-+91-9937148622 |

prerana_bgr@rediffmail.com |

  Tuesday 18th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   (18-Aug-2026)       ||      ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   (18-Aug-2026)       ||      ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   (18-Aug-2026)       ||      ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   (18-Aug-2026)       ||      ବରୀ ରେ ବନ୍ୟା   (18-Aug-2026)       ||      *ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   (18-Aug-2026)       ||      କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!    (18-Aug-2026)       ||      ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   (18-Aug-2026)       ||      *ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   (18-Aug-2026)       ||      ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   (18-Aug-2026)       ||      କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   (18-Aug-2026)       ||      ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (17-Aug-2026)       ||      ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   (17-Aug-2026)       ||      ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   (17-Aug-2026)       ||      ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   (17-Aug-2026)       ||      ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   (17-Aug-2026)       ||      ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   (17-Aug-2026)       ||      *କଳାହାଣ୍ଡି ଜିଲ୍ଲା ଆତ୍ମା ପକ୍ଷରୁ ଚାଷୀ ଙ୍କୁ ନେଇ ସୁବର୍ଣ୍ଣପୁର କ୍ଷେତ୍ର ପରିଦର୍ଶନ*- *ଚାଷୀ ଓ ବୈଜ୍ଞାନିକ ଙ୍କ ଭାବ ବିନିମୟ କାର୍ଯ୍ଯ କ୍ରମ*-   (17-Aug-2026)       ||     

HOME   ଜିଲ୍ଲା

ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

18-Aug-2026



ବଲାଙ୍ଗୀର,(ପ୍ରେରଣା ଖବର )
ରାଜ୍ୟସରକାର ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ମାଗଣାରେ  ବାଣ୍ଟିବାକୁ ଛପାଯାଇଥିବା ପାଠ୍ୟପୁସ୍ତକରେ ବ୍ୟାପକମାତ୍ରାରେ ତୃଟି ରହିଛି । ଛାତ୍ରଛାତ୍ରୀଙ୍କୁ ତୃଟିଯୁକ୍ତ ପୁସ୍ତକବାଣ୍ଟି ତାଙ୍କର ଭବିଷ୍ୟତକୁ ନଷ୍ଟ କରିଦେବାକୁ ଷଡଯନ୍ତ୍ର ଚାଲିଛି । ଏହି ତୃଟିଯୁକ୍ତ ପୁସ୍ତକ ଛାପିବାରେ ୩୮୦ କୋଟି ଟଙ୍କାର ଦୁର୍ନିତୀ ହୋଇଥିବା ବିଜେଡି ଅଭିଯୋଗ କରିଛି । ଏହି ଅଭିଯୋଗ ନେଇ ବିଜୁଜନତାଦଳ ପକ୍ଷରୁ ବଲାଙ୍ଗୀରରେ ଏକ ବିଶାଳ ଶୋଭାଯାତ୍ରାକରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭପ୍ରଦର୍ଶନ କରି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କୁଶପୁତ୍ତିଳିକା ଦାହ କରାଯାଇଛି । ଜିଲ୍ଲା ଯୁବବିଜେଡି ଓ ଛାତ୍ରବିଜେଡି ପକ୍ଷରୁ ଆୟୋଜିତ ଏହି ଶୋଭାଯାତ୍ରାରେ ବଲାଙ୍ଗୀର ବିଧାୟକ କଳିକେଶନାରାୟଣ ସିଂଦେଓ,ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡିସଭାପତି ସରୋଜକୁମାର ମେହେର,ରାଜ୍ୟ ଯୁବବିଜେଡି ସଭାପତି ଚିନ୍ମୟ ସାହୁ,ରାଜ୍ୟ ଛାତ୍ରବିଜେଡି ସଭାପତି ଇପ୍ସିତା ସାହୁ,ବିଜେଡି ରାଜ୍ୟସଂପାଦକ ତଥା ବିଡିସିସି ବ୍ୟାଙ୍କର ପୂର୍ବତନ ସଭାପତି ଲକ୍ଷ୍ମଣକୁମାର ମେହେର,ପ୍ରଭାସ ପାଣିଗ୍ରାହୀ,ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁ,ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ,ସଦର ବ୍ଲକଅଧ୍ୟକ୍ଷା ସରିତା ବାଗ,ରାଜ୍ୟ ଯୁବବିଜେଡି କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ରପ୍ରସାଦ ହୋତା,ଜିଲ୍ଲା ବିଜେଡିସଭାପତି ତଥା ଲୋଇସିଂହା ବ୍ଲକଅଧ୍ୟକ୍ଷ ଜତିନ ପଟେଲ,ପୁଇଁତଳା ବ୍ଲକଅଧ୍ୟକ୍ଷ ସରୋଜ ପଧାନ,ଦେଓଗାଁ ବ୍ଲକଅଧ୍ୟକ୍ଷ ଦୟାନିଧି ଖମାରୀ,ନିହାରରଂଜନ ବେହେରା,ଛାତ୍ରବିଜେଡି ସଭାପତି ସୁମନ ନନ୍ଦ,କଣ୍ଟାବାଞ୍ଜି ଉଦ୍ଧବ ବେହେରା,ଗିରୀରାଜ ସିଂମାଝୀ,ଅମଜଦ ଖାନ,ଅଜିତ ଯୋଷୀ,ତୁଷୁରା ଏନଏସି ଅଧ୍ୟକ୍ଷ ଅଜୟ ଜୟଶ୍ୱାଲ,ପୂର୍ବତନ ବଲାଙ୍ଗୀର ପୌରାଧ୍ୟକ୍ଷା ଦମୟନ୍ତି ବାଗ,ଗୋପା ମହାନନ୍ଦ, ବିଧୁଭୁଷଣ ତ୍ରିପାଠୀ, ମହେନ୍ଦ୍ର ବାଗ, ଧୃବ ଜୁଏଡ ବବିତା ପୁଟେଲ,ହଂସରାଜ ଜୈନ,ସୁଶିଳକୁମାର ଚାନ୍ଦ ପ୍ରମୁଖଙ୍କ ସହ ହଜାର ସଂଖ୍ୟାରେ ବିଜେଡିନେତା ଓ କର୍ମି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ବଲାଙ୍ଗୀର ଗାନ୍ଧୀନଗରଛକରେ ଥିôବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣପରେ ସହରରେ ଶୋଭାଯାତ୍ରା ବାହାରିଥିଲା । ଗାନ୍ଧୀନଗରଛକରୁ ମହାଦେବମନ୍ଦିରଛକ,ଦୁର୍ଗାମନ୍ଦିର,ପାଟଣାହୋଟେଲଛକ,ମୁଖ୍ୟବଜାର ରାସ୍ତାଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ବିଜେଡିନେତାନେତ୍ରୀମାନେ ବେକରେ ଲେମ୍ବୁମାଳ ପକାଇ ସରକାରଙ୍କ ପାଠ୍ୟପୁସ୍ତକରେ ନିମୁଡା ନିମୁଡା ଗୀତକୁ ସମାଲୋନା କରିଥିଲେ । ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଦୁର୍ନିତୀ ବିରୁଦ୍ଧରେ ବିଭିନ୍ନ ଶ୍ଲୋଗାନ ଦେଇ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ । ମୁଖ୍ୟତଃ ଛାତ୍ର ଓ ଯୁବବିଜେଡିର କର୍ମିମାନେ ଆଜିର ଶୋଭାଯାତ୍ରାରେ ବେଶି ଉତ୍ସାହିତ ଥିବା ଲକ୍ଷ୍ୟ କରାଯାଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକ କଳିକେଶନାରାୟଣ ସିଂଦେଓ ରାଜ୍ୟସରକାର ଶିକ୍ଷାନୀତିକୁ ତୀବ୍ର ସମାଲୋଚନା କରିଥିଲେ । ଠିକ ସେହିପରି ଯୁବବିଜେଡି ସଭାପତି ଚିନ୍ମୟ ସାହୁ ମୋହନ ସରକାରଙ୍କ ଦୁଇବର୍ଷର ସରକାରରେ ହୋଇଥିବା ବିଭିନ୍ନ ଦୁର୍ନିତୀ ବିଷୟରେ କହି ସମାଲୋଚନା କରିଥିଲେ । ଛାତ୍ରବିଜେଡି ନେତ୍ରୀ ଇପ୍ସିତା ସାହୁ ମୋହନ ସରକାରଙ୍କୁ ଏକ ଅପାରଗ ସରକାର ତେଣୁ ଆଗାମୀ ଦିନରେ ଏହା ବଦଳିବା ଦରକାର ବୋଲି କହିଥିଲେ । ଛାତ୍ରମାନଙ୍କ ଭବିଷ୍ୟତ ସହ ଖେଳୁଥିବା ସରକାର ବିଭିନ୍ନ କ୍ଷେତ୍ରରେ ବିଫଳ ହୋଇଥିବା ବେଳେ ନବୀନ ପଟ୍ଟାନାୟକଙ୍କ ଲୋକପ୍ରିୟତା ବଢିଛି ବୋଲି ବିଜେଡିନେତାଗଣ କହିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   18-Aug-2026
  ଜିଲ୍ଲା  
ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   18-Aug-2026
  ଜିଲ୍ଲା  
ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   18-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   18-Aug-2026
  ଜିଲ୍ଲା  
ବରୀ ରେ ବନ୍ୟା   18-Aug-2026
  ଜିଲ୍ଲା  
*ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   18-Aug-2026
  ଜିଲ୍ଲା  
କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!   18-Aug-2026
  ଜିଲ୍ଲା  
ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   18-Aug-2026
  ଜିଲ୍ଲା  
*ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   18-Aug-2026
  ଜିଲ୍ଲା  
ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   18-Aug-2026
  ଜିଲ୍ଲା  
କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   18-Aug-2026
  ଜିଲ୍ଲା  
ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   17-Aug-2026

You Might Also Like

               
  ଜିଲ୍ଲା  

ବରୀ ରେ ବନ୍ୟା