-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
19-Aug-2026
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ବ୍ଲକ୍ ଜୋନର ଚରଦା ହାଇସ୍କୁଲ୍ ପଡ଼ିଆରେ ଚାଲିଥିବା ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଫୁଟବଲ ପ୍ରତିଯୋଗିତାର ଆଜି ଅନୁଷ୍ଟିତ ଦ୍ୱିତୀୟ ଦିବସର ପୃଥକ ପୃଥକ ମ୍ୟାଚରେ ଖୁର୍ଡିଆବାହାଲ,ସିଲାଟି, ଖଇରମାଲ,କଦଳୀପାଳି ବିଜୟୀ ହୋଇ ପରବର୍ତ୍ତୀ ରାଉଣ୍ଡକୁ ପ୍ରବେଶ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ପ୍ରଥମ ମ୍ୟାଚ ଖୁର୍ଡିଆବାହାଲ ବନାମ ପାପି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଖୁର୍ଡିଆବାହଲ ଦଳ ୩-୦ ଗୋଲରେ ବିଜୟୀ ହୋଇଥିଲା। ଦଳ ପକ୍ଷରୁ ହେମନ୍ତ,ମଣ୍ଟେକ୍ସ, ପ୍ରମୋଦ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ।ସେହିପରି ଦ୍ଵିତୀୟ ମ୍ୟାଚ୍ ସିଲାଟି ଏବଂ ସିନ୍ଦୁରପୁର ମଧ୍ୟରେ ଆୟୋଜିତ ହୋଇଥିଲା। ଉକ୍ତ ମ୍ୟାଚରେସିଲାଟି ୧-୦ ଗୋଲରେ ବିଜୟୀ ହୋଇଥିଲା। ଦଳ ତରଫରୁ ଅନିଲ ବିଜୟୀ ସୂଚକ ସ୍କୋର କରିଥିଲେ।ତୃତୀୟ ମ୍ୟାଚ୍ ଖଇରମାଳ ଏବଂ ଗଣେଶପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ
ଖଇରମାଲ ଦଳର ରୋସନ ଏବଂ ଚନ୍ଦନ ଚମତ୍କାର ଖେଳ ପ୍ରଦର୍ଶନ କରି ଉଭୟ ଗୋଟିଏ ଲେଖାଏଁ ଗୋଲ ଦେଇ ଦଳକୁ ବିଜୟୀ କରାଇଥିଲେ l ଚତୁର୍ଥ ମ୍ୟାଚ କଦଳୀପାଲି ବନାମ ବାଞ୍ଜିପାଲି ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦୀତା ହୋଇଥିଲା ଶେଷରେ ୧-୦ ଗୋଲରେ କଦଳୀପାଲି ବିଜୟୀ ହୋଇଥିଲା।ପଞ୍ଚମ ମ୍ୟାଚ୍ ଅର୍ଥାତ ଶେଷ ଲିଗ୍ ମ୍ୟାଚ ଚରଦା ଜୁନିଅର୍ ଏବଂ ଖଇରମାଲ୍ ଦଳ ମଧ୍ୟରେ ହୋଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାକୁ ଗୋଲ ଦେଇ ନପାରିବାରୁ
ପେନାଲଟି ସୁଟ ଆଉଟ୍ ସହାୟତା ନିଆଯାଇଥିଲା। ଏଥିରେ ଖଇରମାଲ ଦଳ ୪-୨ରେ ବିଜୟ ହୋଇଥିଲା।
ଆସନ୍ତା କାଲି ବୁଧବାର ୪ପ୍ରତିପକ୍ଷ ଦଳ ମଧ୍ୟରେ ଦୁଇଟି କ୍ୱାର୍ଟର ଫାଇନାଲ ଅୟୋଜନ ହେବ ବୋଲି ଆୟୋଜକଙ୍କ ତରଫରୁ ସୂଚନା ଦିଆଯାଇଛି।
ଅନୁଷ୍ଟିତ ମ୍ୟାଚର ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଚରଦା ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଧୀବର ବେରିହା ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥିଭାବେ ୱାର୍ଡ ମେମ୍ବର ଶୁକଦେବ ଥନାପତି,ଜୟ ନାରାୟଣ ନାଏକ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ମ୍ୟାଚ୍ ଗୁଡ଼ିକୁ ବାବୁଲାଲ ସାହୁ,ସୁମିତ୍ ମହାଲିଙ୍ଗ,ଅଶ୍ୱିନୀ ଥନାପତି, ଆନନ୍ଦ ବଢ଼େଇ,ଆଶିଷ ପଣ୍ଡା, ପରୀକ୍ଷିତ ଥପା,ଚିକୁ
ବଡପଣ୍ଡା,ନରସିଂହ ସେଠୀ ପରିଚାଳନା କରିଥିବା ବେଲେ ଜିତେନ୍ଦ୍ରିୟ ଥନାପତି ମ୍ୟାଚ୍ କମିଶନର ଦାୟିତ୍ଵ ନେଇଥିଲେ।