର୍ଷ ପୂର୍ବରୁ ବଲାଙ୍ଗୀରର ୨ ଜଣଙ୍କ ଠାରୁ ୭୦ / ୮୦ ଲକ୍ଷ ଟଙ୍କା ଏହି ଜମି ପାଇଁ  ଗିରଫ ଅଭିଯୁକ୍ତ ଓ ତା'ର ଅନ୍ୟ ଦୁଇଭାଇଙ୍କୁ ଅଗ୍ରୀମ ଦେଇ ଏକ ଏଗ୍ରିମେଣ୍ଟ ଲେଖି ଦେଇଥିଲେ ଓ ଅଂଶୀଦାର ଥିବା ମୃତା ମହିଳା ନିଜେ ଏହି ଜମିକୁ ବିକ୍ରିକରିବାକୁ ଦଲାଲି କରିବାକୁ କହି ତାଙ୍କ ଭାଗିଦାରୀର ଦସ୍ତଖତ ଦେଉ ନଥିଲେ । ତେବେ ଏହି ହତ୍ୟାକାଣ୍ଡ ସହ ଉପରୋକ୍ତ ଗୁଣ୍ଡା ସାହୁ ଅପହରଣ କାଣ୍ଡର ଲିଙ୍କ୍ ଅଛି କି ନାହିଁ , ଜଣାଯାଇନାହିଁ ।  

ଆହୁରି ବି ଗଞ୍ଜେଇ ଚୋରାଚାଲାଣର ପେଣ୍ଠସ୍ଥଳୀ କଣ୍ଟାମାଳର ଅପହରଣକାରୀ ଅଭିଯୁକ୍ତ କ୍ଷିତିଶ ଯେ  ୨ କୋଟି ୭୦ ଲକ୍ଷ ଟଙ୍କାର ହନୁମାନ ପଇସାର ବକେୟା ବୋଲି ସତ କହିଥିଲା ଓ ଏହାପଛରେ ସେ ଅଞ୍ଚଳରୁ ପ୍ରାୟତଃ କୋଟି କୋଟି ଟଙ୍କାର ଗଞ୍ଜେଇ ଚୋରାଚାଲାଣର କୌଣସିପ୍ରକାର ଡିଲ୍ ହେଇ ନ ଥିବ , ତା' ମଧ୍ୟ ଏଡାଇ ଦିଆଯାଇ ନ ପାରେ  !  ଏମିତିକି ହାତୀଦାନ୍ତ ବା ବାଘଛାଲ ତସ୍କରୀ ବି ହେଇଥାଇପାରେ  !

ସର୍ବୋପରି  କେବଳ ଟଙ୍କା ପାଇଁ ଅପହରଣ ମଧ୍ୟ ଠିକ୍ ଲାଗୁନାହିଁ ।  କାରଣ ବଲାଙ୍ଗୀରରେ ଗୁଣ୍ଡା ସାହୁଙ୍କ ଠାରୁ ଆହୁରି ଧନୀ ବ୍ୟକ୍ତିମାନେ ରହିଛନ୍ତି ।
  
ତେଣୁ କ୍ରମାଗତ ଭାବେ ଚମକପ୍ରଦ ଶୀର୍ଷକର ଚାଞ୍ଚଲ୍ୟକର ଖବର ପରିବେଷଣ ସତ୍ତ୍ବେ ଗୁଣ୍ଡା ସାହୁଙ୍କ ଅପହରଣ କାଣ୍ଡର ପ୍ରକୃତ କାରଣ କ'ଣ ଏ ସମ୍ପର୍କିତ ନିତି ନୂଆ ନୂଆ ଗପ କୁହାଯାଉଥିବା ବେଳେ ଜଣାପଡି ପାରିନାହିଁ ।

 

 

 


.


News Comment




Photo in News

Advertisment
Lastest News
  ଜିଲ୍ଲା  
ଗୁଣ୍ଡା ସାହୁ ଅପହରଣ କାଣ୍ଡ ♦️ତଥାପି ଅପହରଣର କାରଣ ଅସ୍ପଷ୍ଟ !   19-Aug-2026
  ଜିଲ୍ଲା  
ଭୀମପାହାଡରେ ସହିଦ ଧରମସିଂମାଝୀ ମାନଧାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି   19-Aug-2026
  ଜିଲ୍ଲା  
ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   18-Aug-2026
  ଜିଲ୍ଲା  
ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   18-Aug-2026
  ଜିଲ୍ଲା  
ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   18-Aug-2026
  ଜିଲ୍ଲା  
ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   18-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   18-Aug-2026
  ଜିଲ୍ଲା  
ବରୀ ରେ ବନ୍ୟା   18-Aug-2026
  ଜିଲ୍ଲା  
*ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   18-Aug-2026
  ଜିଲ୍ଲା  
କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!   18-Aug-2026
  ଜିଲ୍ଲା  
ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   18-Aug-2026
  ଜିଲ୍ଲା  
*ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   18-Aug-2026

You Might Also Like

                           
  ଜିଲ୍ଲା  

ବରୀ ରେ ବନ୍ୟା